ଜଳେଶ୍ବର ଥାନା ପୂର୍ବତନ ଆଇଆଇସି ଗିରଫ: ନିଶା ବ୍ୟବସାୟୀଙ୍କ ସହ ସଂପୃକ୍ତି! – Kalinga News

[ad_1]
୪ ବର୍ଷ ହେଲା ଫେରାର ଥିଲେ
ବାଲେଶ୍ବର: ନିଶା ମାଫିଆଙ୍କ ସହ ବରାବର ସଂପର୍କରେ ଥିବା ଏବଂ ବ୍ରାଉନ୍ସୁଗାର୍ ଭଳି ଉତ୍କଟ ବେଆଇନ୍ ନିଶାର ଅବାଧ କାରବାର ପାଇଁ ମୋଟା ଅଙ୍କର ଡିଲ୍ ଭଳି ସଙ୍ଗିନ ଅଭିଯୋଗ ଥିବା ଓଡ଼ିଶା ପୁଲିସର ଜଣେ ବରିଷ୍ଠ ଇନ୍ସପେକ୍ଟରଙ୍କୁ ଧରିଛି କ୍ରାଇମ୍ବ୍ରାଞ୍ଚ। ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟରେ ଦୀର୍ଘଦିନରୁ ଫେରାର ଥିବା ଏହି ପୁଲିସ ଅଧିକାରୀଜଣକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନାର ତତ୍କାଳୀନ ଆଇଆଇସି ଧନେଶ୍ବର ସାହୁ। ଶୁକ୍ରବାର ସକାଳେ କ୍ରାଇମବ୍ରାଞ୍ଚର ଏକ ଟିମ୍ କଟକ ଜିଲ୍ଲା ନରସିଂହପୁରସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରି ଶ୍ରୀ ସାହୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
୨୦୨୦ ମସିହାରେ ଶ୍ରୀ ସାହୁ ଜଳେଶ୍ବର ଥାନାରେ ଆଇଆଇସି ଥିଲେ। ଏହିସମୟରେ ସେଠାରେ କିଛି ବ୍ରାଉନ୍ସୁଗାର୍ ମାଫିଆଙ୍କ ସହ ସେ ନିୟମିତ ଯୋଗସୂତ୍ର ସ୍ଥାପନ କରୁଥିବା ଓ ନିଶା କାରବାର ପାଇଁ ବଟି ମାଗୁଥିବାର ଏକ ଅଡିଓ କ୍ଲିପ୍ ସର୍ବସାଧାରଣରେ ପ୍ରଘଟ ହୋଇ ଯାଇଥିଲା। ତତ୍କାଳୀନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବି.ଯୁଗଳ କିଶୋର ଆଇଆଇସି ଶ୍ରୀ ସାହୁଙ୍କ ବିରୋଧରେ ଆପାତତଃ ପ୍ରମାଣ (ପ୍ରାଇମା ଫେସି) ପାଇବା ପରେ ତତ୍କ୍ଷଣାତ ତାଙ୍କୁ ବାଲେଶ୍ବର ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ବଦଳି କରିଥିଲେ। ଅନ୍ୟପକ୍ଷରେ ନିଶା ବ୍ୟବସାୟୀ-ପୁଲିସ ଅଧିକାରୀଙ୍କ ଏହି ସଂପର୍କକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ମଧ୍ୟ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପରେ ଏହି ସମ୍ବେଦନଶୀଳ ମାମଲାରେ ଡିଜିପି ତାଙ୍କୁ ଚାକିରିରୁ ନିଲମ୍ବନ କରିବା ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଏହି ଘଟଣା ପରଠୁ ଶ୍ରୀ ସାହୁ ଅଚାନକ ବାଲେଶ୍ବର ଜିଲ୍ଲାରୁ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ। ସେ ସତରେ ଫେରାର ହୋଇ ଯାଇଥିଲେ ନା ତାଙ୍କୁ ଜାଣିଶୁଣି ଧରାଯାଉନଥିଲା, ତାକୁ ନେଇ ପ୍ରଶ୍ନ ଉଠୁଥିଲା। ପାଖାପାଖି ୪ ବର୍ଷ ପରେ ଆଜି ସକାଳେ କଟକ ଜିଲ୍ଲା ନରସିଂହପୁରରୁ କ୍ରାଇମବ୍ରାଞ୍ଚ ତାଙ୍କୁ ଧରିବାପରେ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି।
[ad_2]