ରଣଜୀ ଟ୍ରଫି: ମଧ୍ୟପ୍ରଦେଶ ଫଲୋଅନ୍, ଓଡ଼ିଶାକୁ ୩ ପଏଣ୍ଟ୍ – Kalinga News

[ad_1]
ସୁନିଲ ରାଉଳଙ୍କୁ ୬ ୱିକେଟ୍, ଶୁଭ୍ରାଂଶୁ ସେନାପତି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି
ଭୁବନେଶ୍ବର: ଇନ୍ଦୋରରେ ସୋମବାର ଶେଷ ହୋଇଥିବା ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ୍ ପକେଟସ୍ଥ କରିଛି। ଏହି ମ୍ୟାଚ୍ ବିନା ହାର୍ଜିତ୍ରେ ଶେଷ ହୋଇଥିଲେ ମଧ୍ୟ ସୋମବାର ଚତୁର୍ଥ ତଥା ଶେଷ ଦିନରେ କିଛି ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ ଛାଡ଼ିଯାଇଛି। ମୋଟ (୨୭୭ ଓ ୩୩*) ସଂଗ୍ରହ କରିଥିବା ପୂର୍ବତନ ଅଧିନାୟକ ଶୁଭ୍ରାଂଶୁ ସେନାପତି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ସୋମବାର ସକାଳେ ମଧ୍ୟପ୍ରଦେଶ ୨୪୬/୬ରୁ ଖେଳ ଆରମ୍ଭ କରିଥିବା ବେଳେ ୩୧୮ ରନ୍ କରିଥିଲା। ପୂର୍ବଦିନଠୁ ଅପରାଜିତ ଥିବା ହର୍ଷ ଗାୱଲି ଆଉ ୩୦ ରନ୍ ଯୋଡ଼ି ୧୬୭ ରନ୍ରେ ଆଉଟ୍ ହୋଇଥିଲେ। ସୁନିଲ ରାଉଳ ତାଙ୍କୁ ସନ୍ଦୀପ ପଟ୍ଟନାୟକଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ରାଉଳ ଓ ପୋଦ୍ଦାର ସୋମବାର ପତନ ଘଟିଥିବା ୪ ମଧ୍ୟପ୍ରଦେଶ ୱିକେଟ୍ ମଧ୍ୟରୁ ୨-୨ ବାଣ୍ଟି ନେଇଥିଲେ। ଏଥି ସହିତ ସୁନିଲ ମଧ୍ୟ ମାତ୍ର ୪ ରଣଜୀ ମ୍ୟାଚ୍ରୁ ୨୫ ୱିକେଟ୍ ପୂର୍ଣ୍ଣ କରିବାରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। ସୋମବାର ସେ ମଧ୍ୟ ତୃତୀୟ ଥର ୫ ୱିକେଟ୍ ସଫଳତା ପାଇଥିଲେ। ଯାହାକି ତାଙ୍କୁ ରଣଜୀ ଟ୍ରଫି ଜୀବନର ବର୍ଷକ ଭିତରେ ତୃତୀୟ ଥର ଏହି ସଫଳତା ଦେଇଛି। ସୁନିଲ ସୋମବାର ୨୩-୫-୧୦୦-୫ ଚିତ୍ର ପାଇଥିଲେ। ରବିବାର ରିଟାୟର୍ଡ ହର୍ଟ ହୋଇଥିବା ଭେଙ୍କଟେଶ ଆୟରଙ୍କୁ ଗୋବିନ୍ଦ ପୋଦ୍ଦାର ଆଉଟ୍ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ପାଳିରେ ମଧ୍ୟପ୍ରଦେଶ ୧୮୦ ରନ୍ ପଛୁଆ ରହିବାରୁ ଓଡ଼ିଶା ତୁରନ୍ତ ଫଲୋଅନ୍ ଡାକି ସୁଯୋଗର ପରୀକ୍ଷା କରିଥିଲା। କିନ୍ତୁ ଘରୋଇ ଦଳର ପ୍ରାରମ୍ଭିକ ଯୋଡ଼ି ୟାଶ ଦୁବେ (୯୧, ୧୪୯ ବଲ୍) ଓ ହିମାଂଶୁ ମନ୍ତ୍ରୀ (୧୧୯ ରନ୍, ୧୫୩ ବଲ୍) ପ୍ରଥମ ୱିକେଟ୍ ପାଇଁ ୧୯୪ ରନ୍ ସଂଗ୍ରହ କରି ଓଡ଼ିଶାର ଅଧିକ ଆଶାରେ ପାଣି ଭରି ଦେଇଥିଲେ। ମଧ୍ୟପ୍ରଦେଶ ୨୯୧/୪ରେ ପାଳି ଘୋଷଣା କରି କେବଳ ଔପଚାରିକତା ଦେଖାଇଥିଲା। ଓଡ଼ିଶା ଦ୍ବିତୀୟ ପାଳିରେ ୧୦ ଓଭରରେ ୧ ୱିକେଟ୍ ହରାଇ ୩୮ ରନ୍ ସଂଗ୍ରହ କରିଥିବା ବେଳେ ମ୍ୟାଚ୍ ଡ୍ର’ ରହିଥିଲା। ଅନୁରାଗ ଷଡ଼ଙ୍ଗୀ ଖାତା ଖୋଲିପାରି ନଥିବା ବେଳେ ଶୁଭ୍ରାଂଶୁ ୨୫ ବଲ୍ରୁ ୩୩* ଓ ଧୂପର ୩୩ ବଲ୍ରୁ ୫* ରନ୍ କରି ଅପରାଜିତ ରହିଥିଲେ। ଓଡ଼ିଶା ନିଜର ପରବର୍ତ୍ତୀ ମ୍ୟାଚ୍ ୧୯ ତାରିଖରୁ ଟାଙ୍ଗୀସ୍ଥିତ ଡ୍ରିମ୍ସ ପଡ଼ିଆରେ ଜମ୍ମୁ କାଶ୍ମୀର ବିପକ୍ଷରେ ଖେଳିବ।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୪୯୮ (ଶୁଭ୍ରାଂଶୁ ସେନାପତି-୨୭୭, ହର୍ଷିତ ରାଠୋଡ଼-୬୦*, ରାଜେଶ ଧୂପର-୫୧, ସାରାଂଶ ଜୈନ-୩/୯୦)। ମଧ୍ୟପ୍ରଦେଶ ପ୍ରଥମ ପାଳି: ୯୭.୨ ଓଭରରେ ୩୧୮/ (ହର୍ଷ ଗାୱଲି-୧୬୭, ସାରାଂଶ ଜୈନ-୪୦, ସୁନିଲ ରାଉଳ-୫/୧୦୦, ଗୋବିନ୍ଦ ପୋଦ୍ଦାର-୨/୨୬, ପ୍ରୟାସ ସିଂହ-୨/୮୦, ସୂର୍ଯ୍ୟକାନ୍ତ ପ୍ରଧାନ-୧/୬୨)। ମଧ୍ୟପ୍ରଦେଶ ଦ୍ବିତୀୟ ପାଳି (ଫଲୋଅନ): ୫୯ ଓଭରରେ ୨୯୧/୪, ଘୋଷଣା (ହିମାଂଶୁ ମନ୍ତ୍ରୀ-୧୧୯, ୟାଶ ଦୁବେ-୯୧, ଶୁଭମ ଶର୍ମା-୪୮, ଜୟନ୍ତ ବେହେରା-୨/୧୧୩, ଗୋବିନ୍ଦ ପୋଦ୍ଦାର-୧/୨୧, ସୁନିଲ ରାଉଳ-୧/୨୫)। ଓଡ଼ିଶା ଦ୍ବିତୀୟ ପାଳି: ୧୦ ଓଭରରେ ୩୮/୧ (ଶୁଭ୍ରାଂଶୁ ସେନାପତି-୩୩*, ରାଜେଶ ଧୂପର-୫*, କୁମାର କାର୍ତିକେୟ-୧/୧୫)।
[ad_2]




