ଖେଳ ଖବର

ମଣିପାଲ ଟାଇଗର୍ସକୁ ପୁଣି କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ଇରଫାନଙ୍କ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା

ସୁରଟ ୨୪।୦୯ : ଚଳିତ ଲିଜେଣ୍ଡସ୍ ଲିଗ କ୍ରିକେଟରେ ଶୁକ୍ରବାର କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରି ୨ ରନରେ ମଣିପାଲ ଟାଇଗର୍ସକୁ ପରାସ୍ତ କରିଛି। ବର୍ତ୍ତମାନ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ରେ କୋଣାର୍କ ସୂର୍ୟାସ୍ ଓଡ଼ିଶା ଦ୍ୱିତୀୟ ବିଜୟ ଉପରେ ନଜର ରଖିଛି।

ରାଜସ୍ଥାନର ଯୋଧପୁରସ୍ଥିତ ବରକତୁଲ୍ଲା ଖାନ୍ ଷ୍ଟାଡିୟମରେ ଖେଳାଯାଇଥିଲା ଷ୍ପ୍ରଥମ ମ୍ୟାଚରେ କଡ଼ା ସଂଘର୍ଷ ପରେ ପରବର୍ତ୍ତୀ ମ୍ୟାଚ୍ ସୁରଟରେ ସେପ୍ଟେମ୍ବର ୨୭ରେ ଖେଳାଯିବ।

ଏହି ମ୍ୟାଚରେ ପୁଣିଥରେ ମଣିପାଲ ଟାଇଗର୍ସ ସହିତ ମୁହାଁମୁହିଁ ହେବ ଇରଫାନଙ୍କ ଟିମ୍ l ଯାହା ସୁରଟର ଲାଲବାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଖେଳାଯିବ।

ଚଳିତ ସିଜନରେ ଏହା ମଣିପାଲ ଟାଇଗର୍ସର ଦ୍ୱିତୀୟ ମ୍ୟାଚ୍ ହେବ। ପ୍ରତିଦ୍ୱନ୍ଦ୍ୱୀ ଦଳ ବିଜୟ ସହ ଖାତା ଖୋଲିବାକୁ ଚାହିଁବେ, କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଦ୍ୱିତୀୟ ବିଜୟ ସହିତ ଆଉ ଦୁଇଟି ପଏଣ୍ଟ ପାଇବାକୁ ଲକ୍ଷ୍ୟ ରଖିଛି।

ପ୍ରଥମ ମ୍ୟାଚରେ ବ୍ୟାଟିଂ ଫେଲ୍…

କୁହାଯାଉଛି ଯେ ପିଚ୍ ଧିମା ଥିଲା ଓ ବୋଲରଙ୍କୁ ସୁହାଉଥିଲା l ଯେଉଁଥିପାଇଁ କୋଣାର୍କ ସୂର୍ଯ୍ୟ ଓଡ଼ିଶା ବୋର୍ଡରେ ଅଧିକ ରନ୍ ଯୋଡି ପାରିନଥିଲା l ତେଣୁ ଆଗାମୀ ମ୍ୟାଚ୍ ଗୁଡିକରେ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ l ୟୁସୁଫ୍ ପଠାନ୍ ଏବଂ ରସ୍ ଟେଲରଙ୍କ ପରି କିଛି ପାୱାର୍ ହିଟର୍ ସହିତ ଦଳ ବର୍ତ୍ତମାନ ସନ୍ତୁଳିତ ଦେଖାଯାଉଛି l

ଦଳର ମିଶ୍ରଣ…

ପ୍ରାୟତଃ ବିଜୟ ଦଳ ତାର ପରବର୍ତ୍ତୀ ମ୍ୟାଚରେ ପ୍ଲେଇଂ ୧୧ ବଜାୟ ରଖନ୍ତି। ଯେତେବେଳେ ଆମେ ଲିଜେଣ୍ଡସ୍ ଲିଗ୍ ବିଷୟରେ କଥା ହୋଇଥାଉ, ଏହା ଅବସରପ୍ରାପ୍ତ ଖେଳାଳି ମାନଙ୍କ ବିଷୟରେ ପ୍ରଥମେ ଆସିଥାଏ।

ସେପଟେ ପୂର୍ବତନ ରଣଜୀ କ୍ରିକେଟର ନଟରାଜ ବେହେରାଙ୍କୁ ଏହି ମ୍ୟାଚରେ ଖେଲିପାରନ୍ତି l ଯାହା ଓଡ଼ିଆ ଫ୍ୟାନଙ୍କ ପାଇଁ ଖୁସି ଆଣିବ l ଯଦିଓ ଓଡ଼ିଶାର ଏହି ପୂର୍ବତନ ଦମଦାର ବ୍ୟାଟ୍ସମ୍ୟାନ ସାମିଲ ହେବା ବିଷୟରେ କୌଣସି ସୂଚନା ସାମ୍ନାକୁ ଆସିନା

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button