ରାଜନୀତି

ପ୍ରଶାନ୍ତଙ୍କ ଶକ୍ତି ପ୍ରଦର୍ଶନ – Kalinga News

[ad_1]

ରାଉରକେଲା: ସାଧାରଣ ନିର୍ବାଚନ ଘୋଷଣା ହୋଇନି। ବିଜେପି, ବିଜେଡି ଓ କଂଗ୍ରେସର ଟିକେଟ ଆଶାୟୀ ନେତାମାନେ ଶକ୍ତିପ୍ରଦର୍ଶନ କରିବାକୁ ଗୋଟିଏ ପରେ ‌ଗୋଟିଏ କାର୍ଯ୍ୟକ୍ରମମାନ କରୁଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ନିକଟରେ କଂଗ୍ରେସ ଦଳ ଛାଡ଼ିଥିବା ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ପ୍ରଶାନ୍ତ ସେଠୀ। ନିର୍ବାଚନ ଘୋଷଣା ପୂର୍ବରୁ ସେ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ଦଳୀୟ ଟିକେଟ୍‌ ହାତେଇବାକୁ ଗତ ପ୍ରାୟ ୨ ବର୍ଷଧରି ରଘୁନାଥପାଲି ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବସ୍ତିରେ କିଛି ନା କିଛି କାର୍ଯ୍ୟକ୍ରମ କରୁଛନ୍ତି। ଆଜି ସେକ୍ଟର-୫ସ୍ଥିତ ଭଞ୍ଜ ଭବନ ସମ୍ମିଳନୀ କକ୍ଷରେ ‘ଅର୍ନ୍ତଜାତୀୟ ମହିଳା ଦିବସ’ ପାଳନ ନାଁରେ ନିଜର ଶକ୍ତିପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ମହିଳାଭୋଟର ନିକଟତର ହେବାକୁ ରଘୁନାଥପାଲି ନିର୍ବାଚନମଣ୍ଡଳୀ ପ୍ରାୟ ୨ ହଜାରରୁ ମହିଳାଙ୍କୁ ଏକାଠି କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶର୍ମିଷ୍ଠା କବି ଶତପଥୀ ଓ ବକ୍ତାଭାବେ ମୋନାଲିସା ମିଶ୍ର, ସମ୍ମାନିତ ଅତିଥି ନିରୁପମା ସ୍ବାଇଁ ଯୋଗଦେଇଥିଲେ। ମହିଳା ସଶକ୍ତୀକରଣ ଓ ଆତ୍ମନିର୍ଭରଶୀଳ ସମ୍ପର୍କରେ ପ୍ରଶାନ୍ତ ନିଜର ବକ୍ତବ୍ୟ ରଖିଥିଲେ। କେବଳ ଏତିକି ନୁହେଁ ମହିଳାମାନଙ୍କୁ ଆଗକୁ ନେବାରେ ସରକାରଙ୍କ ଯୋଜନା ସମ୍ପର୍କରେ ମଧ୍ୟ କହିବାକୁ ପଛାଇ ନଥିଲେ। ପ୍ରଶାନ୍ତଙ୍କ ଏମିତି କିଛି ରାଜନୈତିକ ଭା‌ଷଣ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ‌



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button