ଅପରାଧ

ପାଟପୁରର ଚର୍ଚ୍ଚିତ ହତ୍ୟାକାଣ୍ଡ: ବାପା ଓ ୪ ପୁଅ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ – Kalinga News

[ad_1]

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଇଲାକାରେ ୨୦୧୩ ମସିହରେ ଘଟିଥିବା ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି। ଦୀର୍ଘ ୧୦ବର୍ଷର ବିଚାରଣା ପରେ ଏଡିଜେ-୧ ଡ.ଇନ୍ଦୁ ଶର୍ମା ଆବଶ୍ୟକ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ହତ୍ୟାକାରୀ ବାପା ଓ ୪ ପୁଅ ସମେତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ ପାଟପୁର ଥାନା ପାଇକଜଗନ୍ନାଥପୁର ଗ୍ରାମର ବାପା ଧନୁ ସ୍ବାଇଁ ଓ ତାଙ୍କ ୪ ପୁଅ ସରୋଜ ସ୍ବାଇଁ ଓରଫ୍‌ ବାୟା, ଅମିନ ସ୍ବାଇଁ, କାର୍ତ୍ତିକ ସ୍ବାଇଁ ଓ ଭଗବାନ ସ୍ବାଇଁ। ଘଟଣା ପରଠାରୁ ସରୋଜ, ଅମିନ ଓ କାର୍ତ୍ତିକ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ଥିଲେ। ଏହି ମାମଲାରେ ୩ଜଣ ମହିଳାଙ୍କୁ କୋର୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।
ସୂଚନା ଅନୁସାରେ, ପାଟପୁର ଥାନା ଅନ୍ତର୍ଗତ ପାଇକଜଗନ୍ନାଥପୁର ଗ୍ରାମରେ ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିଲା। ଗତ ୨୦୧୩ ଡିସେମ୍ବର ୨୮ତାରିଖରେ ଗାଁର ଗୋଲା ସ୍ବାଇଁ, ପତ୍ନୀ ମାୟା ସ୍ବାଇଁ ଓ ପୁଅ ରାଜୀବ ସ୍ବାଇଁ ବିଲରୁ କାମ ସାରି ପୋଖରୀରୁ ଗାଧୋଇ ଫେରୁଥିଲେ। ଏହି ସମୟରେ ଧନୁ ଓ ତାଙ୍କର ୪ପୁଅ ଏବଂ ୩ବୋହୂ ଖଣ୍ଡା, କାତି ଧରି ସେମାନଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ବାପା ଗୋଲା ଓ ପୁଅ ରାଜୀବଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ମାୟା ଗୁରୁତର ହୋଇଥିଲେ। ଏହି ଘଟଣା ସେ ସମୟରେ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଡବଲ୍‌ ମର୍ଡ଼ର୍‌ ଘଟଣାରେ ପାଟପୁର ଥାନା ପୁଲିସ କେସ୍‌ ନମ୍ବର ୧୫୦/୧୩ରେ ପ୍ରଥମେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅନ୍ୟ ଅଭିଯୁକ୍ତମାନେ ପରେ ହାଇକୋର୍ଟରୁ ଆଗୁଆ ଜାମିନ୍‌ ପାଇଥିଲେ।

ମାମଲାର ତଦନ୍ତ ଅଧିକାରୀ ତଥା ପାଟପୁର ଥାନାର ତତ୍କାଳୀନ ଥାନା ଅଧିକାରୀ ଜ୍ଞାନ ରଂଜନ ମିଶ୍ର ମୋଟ ୮ଜଣ ଅଭିଯୁକ୍ତଙ୍କ ନାମରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲେ। ଏହି ମାମଲାର ଶୁଣାଣି ବେଳେ ସମୁଦାୟ ୧୯ଜଣ ସାକ୍ଷୀଙ୍କ ବୟାନ୍‌ ରେକର୍ଡ଼ କରା ଯାଇଥିଲା। ଆବଶ୍ୟକ ପ୍ରମାଣ ଥିବାରୁ କୋର୍ଟ ବାପା ଓ ୪ ପୁଅଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୩ବୋହୂ ସରୋଜଙ୍କ ପତ୍ନୀ ଲକ୍ଷ୍ମୀ ସ୍ବାଇଁ, ଅମିନଙ୍କ ପତ୍ନୀ ସୁନିତା ସ୍ବାଇଁ ଓ କାର୍ତ୍ତିକଙ୍କ ପତ୍ନୀ ଅବନ୍ତୀ ସ୍ବାଇଁଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ପିପି ସୌଭାଗ୍ୟ ସ୍ବାଇଁ ମକଦ୍ଦମା ପରିଚାଳନା କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button