ଗୋରୁ ଚମଡ଼ା ବୋଝେଇ ଜବତ ଟ୍ରକକୁ ଜାଳିଦେଲେ ଦୁବୃର୍ତ୍ତ, ଦୁର୍ଗନ୍ଧ ନିର୍ଗତ ଯୋଗୁଁ ଜନଅସନ୍ତୋଷ ପ୍ରକାଶ – Kalinga News
[ad_1]
ରାଇରଙ୍ଗପୁର/ବହଳଦା: ଗୋ-ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ି ଚାଲି ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ବିଭିନ୍ନ ସମୟରେ ଗୋରୁ ବୋଝେଇ ଟ୍ରକ, ଗୋମାଂସ ବୋଝେଇ ଟ୍ରକ୍ ଧରା ହେବାର ନଜର ରହିଛି। ଜିଲ୍ଲାର ବାମନଘାଟି ଉପଖଣ୍ଡ ବହଳଦା ପୁଲିସ ଏକ ୧୨ ଚକିଆ ଗୋରୁ ଚମଡ଼ା ବୋଝେଇ ଟ୍ରକକୁ ୪ ମାର୍ଚ୍ଚରେ ଜବତ କରିଥିଲା। ଏଥିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଅନ୍ୟପଟରେ ଦୁର୍ଗନ୍ଧ ଯୋଗୁଁ ଜନଅସନ୍ତୋଷ ଦେଖାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଗତ ୪ ତାରିଖ ରାତିରେ ବହଳଦା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ପାଟ୍ରୋଲିଂ କରୁଥିବା ସମୟରେ ରାତି ୩ଟା ପାଖାପାଖିରେ ଏକ ଟ୍ରକ୍ ବେଆଇନ ଜିନିଷ ନେଇ ଯାଉଥିବା ଖବର ପାଇଥିଲା। ଟ୍ରକ୍କୁ ପିଛା କରି ଅଟକାଇ ଯାଞ୍ଚ କଲାପରେ ସେଥିରେ ଗୋରୁ ଚମଡା ଥିବା ଦେଖିବାକୁ ପାଇଥିଲା। ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ପଚରାଉଚରା ପରେ ଗୋରୁ ଚମଡ଼ାଗୁଡ଼ିକ ବଡଦୁନ୍ଦୁ ଅଞ୍ଚଳରୁ ପଶ୍ଚିମବଙ୍ଗ ଯାଉଥିବା କହିଥିଲା ଅଭିଯୁକ୍ତ ଡ୍ରାଇଭର। ଡ୍ରାଇଭର ନିକଟରେ ଥିବା ଏକ ନକଲି ଚାଲାଣକୁ ମଧ୍ୟ ଜବତ କରିଥିଲା, ଯାହାର ଲିଙ୍କ ଚଣ୍ଡି ଖୋଲରୁ ରହିଥିଲା।
ଗାଡ଼ି ଡ୍ରାଇଭର ସହିତ ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ଶଙ୍କରପୁର ଅଞ୍ଚଳର ଏସ୍.କେ ମୁରାଦ (୩୦), ଏସ୍.କେ ସାମିଲ(୩୨), ଦରଜିପତି ଅଞ୍ଚଳର ରମଜାନ୍ ଖାନ୍(୨୨)ଙ୍କୁ ପୁଲିସ ଗିରଫ କରିଥିଲା। ଜବତ ଟ୍ରକ୍କୁ ଥାନା ପାର୍ଶରେ ରଖିଥିଲେ। ତେବେ ଗତ ରାତି ପ୍ରାୟ ୨ ଟା ସମୟରେ ଦୁର୍ବୃତ୍ତ ମାନେ ଟ୍ରକ୍ ରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ। ନିଆଁ ଲାଗିବା ଦେଖି ପୋଲିସ ଦମକଳ ବାହୀନିକୁ ଖବର ଦେବା ପରେ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ସେତିକି ସମୟକୁ ଟ୍ରକର କିଛି ଅଂଶ ପୋଡ଼ିଯାଇଥିବା ସୂଚନା ମିଳିଛି। କିଏ କାହିଁକି ଉକ୍ତ ଟ୍ରକ୍ ରେ ନିଆଁ ଲଗାଇଲା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ନିଆଁ ଲିଭାଇବା ପରେ ଟ୍ରକକୁ ଅନ୍ୟ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ତେବେ ବର୍ତ୍ତମାନ ଚମଡା ବଝେଇ ଟ୍ରକକୁ ରାସ୍ତା ପାର୍ଶ୍ବରେ ରଖାଯାଇଥିବାରୁ ଜନସାଧାରଣ ଅସନ୍ତୋଷ ପ୍ରକାଶ ପାଉଛି।
[ad_2]