ତହସିଲଦାରଙ୍କ ସାମ୍ନାରେ ବିଷ ପିଇଲେ ମହିଳା, ଅଧିକାରୀ ଶୁଣିଲେନି ଗୁହାରି – Kalinga News
[ad_1]
ବେଗୁନିଆ: ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦକୁ ବିରୋଧ କରି ତହସିଲ୍ଦାର ଏବଂ ପୁଲିସ ବାବୁଙ୍କ ସମ୍ମୁଖରେ ବିଷ ପିଇଲେ ମହିଳା। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ୍ ଦେଉଳି ପଞ୍ଚାୟତ କୋଚିଆଖାଲ ଗାଁରେ ଆଜି ଅପରାହ୍ଣରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ନାଁ ହେଲା ମିତା ପାଟ୍ଟସାହାଣୀ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ବାମୀ କୃଷ୍ଣଚନ୍ଦ୍ରଙ୍କ କହିବା ଅନୁସାରେ, ସ୍ଥାନୀୟ ଅଞ୍ଚଳର ଏକ ଜାଗାକୁ ସେ କିଣିଥିଲେ। ତା’ ସାମ୍ନାରେ ଥିବା ସରକାରୀ ଜମିରେ ସେ ଦୁଇ ବଖରା ଘର କରିଥିଲେ। ଗୋଟିଏ ବଖରାରେ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ଅନ୍ୟ ବଖରାରେ ରହୁଥିଲେ। ଦୁଇ ମାସ ତଳେ ବେଗୁନିଆ ତହସିଲ୍ଦାର ପୁଲିସ ଫୋର୍ସ ନେଇ ଆସିଥିଲେ। ସରକାରୀ ଜାଗାରୁ ଘର ଭଙ୍ଗାଯିବ ବୋଲି କହିଥିଲେ। ଦୁଇ ବଖରାରୁ ମାତ୍ର ଗୋଟିଏ ବଖରା ଘର ଭାଙ୍ଗିବୁ ବୋଲି କହି ଜେସିବି ଲଗାଇ ଥିଲେ। ଦୁଇ ମାସ ପରେ ଆଜି ପୁଣି ଥରେ ତହସିଲ୍ଦାର ଓ ଅନ୍ୟ ଅଧିକାରୀମାନେ ପହଞ୍ଚି ଅବଶିଷ୍ଟ ଦୋକାନଘରକୁ ଭାଙ୍ଗି ଦେବାକୁ ବସିଥିଲେ। ତହସିଲ୍ଦାରଙ୍କୁ କାକୁତିମିନତି ହୋଇଥିଲୁ। କିନ୍ତୁ କିଛି ନ ଶୁଣି ଭାଙ୍ଗିବାକୁ ବସିଥିବା ବେଳେ ସ୍ତ୍ରୀ ମିତା କୀଟନାଶକ ପିଇ ଦେଇଛନ୍ତି ବୋଲି କୃଷ୍ଣଚନ୍ଦ୍ର ପ୍ରକାଶ କରିଛନ୍ତି।
ଘଟଣା ଜଣାପଡ଼ିବା ପରେ ତହସିଲ୍ଦାର ଓ ପୁଲିସ ମହିଳାଙ୍କୁ ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଅବସ୍ଥା ବର୍ତ୍ତମାନ ଗୁରୁତର ଅଛି। ବେଗୁନିଆ ତହସିଲଦାର ତାପସ ବିଶି କହିଛନ୍ତି, ଏ ଜାଗା ଗୋଚର ଜମି ଥିଲା। ଏ ଜମିରେ ମହିଳାଙ୍କ ଘର ନିର୍ମାଣ ଯୋଗୁ ପଡ଼ୋଶୀ ଲୋକଙ୍କର ଯାତାୟାତରେ ଅସୁବିଧା ହେଉଥିଲା। ପଡ଼ୋଶୀ ଏହା ବିରୋଧରେ କୋର୍ଟକୁ ଯାଇଥିଲେ। ଏ ଜାଗାକୁ ଉଚ୍ଛେଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହି ନିର୍ଦ୍ଦେଶ ଅନୁପାଳନ କରିବାକୁ ଯାଇଥିବା ବେଳେ ଏମିତି ଏକ ଦୁଃଖଦ ଘଟଣା ହୋଇଥିବା ଶ୍ରୀ ବିଶି ପ୍ରକାଶ କରିଛନ୍ତି।
[ad_2]