ଖେଳ ଖବର

ମ୍ୟାଚ୍‌ ‌ନଖେଳି ଚର୍ଚ୍ଚାରେ ଶୁଭ୍ରାଂଶୁ: ଖେଳିବାକୁ ଯାଇଛନ୍ତି ୬ ଓଡ଼ିଆ, ଖେଳିଛନ୍ତି ୪ – Kalinga News

[ad_1]

ଏଥର କେହି ନାହାନ୍ତି, ଧାରାବିବରଣୀ ବି ନାହିଁ

ଭୁବନେଶ୍ବର: ଆଇପିଏଲ୍‌ରେ ଗୋଟିଏ ହେଲେ ମ୍ୟାଚ୍‌ ଖେଳି ନାହାନ୍ତି, କିନ୍ତୁ ଆଇପିଏଲ୍‌ ଇତିହାସରେ ନାଁ ଲେଖାଇଛନ୍ତି ଓଡ଼ିଶାର ପୂର୍ବତନ ଅଧିନାୟକ ଶୁଭ୍ରାଂଶୁ ସେନାପତି। ୨୦୨୨ ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ତାଙ୍କୁ ମୂଳ ଦର ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା। ହେଲେ ସେ ‌ଗୋଟିଏ ବି ମ୍ୟାଚ୍‌ ଖେଳି ନଥିଲେ। ୨୦୨୩ ସଂସ୍କରଣରେ ସିଏସ୍‌କେ ତାଙ୍କୁ ଦଳରେ ବଜାୟ ରଖିଥି‌ଲେ ମଧ୍ୟ ଏଥର ବି ଗୋଟିଏ ହେଲେ ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ମିଳି ନଥିଲା। କିନ୍ତୁ ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ କ୍ବାଲିଫାୟର-୧ ମ୍ୟାଚ୍‌ରେ ଶୁଭ୍ରାଂଶୁ ଜଣେ ବଦଳ ଖେଳାଳି ଭାବେ କ୍ଷେତ୍ରରକ୍ଷଣ କରିବାକୁ ଆସିଥିଲେ। ଯଦିଓ ପୂର୍ବରୁ ଏକାଧିକ ମ୍ୟାଚ୍‌ରେ ବଦଳ ଖେଳାଳି ଭାବେ କ୍ଷେତ୍ରରକ୍ଷଣ କରିଥିଲେ, କିନ୍ତୁ ଏହି ମ୍ୟାଚ୍‌ରେ ସେ ଦର୍ଶନ ନଲକଣ୍ଡେଙ୍କୁ ରନ୍‌ଆଉଟ୍‌ କରି ଚେନ୍ନାଇକୁ ଜିତାଇବାରେ ଅନ୍ୟତମ ଭୂମିକା ନେଇଥିଲେ। ଏହାଫଳରେ ଆଇପିଏଲ୍‌ ଇତିହାସରେ ତାଙ୍କ ନାମ ସବୁଦିନ ପାଇଁ ରେକର୍ଡକୁକ୍ତ ହୋଇଯାଇଛି।

ଶୁଭ୍ରାଂଶୁଙ୍କ ପୂର୍ବରୁ ଓଡ଼ିଆ ଖେଳାଳି ଭାବେ ପ୍ରଜ୍ଞାନ ଓଝା, ହଳଧର ଦାସ, ଅଭିଷେକ ରାଉତ, ବିପ୍ଳବ ସାମନ୍ତରାୟ, ନଟରାଜ ବେହେରା ବିଭିନ୍ନ ଫ୍ରାଞ୍ଚାଇଜ୍‌ ପାଇଁ ଚୁକ୍ତିଭୁକ୍ତ ହୋଇଥିଲେ। କେବଳ ନଟରାଜଙ୍କୁ ଛାଡ଼ିଦେଲେ ଅନ୍ୟମାନେ ମ୍ୟାଚ୍‌ ଖେଳିଛନ୍ତି। ଡେକାନ ଚାର୍ଜର୍ସ ପକ୍ଷରୁ ହଳଧର ଦାସ, ଡେକାନ ଚାର୍ଜର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରଜ୍ଞାନ ଓଝା, ଡେକାନ ଚାର୍ଜସ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ବିପ୍ଳବ ସାମନ୍ତରାୟ, ରାଜସ୍ଥାନ ରୟାଲ୍ସ ପକ୍ଷରୁ ଅଭିଷେକ ରାଉତ ଖେଳିଥିଲା ବେଳେ ନଟରାଜ ବେହେରାଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ନିଜ ଦଳରେ ସାମିଲ କରିଥିଲା। ୨୦୧୫ ପରଠୁ ଆଉ ଆଇପିଏଲ୍‌ରେ ଓଡ଼ିଆ ଖେଳାଳିଙ୍କୁ ଦେଖିବାକୁ ମିଳୁନାହିଁ। ଶେଷ ଥର ପାଇଁ ୨୦୧୫ରେ ପ୍ରଜ୍ଞାନ ଓଝା ଗୋଟିଏ ମ୍ୟାଚ୍‌ ଖେଳିଥିଲେ। ୨୦୨୨ରେ ଶୁଭ୍ରାଂଶୁଙ୍କୁ ସୁଯୋଗ ମିଳିବା ପରେ ନୂଆ ଆଶା ସଂଚାର ହୋଇଥିଲେ ମଧ୍ୟ ଦଳ ତାଙ୍କୁ ଥରୁଟିଏ ବି ସୁଯୋଗ ଦେଇ ନଥିଲା।

ଆଇପିଏଲ୍‌ରେ କେବଳ ଓଡ଼ିଆ ଖେଳାଳିଙ୍କ ଅଭାବ ‌ନାହିଁ, ବରଂ ଗତ ସଂସ୍କରଣଠୁ ଆରମ୍ଭ ହୋଇଥିବା ସିଧାପ୍ରସାରଣରେ ଓଡ଼ିଆ ଭାଷାରେ ଧାରା ବିବରଣୀ ଓ ଓଡ଼ିଆ ସ୍କୋରକାର୍ଡ ଲେଖାଯାଉଥିଲା। ମୋବାଇଲ୍‌ ଆପ୍‌ ଜିଓ ସିନେମାରେ ଆଞ୍ଚଳିକ ଭାଷାରେ ଧାରା ବିବରଣୀ ପାଇଁ ଯୋଜନା ହୋଇଥିଲା। କିନ୍ତୁ ତାହାକୁ ଚଳିତ ବର୍ଷ ବନ୍ଦ କରିଦିଆଯାଇଛି। ଓଡ଼ିଆ ଧାରାବିବରଣୀ ଦର୍ଶକଙ୍କୁ ଆକୃଷ୍ଟ କରିପାରି ନଥିବା କୁହାଯାଉଥିଲା ବେଳେ ପ୍ରଥମ ମ୍ୟାଚ୍‌ରେ ଜୋସୁଆ ଲିଟିଲ୍‌ଙ୍କ ନାମକୁ ଜୋସୁଆ ଛୋଟ ଭାବେ ଅନୁବାଦ କରାଯାଇଥିଲା। ଯାହାକୁ ନେଇ ବିବାଦ ଦେଖାଯାଇଥିଲା। ତଥାପି ଚଳିତ ସଂସ୍କରଣରେ ଓଡ଼ିଆ ପ୍ରଶଂସକ ସାମାନ୍ୟ ନିରାଶ ହୋଇଥିଲେ ମଧ୍ୟ ଧୋନିଙ୍କ ବିଦାୟୀ ସଂସ୍କରଣ, ବିରାଟ କୋହଲିଙ୍କ ଟ୍ରଫି ସ୍ବପ୍ନ ଓ ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ କେବଳ ଦର୍ଶକଙ୍କୁ ପ୍ରତିଯୋଗିତା ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button