ରାଜନୀତି

ଏନଡିଏକୁ ଫେରିପାରେ ଅକାଳୀ ଦଳ, ଖୁବଶୀଘ୍ର ହୋଇପାରେ ଘୋଷଣା – Kalinga News

[ad_1]

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଶିରୋମଣି ଅକାଳୀ ଦଳ ଏବଂ ବିଜେପି ମଧ୍ୟରେ ମେଣ୍ଟ ହେବାର ଦୃଢ଼ ସମ୍ଭାବନା ରହିଛି। ଯଦି ଉଭୟଙ୍କ ମଧ୍ୟରେ ମେଣ୍ଟ ହୁଏ ତେବେ ପଞ୍ଜାବରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ନିଜର ଏକ ପୁରୁଣା ସହଯୋଗୀକୁ ଫେରପାଇବ ।

ଇତିମଧ୍ୟରେ ଯଦି ଦେଖାଯାଏ, ଗତ ୨୦୧୯ ଲୋକସଭା ନିର୍ବାଚନରେ ଅକାଳୀଦଳ ଏନଡିଏରେ ଥିଲା, କିନ୍ତୁ ୨୦୨୦-୨୧ର କୃଷକ ଆନ୍ଦୋଳନ ସମୟରେ ବିଜେପି ଓ ଅକାଳୀ ଦଳ ମଧ୍ୟର ସମ୍ପର୍କରେ ଭଟ୍ଟା ଆସିଥିଲା । ଏହାପରେ ଶିରୋମଣି ଅକାଳୀ ଦଳ ବିଜେପି ସହ ମେଣ୍ଟ ଭାଙ୍ଗିଥିଲା।

ଅନ୍ୟପକ୍ଷରେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରବିବାର (ମାର୍ଚ୍ଚ ୧୦) ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମନପ୍ରୀତ ସିଂ ବାଦଲ ଭଟିଣ୍ଡାର ଜିନ୍ଦଲ ହାର୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ଖୁବଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବାର ସମ୍ଭାବନା ରହିଛି ।

ଶିରୋମଣି ଅକାଳୀ ଦଳ ପୂର୍ବରୁ ଦକ୍ଷିଣର ତେଲୁଗୁ ଦେଶମ ପାର୍ଟି, ଜନସେନା ପାର୍ଟି ମଧ୍ୟ ଏନଡିଏରେ ସାମିଲ ହୋଇସାରିଛି । ଉଭୟ ଦଳର ନେତାମାନେ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ମଧ୍ୟ ଅନେକ ପର୍ଯ୍ୟାୟ ଆଲୋଚନା କରିଛନ୍ତି। ସେହିପରି ଉତ୍ତରପ୍ରଦେଶରେ ଆରଏଲଡି ମଧ୍ୟ ଏନଡିଏରେ ଯୋଗ ଦେଇଛି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button