ରାଜନୀତି

ନିର୍ବାଚନୀ ବଣ୍ଡ ନେଇ ବିଜେଡିକୁ ଘେରିଲେ ଅଜୟ କୁମାର – Kalinga News

[ad_1]

ଭୁବନେଶ୍ବର: ନିର୍ବାଚନୀ ବଣ୍ଡକୁ ନେଇ ଆଜି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ବିଜେଡି ଉପରେ ବର୍ଷିଛନ୍ତି। ବିଜେଡିକୁ ଯେଉଁ ପ୍ରମୁଖ ଉତ୍ସରୁ କୋଟି କୋଟି ଟଙ୍କା ମିଳିଛି ତାହିଁରେ ସର୍ବାଧିକ ହେଉଛନ୍ତି ଖଣି କମ୍ପାନି। ଏମାନଙ୍କ ସହ ବିଜେଡିର ସଂପର୍କ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀ କୁମାର କହିଥିଲେ ଯେ ଆଦିତ୍ୟ ବିର୍ଲା ଟାୟାର୍ସର ମାନବ ସମ୍ବଳ ବିଭାଗରେ ଥିବା ସନ୍ତୃପ୍ତ ମିଶ୍ର କିଛିଦିନ ପୂର୍ବରୁ ବିଜେଡିରେ ଯୋଗ ଦେଇଛନ୍ତି। ସେହି କମ୍ପାନି ବିଜେଡିକୁ ନିର୍ବାଚନୀ ବଣ୍ଡ୍‌ରେ କୋଟି କୋଟି ଟଙ୍କା ଚାନ୍ଦା ଦେଇଛି। ଏହାସହ ରୁଙ୍ଗଟା ମାଇନ୍‌ସ, ତ୍ରିବେଣୀ ଓ ଏସେଲ ମାଇନିଂ ଭଳି ଅନେକ ଖଣି କମ୍ପାନି ବିଜେଡିକୁ ଟଙ୍କା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଏ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ। ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ବ୍ରହ୍ମାଣ୍ଡର ସବୁଠାରୁ ବଡ଼ ଦୁର୍ନନୀଗ୍ରସ୍ତ ବ୍ୟକ୍ତି। ଆଗାମୀ ନିର୍ବାଚନରେ ଓଡ଼ିଶାବାସୀ ନବୀନ ବାବୁ ଓ ମୋଦୀଙ୍କୁ ଗାଦିଚ୍ୟୁତ କରିବା ପାଇଁ ଶ୍ରୀ କୁମାର ଆହ୍ବାନ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button