ଅପରାଧ

ଡିପ୍‌ଫେକ୍‌ରେ ୨୦୦ କୋଟି ଠକେଇ – Kalinga News

[ad_1]

ହଂକଂ: ଡିପ୍‌ଫେକ୍‌ କେତେ ମାରାତ୍ମକ ହୋଇପାରେ ତାହା ହଂକଂରେ ଘଟିଥିବା ଏକ ଘଟଣାରୁ ଜଣାପଡ଼ିଛି। ସେଠାକାର ଏକ ବହୁରାଷ୍ଟ୍ରୀୟ କମ୍ପାନି ୨୦୦ କୋଟି ଟଙ୍କା ଠକେଇର ଶିକାର ହୋଇଛି। ହଂକଂ ପୁଲିସର ସୂଚନା ଅନୁଯାୟୀ, ଡିପ୍‌ଫେକ୍‌କୁ ବ୍ୟବହାର କରି ନକଲି ଜୁମ୍‌ ମିଟିଂ ଜରିଆରେ ଏହି ଠକେଇ ହୋଇଥିଲା। ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ବ୍ୟତୀତ ଆଉ ସମସ୍ତେ ଥିଲେ ନକଲି। କମ୍ପାନିର କର୍ମଚାରୀଙ୍କ ଡିପ୍‌ଫେକ୍‌ ଭିଡିଓ ତିଆରି କରାଯାଇଥିଲା। ସେହି ସଂସ୍ଥାର ମୁଖ୍ୟ ବିତ୍ତ ଅଧିକାରୀ(ସିଏଫ୍‌ଓ)ଙ୍କର ମଧ୍ୟ ନକଲି ଭିଡିଓ ପ୍ରସ୍ତୁତ କରାଯାଇଥିଲା। କମ୍ପାନିର ଅର୍ଥ ବିଭାଗର ଜଣେ କର୍ମଚାରୀଙ୍କୁ ପାଲରେ ପକାଇ ଏହି ଠକେଇ କରାଯାଇଥିଲା। ସିଏଫ୍‌ଓଙ୍କ ନାଁରେ ତାଙ୍କ ପାଖକୁ ନକଲି ଇମେଲ୍‌ ପଠାଇ ଜୁମ୍‌ ମିଟିଂ ଆୟୋଜନ କରାଯାଇଥିଲା। ସେହି ବୈଠକରେ ବିଭିନ୍ନ ବ୍ୟାଙ୍କ ଖାତାକୁ ପ୍ରାୟ ୨୦୦ କୋଟି ଟଙ୍କା ପଠାଇବାକୁ ସିଏଫ୍‌ଓ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ଏକ ସପ୍ତାହବ୍ୟାପୀ ଏହି ନକଲି ବୈଠକ ଚାଲିବାରୁ କାହାର ସନ୍ଦେହ ହେଉ ନଥିଲା। ପରବର୍ତ୍ତୀ ସମୟରେ ତାହା ଏକ ଠକେଇ ବୋଲି ଜଣାପଡ଼ିଥିଲା। ପୁଲିସ ଏହି ଘଟଣାର ତଦନ୍ତ କରୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button