୫ବର୍ଷର ଛୁଆକୁ ଧରି ଜୀବନ ହାରିବାକୁ ଯାଉଥିବା ମହିଳାଙ୍କୁ ଘର ଭିତରୁ ଉଦ୍ଧାର କଲା ପୁଲିସ – Kalinga News

[ad_1]
ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ନିଜର ଛୁଆକୁ ଧରି ଜୀବନ ହାରିବାକୁ ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ମା’ ଓ ଛୁଆକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ, ବେଙ୍ଗାଲୁରୁର ହ୍ବାଇଟଫିଲ୍ଡସ୍ଥିତ ନାଗୋଣ୍ଡନହଲ୍ଲି ଶ୍ରୀନିଧି ଏଲାୟନସ ଆପାର୍ଟମେଣ୍ଟରେ ଏକ ଅଘଟଣ ଘଟିବାକୁ ଯାଉଥିଲା, ଯାହାକି ଅଳ୍ପକେ ବର୍ତ୍ତି ଯାଇଛି। ଜଣେ ୩୭ବର୍ଷର ମହିଳା ନିଜର ୫ବର୍ଷ ଛୁଆକୁ ଧରି ଜୀବନ ହାରିବାକୁ ଯାଉଥିଲେ। ଏଥିପାଇଁ ମହିଳା ଜଣକ ସିଲିଣ୍ଡର ଖୋଲି ଦେଇ ନିଆଁ ଲଗାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ନିଆଁ ଲାଗି ପାରୁ ନଥିଲା। ଏତିକି ବେଳେ ମହିଳାଙ୍କ ପରିବାରଲୋକ ଆସି ଘର ପାଖରେ ପହଞ୍ଚି ଯାଇଥିଲା।
ଘରେ ପହଞ୍ଚି ସେମାନେ ଯେତେ ଡାକିଥିଲେ ବି ଭିତରୁ କେହି କବାଟ ଖୋଲି ନଥିଲେ। ଶେଷରେ କିଛି ଉପାୟ ନପାଇ ମହିଳାଙ୍କ ଘରଲୋକ ପଡ଼ିଶାଲୋକଙ୍କୁ ଡାକି ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସଦଳ ଘଟଣାସ୍ଥଳରେ ପହଞ୍ଚି ଏକ ଲୁହା ରଡ଼ ସାହାଯ୍ୟରେ କାବଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା। ଘର ଭିତରୁ ମହିଳା ଓ ତାଙ୍କ ୫ବର୍ଷର ଛୁଆକୁ ସୁରକ୍ଷିତ ଉଦ୍ଧାର ଭାବେ କରିଥିଲା। ଏହି ଘଟଣାପରେ ମା’ ଓ ଛୁଆ ଭୟଭୀତ ହୋଇଯାଇଥିବାରୁ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ଦୁହିଁଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ ମହିଳା ଜଣକ ନିଜ ସହିତ ଛୁଆର ଜୀବନ କେଉଁ କାରଣ ପାଇଁ ହାରିବାକୁ ଯାଉଥିଲେ ପୁଲିସ ତାହାର ଯାଞ୍ଚ ଆରମ୍ଭ କରିଛି।
[ad_2]




