ଚମକ ହରାଉଛି ମହିଳା ହକି: ଅଲିମ୍ପିକ୍ସ ଟିକେଟ ଖସିବା ପରେ ଦକ୍ଷତା ନେଇ ପ୍ରଶ୍ନବାଚୀ – Kalinga News

[ad_1]
ଭୁବନେଶ୍ବର: ମାତ୍ର ୩ବର୍ଷ ତଳେ ଟୋକିଓରେ ଗୌରବମୟ ଗାଥା ଲେଖିଥିଲା ଭାରତୀୟ ମହିଳା ହକି ଦଳ। ୪୦ ବର୍ଷ ପରେ ଅଲିମ୍ପିକ୍ସ ଖେଳି ଶ୍ରେଷ୍ଠ ୪ଦଳ ମଧ୍ୟରେ ରହିବାର ଅନନ୍ୟ ଇତିହାସ ରଚିଥିଲା। ଏଥିଲାଗି ଉଚ୍ଚ ପ୍ରଶଂସିତ ବି ହୋଇଥିଲା। ହେଲେ ହଠାତ୍ ଦଳର ପ୍ରଦର୍ଶନ ଖରାପରୁ ଅତି ଖରାପ ଆଡ଼କୁ ଗତି କଲା। ଏପରିକି ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ, ୨୦୨୨ ବିଶ୍ବକପ୍ରେ ନୈରାଶ୍ୟଜନକ ନବମ ସ୍ଥାନ ଏବଂ ଗତବର୍ଷର ଏସୀୟ କ୍ରୀଡ଼ାରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା ଭାରତ। ରାଞ୍ଚି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ସହ ପ୍ରୋଲିଗ୍ରେ ବି ଦୁର୍ବଳ ପ୍ରଦର୍ଶନ କରିଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ବିଶେଷ କରି ଯୋଗ୍ୟତା ପର୍ଯ୍ୟାୟରେ ନୀଚ୍ଚମାନ୍ୟତାପ୍ରାପ୍ତ ଜାପାନଠୁ ହାରି ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ ହାତଛଡ଼ା କରିବା ଦଳ ପାଇଁ ମସ୍ତବଡ଼ ଧକ୍କା ହୋଇଛି। ସେହିଭଳି ବିବାଦୀୟ ପରିସ୍ଥିତିରେ ପ୍ରଶିକ୍ଷକ ୟାନେକ ସୋପମ୍ୟାନ୍ ଇସ୍ତଫା ଦେବା ଡ୍ରେସିଂ ରୁମ୍ ପରିବେଶକୁ ଏକପ୍ରକାର ବିଗାଡ଼ି ଦେଇଛି। ସେ ଆଣିଥିବା ପାତରଅନ୍ତର ଅଭିଯୋଗ ମଧ୍ୟ ଖେଳାଳିଙ୍କ ମନରେ ଦ୍ବନ୍ଦ୍ବ ଓ ଅସୁରକ୍ଷିତ ଭାବନା ସୃଷ୍ଟି କରିଛି। ସୋପମ୍ୟାନ୍ଙ୍କ ଇସ୍ତଫାର ମାତ୍ର ଦିନକ ପରେ ଗତ ୧୩ ବର୍ଷ ହେବ ହକି ଇଣ୍ଡିଆ ମୁ୍ଖ୍ୟ କାର୍ଯ୍ୟନିର୍ବାହୀ ଥିବା ଏଲିନା ନର୍ମାନ ଇସ୍ତଫା ଦେବା ମାମଲାକୁ ଆହୁରି ଗୋଳମାଳିଆ କରିଛି। ବିଦାୟୀ ପ୍ରଶିକ୍ଷକ ସୋପମ୍ୟାନ୍ଙ୍କ ଅଭିଯୋଗ ଦଳୀୟ ଖେଳାଳିଙ୍କ ମନୋବଳ ଭାଙ୍ଗିବା ଲାଗି ଯଥେଷ୍ଟ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେହିଭଳି ଜଣେ ପେସାଦାର ଏବଂ ସ୍ବୀକୃତିପ୍ରାପ୍ତ ପ୍ରଶିକ୍ଷକଙ୍କୁ ଦଳର ଭାର ଦେଇ ଏବେଠୁ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଟୋକିଓ ଅଲିମ୍ପିକ୍ସ ବେଳେ ଦଳର ପ୍ରଶିକ୍ଷକ ଥିବା ଜୋଏଡ୍ ମାରିନ ପରାମର୍ଶ ଦେଇଛନ୍ତି। ମାରିନଙ୍କ ପରାମର୍ଶକୁ ଗୁରୁତ୍ବ ନଦେଲେ ପରବର୍ତ୍ତୀ ଅଲିମ୍ପିକ୍ସ ଖେଳିବା ସ୍ବପ୍ନ ବି ସ୍ବପ୍ନରେ ରହିଯିବ ବୋଲି ଜଣେ ପୂର୍ବତନ ଖେଳାଳି ଚେତାବନୀ ଦେଇଛନ୍ତି। ସେପଟେ ଭାରତୀୟ ଦଳ ଅଲିମ୍ପିକ୍ସ ଟିକେଟ ହାତଛଡ଼ା କରିବା ନେଇ ଓଡ଼ିଆ ତାରକା ସୁନିତା ଲାକ୍ରା ନିରାଶା ଜାହିର କରିଛନ୍ତି। ତେବେ ଭାରତୀୟ ମହିଳା ହକି ଦଳ ଖୁବ୍ଶୀଘ୍ର ସେହି ପୁରୁଣା ଚମକ ଫେରି ପାଇବ ବୋଲି ଆଶାବାଦୀ ଅଛନ୍ତି ସେ।
ଅଲିମ୍ପିକ୍ସ ଟିକେଟ ଖସିବା ପରେ ଦକ୍ଷତା ନେଇ ପ୍ରଶ୍ନବାଚୀ
ଦଳରେ ରହିଛି ବିଶେଷଜ୍ଞ ଡ୍ରାଗ୍ ଫ୍ଲିକର୍ଙ୍କ ଘୋର ଅଭାବ
ରାଣୀ, ଦୀପଗ୍ରେସ୍ ଓ ଲିଲିମାଙ୍କ ସ୍ଥାନ ନେଇପାରୁନାହାନ୍ତି ନୂଆ ଖେଳାଳି
ସୋପମ୍ୟାନ୍ଙ୍କ ଇସ୍ତଫା ପରେ ଦଳରେ ବଢ଼ୁଛି ଅସୁରକ୍ଷିତ ଭାବନା
ଖୁବ୍ଶୀଘ୍ର ଜଣେ ଦକ୍ଷ ପ୍ରଶିକ୍ଷକ ନିଯୁକ୍ତ କରିବାକୁ କିଂବଦନ୍ତିଙ୍କ ଆହ୍ବାନ
ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସର ଠିକ୍ ପରେପରେ ଜୋଏଡ୍ ମାରିନ୍ ହଠାତ୍ ତାଙ୍କ ପଦ ଛାଡ଼ିଦେଇଥିଲେ। ବାଧ୍ୟହୋଇ ସହକାରୀ ପ୍ରଶିକ୍ଷକ ସୋପମ୍ୟାନ୍ଙ୍କୁ ହକି ଇଣ୍ଡିଆ ମୁଖ୍ୟ ପ୍ରଶିକ୍ଷକ କରିଥିଲା। ପରେ ଟୋକିଓ ଅଲିମ୍ପିକ୍ସ ଖେଳିଥିବା ୫ରୁ ୬ଜଣ ବରିଷ୍ଠ ଖେଳାଳିଙ୍କୁ ପର୍ଯ୍ୟାୟକ୍ରମେ ଦଳରୁ କାଢ଼ି ଦିଆଯାଇଥିଲା। ରାଣୀ ରାମପାଲ, ଦୀପଗ୍ରେସ୍ ଏକ୍କା, ଲିଲିମା ମିଞ୍ଜ୍ ହକି ଛାଡ଼ି ଦେଇଥିଲେ। ବନ୍ଦନା କଟାରିଆ ଓ ସୁଶୀଳା ଚାନୁ ଆହତ ହୋଇ ଦଳରୁ ଦୂରେଇ ଯାଇଥିଲେ। ନୂଆ ଓ ଅନଭିଜ୍ଞ ଖେଳାଳିମାନେ ଏହି କ୍ଷତିକୁ ଭରଣା କରିବାରେ ଅସମର୍ଥ ହୋଇଥିଲେ। ସେହିଭଳି ଦଳରେ ବିଶେଷଜ୍ଞ ଡ୍ରାଗ୍ ଫ୍ଲିକର୍ ବିକଳ୍ପର ଅଭାବ ବଢ଼ିବଢ଼ି ଚାଲିଲା। ନାୟକ ଅଜିତ ପାଲ ସିଂହ, ଧନରାଜ ପିଲ୍ଲେ, ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ବୀରେନ୍ ରସ୍କିନା ପ୍ରମୁଖ ଖେଳାଳିଙ୍କ ପ୍ରଦର୍ଶନକୁ ତଉଲି, ଉତ୍ତରଦାୟିତ୍ବ ସ୍ଥିର କରିବା ସହ ଦୁର୍ବଳତା ଦୂର ପାଇଁ ଠୋସ୍ ପଦକ୍ଷେପ ନେବାକୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କିଙ୍କୁ ଆହ୍ବାନ କରିଛନ୍ତି। ଦିଲୀପ ମଧ୍ୟ ଏହି ସମସ୍ୟା ବିଷୟରେ ଅବଗତ ଅଛନ୍ତି। ସେ କହିଛନ୍ତି, ଆଧୁନିକ ହକିରେ ପେନାଲ୍ଟି କର୍ଣ୍ଣର ହେଉଛି ଗୋଲ୍ କରିବାର ପ୍ରମୁଖ ମାଧ୍ୟମ। ଯଦି ଆମେ ଫିଲ୍ଡ ଗୋଲ୍ ଦେବାନି କିମ୍ବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ରୂପାନ୍ତର କରିବାନି, ତାହେଲେ ଜିତିବା କେମିତି। ଆଜିକାଲି ଯେଉଁ ଦଳରେ ଯେତେ ବିଶେଷଜ୍ଞ ଖେଳାଳି ରହୁଛନ୍ତି, ସେହି ଦଳ ସେତେ ମ୍ୟାଚ୍ ଜିତୁଛି। ଆମକୁ ଏହି ସବୁ ଦୁର୍ବଳତାକୁ ଦୂର କରିବାକୁ ପଡ଼ିବ। ଆସନ୍ତା ଦୁଇବର୍ଷ ମଧ୍ୟରେ ଆମେ ତୃଣମୂଳ ସ୍ତର ସହ କନିଷ୍ଠ ହକିରୁ ବିଶେଷଜ୍ଞ ଭୂମିକା ଲାଗି ଖେଳାଳି ବାଛିବୁ। ଖୁବ୍ଶୀଘ୍ର ଏହି ଅସୁବିଧା ଦୂର ହୋଇଯିବ ବୋଲି ଆଶା ଅଛି।
[ad_2]