ବିଜେଡିରେ ମିଶିଲେ ଇରାନୀ ରାୟ – Kalinga News
[ad_1]
ଭୁବନେଶ୍ୱର: ନୟାଗଡ଼ ନିର୍ବାଚନମଣ୍ଡଳୀର ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟ ତାଙ୍କ ଶତାଧିକ ସମର୍ଥକଙ୍କ ସହ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ଅରୁଣ ସାହୁ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ସସ୍ମିତ ପାତ୍ର ସେମାନଙ୍କୁ ସ୍ବାଗତ କରିଥିଲେ। ଏହି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ନୟାଗଡ଼ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ସାହୁ ଓ ଶ୍ରୀ ମଙ୍ଗରାଜ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ଇରାନୀ ରାୟ କହିଥିଲେ, ନୟାଗଡ଼ରେ ବିଜେପି ପାଇଁ ବହୁତ କିଛି କରିଥିଲି। ମୋ ପରିଶ୍ରମ ଓ ତ୍ୟାଗର ସମ୍ମାନ ମୋତେ ବିଜେପିରେ ମିଳିଲାନି। ବିଜେପିରେ ମହିଳାଙ୍କୁ ସମ୍ମାନ ମିଳେ ନାହିଁ। ମୋ ସହିତ ଅନ୍ୟାୟ କରିଛି ବିଜେପି। ବିଜେପିର ଅନ୍ୟାୟ ବିରୋଧରେ ଲଢ଼ିବି। ବିଜେପିରେ ମୋତେ ବହୁତ ଅଣଦେଖା କରାଯାଉଥିଲା। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାହାକୁ ସୂଚାରୁ ରୂପେ ତୁଲାଇବି। ଏହି ମିଶ୍ରଣ ପର୍ବରେ ବାଲୁଗାଁ ମଣ୍ଡଳ ସଭାପତି ବିନୋଦ କୁମାର ନାୟକ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରଭାତ କୁମାର ଷଡ଼ଙ୍ଗୀ, ଓଡ଼ଗାଁ ମଣ୍ଡଳ ସଭାପତି ଦୁର୍ଗାଚରଣ ପଣ୍ଡା, କୃଷକ ମୋର୍ଚ୍ଚା ସଭାପତି ଶିବଶଙ୍କର ମହାନ୍ତି, ଓଡ଼ଗାଁ ଏନ୍ଏସି ମଣ୍ଡଳ ସଭାପତି ପ୍ରକାଶ ଦାସ, ନୟାଗଡ଼ ଜିଲ୍ଲା ଉପସଭାପତି ବୀରେନ୍ଦ୍ର ନାୟକ, ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ମାନସ ରଞ୍ଜନ ସାହୁଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ୍ ହୋଇଥିଲେ। ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ଓ ଅମିତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ମୁଖପାତ୍ର ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
[ad_2]