ଅପରାଧ

ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଶବ ସହ ୩ଦିନ ବିତାଇଲେ ଯୁବକ – Kalinga News

[ad_1]

ଲକ୍ଷ୍ନୌ: ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଶବ ସହ ୩ଦିନ ବିତାଇଲେ ଯୁବକ | ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏଭଳି ଛାତିଥରା ହତ୍ୟା ଘଟଣା ସାମ୍ନାକୁ ଆସିଛି। ବିଜନୋର ପୁଲିସ ଷ୍ଟେସନ ଅଧୀନରେ ଆସୁଥିବା ଏକ ଗ୍ରାମରେ ଜଣେ ଯୁବକ ତାଙ୍କ ପତ୍ନୀ ଏବଂ ଦୁଇ ନାବାଳକ ପିଲାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ସେ ମୃତଦେହକୁ ପ୍ରାୟ ତିନି ଦିନ ଘରେ ରଖିଥିଲେ ବୋଲି ସାମ୍ନାକୁ ଆସିଛି। ଅଭିଯୁକ୍ତର ରାମ ଲାଗନ ବୋଲି ଜଣାପଡିଥିବା ବେଳେ ତାକୁ ଗିରଫ କରି ପଚରାଉଚରା କରୁଛି ପୁଲିସ |

କୁହାଯାଉଛି ଯେ, ରାମ ଲାଗନ୍ ପ୍ରଥମେ ପତ୍ନୀ ୩୦ବର୍ଷିୟ ଜ୍ୟୋତିଙ୍କୁ ତାଙ୍କ ପିଲାମାନଙ୍କ ସାମ୍ନାରେ ଗଳା କାଟି ହତ୍ୟା କରିଥିଲେ। ଏହା ପରେ ଗିରଫ ଡରରେ ସେ ନିଜ ଝିଅ ପାୟଲ ଓ ପୁଅ ଆନନ୍ଦଙ୍କର ମଧ୍ୟ ଗଳା କାଟି ହତ୍ୟା କରିଥିଲେ। ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ, ପତ୍ନୀ ଜ୍ୟୋତିଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଅଭିଯୁକ୍ତ ରାମ ଲାଗନ ଏଭଳି ଅପରାଧ କରିଛନ୍ତି। ଏହି ଘଟଣାକୁ ଲୁଚାଇବା ପାଇଁ ଅଭିଯୁକ୍ତ ନିଜେ ଶବ ସହିତ ଗୋଟାଏ ଘରେ ଶୋଇଥିଲେ ବୋଲି ଜଣାପଡିଛି।

ପୁଲିସର କହିବା ମୁତାବକ ହତ୍ୟା ପରେ ଅଭିଯୁକ୍ତ ରାମ ଲାଗନ ତିନିଜଣଙ୍କ ମୃତଦେହକୁ ବାହାରେ ଫିଙ୍ଗିବାକୁ ଚେଷ୍ଟା କରିଥିଲେ | କିନ୍ତୁ ଆଖପାଖରେ ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ସେ ତାହା କରିପାରିନଥିଲେ | ଯେତେବେଳେ ପଡୋଶୀ ତାଙ୍କୁ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ବିଷୟରେ ପଚାରୁଥିଲେ, ସେ କହୁଥଲେ ଯେ ସମସ୍ତେ ହୋଲି ପାଳନ କରିବାକୁ ସମ୍ପର୍କୀୟଙ୍କ ଘରକୁ ଯାଇଛନ୍ତି | ହେଲେ ୩ଦିନ ପରେ ଘରୁ ଦୁର୍ଗନ୍ଧ ଆସିବାରୁ ପୁରା ଘଟଣା ସାମ୍ନାକୁ ଆସିଥିଲା |



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button