ଖେଳ ଖବର

ଜୈସ୍ବାଲଙ୍କୁ ବଡ଼ ଉପହାର ଦେଲା ଆଇସିସି – Kalinga News

[ad_1]

କୋଲକାତା: ଆଇପିଏଲ ୨୦୨୪ ପୂର୍ବରୁ ଟିମ୍ ଇଣ୍ଡିଆର ଧୂଆଁଧାର ବ୍ୟାଟ୍ସମ୍ୟାନ ଯଶସ୍ବୀ ଜ‌ୈସ୍ବାଲଙ୍କ ପାଇଁ ଖୁସି ଖବର ଆସିଛି। ଇଂଲଣ୍ଡ ବିରୋଧରେ ୫ଟି ଟେଷ୍ଟ ମ୍ୟାଚ୍ ସିରିଜ ଖେଳି ସେ ୨ଥର ଦ୍ବିଶତକ କରିଥିଲେ। ଏହି ସିରିଜରେ ସେ ବହୁ ରେକର୍ଡ ନିଜ ନାମରେ କରିଥିଲେ। ତାଙ୍କର ଦମଦାର ପ୍ରଦର୍ଶନ ଯୋଗୁ ଭାରତ ୪-୧ରେ ସିରିଜି ଜିତି ଏକ ଅନ୍ତର୍ଜାତୀୟ ରେକର୍ଡ ମଧ୍ୟ କରିଥିଲା। ଏପରିସ୍ଥଳେ ଆଇସିସି ଜ‌ୈସ୍ବାଲଙ୍କୁ ଏକ ବଡ଼ ଉପହାର ଦେଇଛି। ସେ କୌଣସି ଏକ ଟେଷ୍ଟ ସିରିଜରେ ଭାରତ ପକ୍ଷରୁ ସର୍ବାଧିକ ରନ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ପାଲଟିଛନ୍ତି। ଏହା ସହିତ ସିରିଜରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କୁ ଏହି କାରଣରୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଭାବେ ଚୟନ କରାଯାଇଥିଲା। ଏବେ ତାଙ୍କୁ ଏକ ବଡ଼ ଉପହାର ମିଳିଛି।

ତାଙ୍କୁ ଫେବ୍ରୁୟାରୀ ମାସର ପ୍ଲେୟାର ଅଫ୍ ଦି ମନ୍ଥ ଆୱାର୍ଡ ପ୍ରଦାନ କରାଯାଇଛି। ଏହି ଆୱାର୍ଡ ପାଇଁ ଜୈସ୍ବାଲଙ୍କ ସହିତ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲୟମସନ ଏବଂ ଶ୍ରୀଲଙ୍କାର ପ୍ରଥୁମ ନିଶାଙ୍କାଙ୍କ ନାମ ମଧ୍ୟ ନୋମିନେଟ କରାଯାଇଥିଲା। କିନ୍ତୁ ଆଇସିସି ଏହି ଆୱାର୍ଡ ଜୈସ୍ବାଲଙ୍କୁ ପ୍ରଦାନ କରିଛି।

କୌଣସି ଏକ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ ସ୍କୋର କରିଥିବା ରେକର୍ଡ ‌ବିରାଟ କୋହଲିଙ୍କ ନାମରେ ଥିଲା। ସେ ୨୦୧୬ରେ ଇଂଲଣ୍ଡ ବିରୋଧରେ ୬୫୫ ରନ୍ କରିଥିଲେ। ଜୈସ୍ବାଲ ତାଙ୍କ ରେକର୍ଡ ଭାଙ୍ଗି ଇଂଲଣ୍ଡ ସିରିଜରେ ୭୧୨ ରନ କରିଥିଲେ। ଏହା ସହିତ ସେ ଭାରତର କମ୍ ବୟସ୍କ କ୍ରିକେଟର ଭାବେ ୧ ହଜାର ରନ୍ ସଂଗ୍ରହ କରିପାରିଛନ୍ତି। କମ୍ ସଂଖ୍ୟକ ଟେଷ୍ଟ ମ୍ୟାଚ୍ ଖେଳି ୧ ହଜାର ରନ୍ କରିବାରେ ସେ ରେକର୍ଡ କରିଛନ୍ତି। ଏହା ସହିତ ଦ୍ରୁତତମ ଭାବେ ୧ ହଜାର ରନ କରିବାରେ ସେ ମଧ୍ୟ ରେକର୍ଡ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button