ଅପରାଧ

ବାଣ କାରଖାନାରେ ବିସ୍ଫୋରଣ: ଲାଇସେନ୍ସର ପରିମାଣଠାରୁ ଅଧିକ ଥିଲା ବିସ୍ଫୋରକ ସାମଗ୍ରୀ – Kalinga News

[ad_1]

ଭୋପାଳ: ମଙ୍ଗଳବାର ଦିନ ମଧ୍ୟପ୍ରଦେଶର ହରଦାଠାରେ ଥିବା ବାଣ କାରଖାନାରେ ବିସ୍ଫୋରଣ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ଅନେକ ଜଣ ଆହତ ହୋଇଛନ୍ତି। ଏବେ ଜାଣିବାକୁ ମିଳିଛି ଯେ ତାହା ଏକ ଲାଇସେନ୍ସପ୍ରାପ୍ତ କାରଖାନା।

ତେବେ କାରଖାନାରେ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ଲାଇସେନ୍ସର ନିର୍ଦ୍ଦିଷ୍ଟ ପରିମାଣଠାରୁ ଅଧିକ ଥିଲା ବୋଲି ହରଦା ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଇଣ୍ଡିଆ ଟୁଡେକୁ କହିଛନ୍ତି।

ଏହି ବିସ୍ଫୋରଣରେ ୧୭୦ ରୁ ଅଧିକ ଲୋକ ଆହତ ହୋଇଥିଲେ, ଯାହା ପରେ ଏହାର ଦୁଇ ମାଲିକ ରାଜେଶ ଅଗ୍ରୱାଲ ଏବଂ ସୋମେଶ ଅଗ୍ରୱାଲ ନାମକ ବ୍ୟକ୍ତି ସନ୍ଧ୍ୟା ସୁଦ୍ଧା ରାଜଗଡ ଜିଲ୍ଲାର ସାରଙ୍ଗପୁରରୁ ଗିରଫ ହୋଇଥିଲେ।
ଯଦିଓ ବିସ୍ଫୋରଣର କାରଣ ଜଣାପଡିନଥିଲା, ମାଲିକଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ ହୋଇଥିଲା। ବାଣ କାରଖାନାର ଏକ ଗୋଦାମରେ ବିପୁଳ ପରିମାଣରେ ବାରୁଦ ଭର୍ତ୍ତି ହୋଇ ରହିଥିବା ବେଳେ ଆଉ ଦୁଇଟି ଗୋଦାମରେ ବାଣ ମହଜୁଦ ଥିଲା। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ସମଗ୍ର ବୈରାଗଡ଼ ଗ୍ରାମ ଥରି ଉଠିଥିଲା ଏବଂ ଆଖି ପିଛୁଳାକେ ଆଖପାଖ ଅଂଚଳକୁ ନିଆଁ ବ୍ୟାପିଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button