ଅପରାଧ

ବିଦ୍ୟାଳୟର ଶ୍ରେଣୀଗୃହ ପ୍ରଧାନଶିକ୍ଷୟିତ୍ରୀଙ୍କ ପାଇଁ ପାଲଟିଛି ଶୋଇବାଘର ଓ ରୋଷେଇଶାଳ – Kalinga News

[ad_1]

ଜମୁଇ: ବିହାରରେ ଶିକ୍ଷା ବିଭାଗ ଏବଂ ଶିକ୍ଷକମାନଙ୍କର ଉନ୍ନତୀ ପାଇଁ ନିରନ୍ତର ଉଦ୍ୟମ ଚାଲିଛି। ଶିକ୍ଷା ବିଭାଗ ସହିତ ଜଡ଼ିତ ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ଏକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶ୍ରେଣୀଗୃହକୁ ନିଜର ଶୋଇବାଘର କରି ସ୍ବାମୀ ସହ ରହୁଥିବା ଘଟଣା ସାମ୍ନାକୁ ଆସିଛି।

ଏହି ବିଦ୍ୟାଳୟ ଜମୁଇ ଜିଲ୍ଲାର ଖେରା ବ୍ଲକର ସୁଦୂର ବରଦୌନ ଗ୍ରାମରେ ରହିଛି। ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ସିଲା ହେମ୍ବ୍ରମ୍ ଏକ ଶ୍ରେଣୀଗୃହକୁ ନିଜର ଶୋଇବା ଘର କରି ଦେଇଛନ୍ତି। ‌ଏଠାରେ ସେ ଶୋଇବା ଶଯ୍ୟା ଠାରୁ ଆରମ୍ଭ କରି ଫ୍ରିଜ୍, ଆଲମିରା, ଟିଭି, ଟେବୁଲ୍ ଏବଂ ରୋଷେଇ ଘରର ସମସ୍ତ ଜିନିଷ ରଖିଛନ୍ତି।

ଏହି ବିଦ୍ୟାଳୟକୁ ପ୍ରତିଦିନ ୧୦ଟାରୁ ୪ଟା ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠପଢ଼ିବାକୁ ଆସିଥାଆନ୍ତି। ଏଠାରେ ୧୩୦ଜଣ ପିଲାଙ୍କ ନାମଲେଖା ହୋଇଛି।ଏହି ସ୍କୁଲରେ ଚାରିଟି ଶ୍ରେଶୀଗୃହ ସରହିଛି। ଗୋଟିଏ ଗୃହରେ ୧ମରୁ ୩ୟ ଶ୍ରେଣୀ ଯାଏଁ ପିଲା ପାଠ ପଢ଼ୁଥିବା ବେଳେ ଦ୍ବିତୀୟରେ ୪ର୍ଥରୁ ୫ମ ଶ୍ରେଣୀ ଓ ତୃତୀୟ ଗୃହରେ ୬ଷ୍ଠରୁ ୮ମ ଶ୍ରେଣୀ ଯାଏଁ ପିଲା ପାଠପଢ଼ନ୍ତି। ଅନ୍ୟ ଏକ କଠୋରିରେ ପ୍ରଧାନଶିକ୍ଷୟିତ୍ରୀ ତାଙ୍କ ତାଙ୍କ ସ୍ବାମୀଙ୍କ ସହିତ ବସବାସ କରୁଥିବା ଜଣାପଡ଼ଛି।

ଏହି ଘଟଣାକୁ ନେଇ ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି, ସ୍କୁଲ ଠାରୁ ମୋର ଘର ବହୁତ ଦୂରରେ ଥିବାରୁ ମୋତେ ଯିବା ଆସିବା ପାଇଁ ଅସୁବିଧା ହେଉଥିଲା। ତେଣୁ ମୁଁ ସ୍କୁଲ ନିକଟରେ ଘର ଘର ତିଆରି କରୁଛି। ତେଣୁ କିଛିଦିନ ପାଇଁ ସ୍କୁଲର ଶ୍ରେଣୀଗୃହରେ ରହି ଯାଇଛି। ସ୍କୁଲ ଛୁଟି ହୋଇଯିବା ପରେ ଏ ସ୍ଥାନ ଶୁନଶାନ ହୋଇଯାଏ। ଭୟ ଲାଗିଥାଏ। କିଛି ଅଘଟଣ ଯେମିତି ନଘଟୁ ସେଥିପାଇଁ  ସ୍ବାମୀଙ୍କୁ ବି ପାଖରେ ରଖିଛି। ମୋର ଘର ତିଆରି ହୋଇ‌ଗଲେ ମୁଁ ଚାଲିଯିବି।’

 

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button