ଦେଶ- ବିଦେଶ

ସରକାରୀ ଚାକିରି ମିଳୁ ନାହିଁ ? ମନ ପସନ୍ଦର ସରକାରୀ ଚାକିରି ପାଇବାକୁ ଚାହୁଁଥିଲେ ଆଜି ହିଁ କରନ୍ତୁ ଏହି 5 ଉପାୟ

ଆଜିକାଲି ସମସ୍ତେ ଏକ ଭଲ ଚାକିରି ସନ୍ଧାନରେ ଲାଗି ରହୁଛନ୍ତି । ବେଳେବେଳେ ଅନେକ ପରିଶ୍ରମ କରିବା ପରେ ବି ଲୋକଙ୍କୁ ସଫଳତା ମିଳୁ ନାହିଁ । କୁହାଯାଏ ପରିଶ୍ରମ ସହ ଯଦି ବ୍ୟକ୍ତିଙ୍କୁ ଭାଗ୍ଯର ସହଯୋଗ ମିଳିଯିବ ତେବେ ଯାଇ ସଫଳ ହୋଇପାରିବେ । ଜୀବନରେ ସଫଳତା ପାଇବା ପାଇଁ ଆମ ଶାସ୍ତ୍ର ମାନଙ୍କରେ କିଛି ଉପାୟ ମଧ୍ୟ କୁହାଯାଇଛି । ଯାହାକୁ ପରିଶ୍ରମ କରିବା ସହ ପ୍ରକୃତ ଶ୍ରଦ୍ଧାର ସହ କଲେ ଆପଣଙ୍କର ମନୋବାଞ୍ଛା ନିଶ୍ଚୟ ପୂର୍ଣ୍ଣ ହେବ । ତେବେ ଚାଲନ୍ତୁ ଜାଣିବା କଣ ସବୁ ସେହି ଉପାୟ ।

ଶାସ୍ତ୍ର ଅନୁସାରେ ପ୍ରତିଦିନ ଭଗବାନ ଶିବଙ୍କ ଲିଙ୍ଗ ଉପରେ ଜଳ ଚଢାଇ ଅକ୍ଷତ ଅର୍ପଣ କରନ୍ତୁ । କିନ୍ତୁ ଏହାର ସଂପୂର୍ଣ୍ଣ ଧ୍ୟାନ ରଖନ୍ତୁ କି ଶିବଲିଙ୍ଗରେ ଅକ୍ଷତ ରୂପରେ ଚଢା ଯାଇଥିବା ଚାଉଳ ଯେପରି ଭାଙ୍ଗି ନଥିବ ବରଂ ଏକଦମ ଅଖଣ୍ଡିତ ରହିଥିବ । ଏହି ଉପାୟ ଦ୍ଵାରା ସରକାରୀ ଚାକିରି ପାଇବାର ଯୋଗ ମଜବୁତ ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଯଦି ଆପଣଙ୍କୁ କଠିନ ପରିଶ୍ରମ ପରେ ମଧ୍ୟ ସରକାରୀ ଚାକିରି ମିଳି ପାରୁ ନାହିଁ କିମ୍ବା ଆପଣନାକ କାର୍ଯ୍ୟ ସ୍ଥଳରେ କୌଣସି ପ୍ରକାରର ସମସ୍ଯା ଲାଗି ରହୁଛି ତେବେ ପ୍ରତିଦିନ ସକାଳେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ସ୍ନାନ କରି ନିତ୍ୟକର୍ମ ସାରି ଦିଅନ୍ତୁ । ଏହାପରେ ସୂର୍ୟ ଦେବତାଙ୍କୁ ପ୍ରତିଦିନ ଜଳ ଅର୍ପଣ କରନ୍ତୁ । ଏହାଦ୍ବାରା ମଧ୍ୟ ସରକାରୀ ଚାକିରି ମିଳିବାର ଯୋଗ ପ୍ରବଳ ହୋଇଥାଏ ।

ଶାସ୍ତ୍ର ଅନୁସାରେ ଆପଣ ଯଦି ସରକାରୀ ପାଇବାକୁ ଚାହୁଁଛନ୍ତି କିମ୍ବା ଅନ୍ୟ କୌଣସି ବିଶେଷ କାର୍ଯ୍ୟରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ପ୍ରତି ମଙ୍ଗଳାବର ଦିନ ହନୁମାନ ଚାଳିଶା ୧୧ ଥର ପାଠ କରନ୍ତୁ । ଏହାସହ ୨୧ଟି ବେସନର ଲଡୁ ଭଗବାନ ହନୁମାନଙ୍କୁ ଲଗାନ୍ତୁ ଏହାର ଭୋଗ ବାଣ୍ଟନ୍ତୁ । ଦେଖିବେ ଆପଣଙ୍କ ଇଚ୍ଛା ନିଶ୍ଚୟ ପୂରଣ ହେବ ।

ଶାସ୍ତ୍ର ଅନୁସାରେ ଏପରି ମାନ୍ୟତା ରହିଛି କି ଯଦି ଆପଣ କୌଣସି ଚାକିରି କିମ୍ବା ଇଣ୍ଟରଭ୍ୟୁ ପାଇଁ ଯାଉଛନ୍ତି ତେବେ ଯିବା ପୂର୍ବରୁ ଗୋମାତାଙ୍କୁ ଅଟା କିମ୍ବା ଗୁଡ ଖୁଆଇ ଯାଆନ୍ତୁ । ନଚେତ ଘରୁ ବାହାରିବା ପୂର୍ବରୁ ହନୁମାନ ଚାଳିଶାର ପାଠ ଅବଶ୍ୟ କରନ୍ତୁ । ଶାସ୍ତ୍ର ଅନୁସାରେ ଏହି ଉପାୟ କରିବା ଦ୍ଵାରା ମନ ପସନ୍ଦର ଚାକିରି ମିଳିବାର ଯୋଗ ବନି ଥାଏ ।

ମାନ୍ୟତା ରହିଛି କି ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ଡାହାଣ ପାଖକୁ ମୋଦୀ ହୋଇ ରହିଥିବା ଶୁଣ୍ଢର ପ୍ରତିମା ଘରେ ସ୍ଥାପିତ କରନ୍ତୁ ଓ ନିତ୍ୟ ତାଙ୍କର ପୂଜା କରନ୍ତୁ । ପୂଜା କରିବା ସମୟରେ ତାଙ୍କୁ ଲବଙ୍ଗ ଏବଂ ଗୁଆ ଅର୍ପଣ କରନ୍ତୁ ଆଉ କାର୍ଯ୍ୟରେ ବାହାରକୁ ଯିବା ବେଳେ ଏହି ଲବଙ୍ଗ ଏବଂ ଗୁଆ ନିଜ ସାଥିରେ ରଖି ଦିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button