ଅଷ୍ଟ୍ରେଲିଆରେ ହାଇଦ୍ରାବାଦର ୩୬ ବର୍ଷୀୟା ମହିଳା ମୃତ – Kalinga News

[ad_1]
ନୂଆଦିଲ୍ଳୀ: ଅଷ୍ଟ୍ରେଲିଆରେ ହାଇଦ୍ରାବାଦର ଜଣେ ୩୬ ବର୍ଷୀୟା ମହିଳାଙ୍କ ମୃତଦେହ ମିଳିଥିବା ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି। ଶନିବାର ଦିନ ତାଙ୍କ ମୃତଦେହ ବକଲିରେ ରାସ୍ତା କଡରେ ଥିବା ଏକ ଆବର୍ଜନା ପାତ୍ର ବା ୱେଷ୍ଟ୍ ବିନ୍ରୁ ମିଳିଥିବା ଜଣାପଡିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳା ଜଣଙ୍କ ଚୈତନ୍ୟା ମାଧାଗାନୀ ବୋଲି ଜଣାପଡିଛି। ଅନୁମାନ କରାଯାଉଛି ଯେ ଚୈତନ୍ୟାଙ୍କୁ ତାଙ୍କ ସ୍ବାମୀ ହିଁ ହତ୍ୟା କରିଛନ୍ତି। ସେ ହତ୍ୟା କରିବା ପରେ ନିଜ ପିଲାମାନଙ୍କୁ ନେଇ ପତ୍ନୀଙ୍କ ବାପାମାଆଙ୍କୁ ହସ୍ତାନ୍ତର କରିଛନ୍ତି।
ଏକ ବିବୃତିରେ ଭିକ୍ଟୋରିଆ ପୁଲିସ କହିଛି ଯେ ‘‘ଆଜି ଅପରାହ୍ନରେ ବିଚ୍ଛିନ୍ନାଞ୍ଚଳ ନିକଟ ବକଲିରେ ଜଣେ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି।’’ ବିବୃତିରେ ଆହୁରି ବି କୁହାଯାଇଛି ଯେ ପୁଲିସ୍ ମୃତ ବ୍ୟକ୍ତିଙ୍କୁ ମାଉଣ୍ଟ ପୋଲକ୍ ରୋଡରେ ମଧ୍ୟାହ୍ନରେ ପାଇଛନ୍ତି।
ଅନୁସନ୍ଧାନକାରୀମାନେ ମହିଳାଙ୍କ ମୃତ୍ୟୁକୁ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛନ୍ତି। ଅନୁସନ୍ଧାନର ଏହି ପର୍ଯ୍ୟାୟରେ ଅପରାଧୀ ହୁଏତ ବିଦେଶକୁ ପଳାଇ ଯାଇଥିବାର ବିଶ୍ୱାସ କରାଯାଉଛି। ଏହି ମାମଲାରେ ଏବେ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ।
[ad_2]




