ଅପରାଧ

ବାରଙ୍ଗରେ ଚାଞ୍ଚଲ୍ୟ! ବିଧବାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା! – Kalinga News

[ad_1]

ବାରଙ୍ଗ: ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ଗାଁରେ ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ମୃତକ ସ୍ବର୍ଗତ ପ୍ରଦୀପ ବିଶ୍ବାଳଙ୍କ ପତ୍ନୀ (୪୮) ବୋଲି ଜଣାଯାଇଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ସ୍ବର୍ଗତ ପ୍ରଦୀପ ବିଶ୍ବାଳଙ୍କ ପତ୍ନୀ ଘର ପଛପଟେଥିବା ବାଡ଼ିକୁ ଯାଇଥିବା ବେଳେ ତାଙ୍କୁ କେହି ଅତର୍କିତ ଆକ୍ରମଣ କରିଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣହାନି ଘଟିଥିଲା। ମୃତଦେହ ନିକଟରୁ ରକ୍ତଲଗା କାଠ ଫାଳିଆ ଓ ପଥର ପଡ଼ିଛି। ଏଥିରୁ ଅନୁମାନ କରାଯାଉଛି ଯେ ତାଙ୍କୁ କେହି ପଥର ଓ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛି। ଖବର ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ ନିକଟରେ ପଡ଼ିଥିବା ରକ୍ତଲଗା କାଠ ଫାଳିଆ ଓ ପଥରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button