ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂହ ସାଇନି – Kalinga News

[ad_1]
ନୂଆଦିଲ୍ଲୀ : ବିଜେପି ନେତା ନାୟବ ସିଂହ ସାଇନି ଆଜି ସନ୍ଧ୍ୟାରେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ପରେ ନାୟବ ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନାୟବ ସିଂହ ବିଜେପିର ଜଣେ ଲୋ ପ୍ରୋଫାଇଲ୍ ଓବିସି ନେତା। ଆଜି ରାଭବନରେ ବିଦାୟୀ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ଉପସ୍ଥିତିରେ ନାୟବ ସିଂହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଜି ଶପଥ ନେବା ପୂର୍ବରୁ ସାଇନି ମନୋହର ଲାଲ ଖଟ୍ଟର ଏବଂ ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତତ୍ରେୟଙ୍କ ଆର୍ଶୀବାଦ ନେଇଥିଲେ। ବିଜେବପି ନେତା କନୱର ପାଲ ଗୁଜ୍ଜର, ଜୟ ପ୍ରକାଶ ଦଳାଇ , ବନୱରି ଲାଲ୍ ଏବଂ ମୁଲ ଚାନ୍ଦ ଶର୍ମା ହରିୟାଣା କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସ୍ବାଧୀନ ବିଧାୟକ ରଂଜିତ ସିଂହ ଚୌତାଲା ମଧ୍ୟ ବିଜେପି ନେତୃତ୍ବାଧୀନ ରାଜ୍ୟରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନୟାବ ସିଂହ ସାଇନିଙ୍କ ବୟସ ୫୪। ସେ କୁରୁକ୍ଷେତ୍ର ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରୁଛନ୍ତି ଏବଂ ସେ ଓବିସି ସମ୍ପ୍ରଦାୟର ସଦସ୍ୟ। ଗତବର୍ଷ ଅକ୍ଟୋବରରେ ତାଙ୍କୁ ବିଜେପିର ହରିୟାଣା ବିଭାଗର ସଭାପତି ନିଯୁକ୍ତ କରାଯାଇଥିଲା। ୧୯୯୬ରେ ସେ ବିଜେପି ଦଳରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଧୀରେଧୀରେ ସେ ଆଗକୁ ବଢ଼ିଲେ। ସାଇନି ୨୦୦୨ରେ ଅମ୍ବାଲାରେ ବିଜେପି ଯୁବଶାଖାର ଜିଲ୍ଲା ସାଧାରଣ ସଚିବ ହେଲେ। ୨୦୦୫ରେ ସେ ଅମ୍ବାଲାରେ ଜିଲ୍ଲା ସଭାପତି ହେଲେ। ୨୦୧୪ରେ ସେ ନାରାୟଣଗଡ଼ ନିର୍ବାଚନମଣ୍ଡଳୀରୁ ବିଧାୟକ ନିର୍ବାଚିତ ହେଲେ। ୨୦୧୬ରେ ସେ ହରିୟାଣାରେ ମନ୍ତ୍ରୀ ନିଯୁକ୍ତ ହେଲେ। ୨୦୧୯ ଲୋକସଭା ନିର୍ବାଚନରେ ସାଇନି କୁରୁକ୍ଷେତ୍ର ନିର୍ବାଚନମଣ୍ଡଳୀରୁ ଜିତିଲେ।
[ad_2]