ଅପରାଧ

ମୃତ୍ୟୁ ସହିତ ଲଢୁଛନ୍ତି ଡକାୟତଙ୍କ ସହିତ ଲଢ଼ିବା ବେଳେ ଗୁଳିଚୋଟ ଖାଇଥିବା ବ୍ୟାଙ୍କ୍‌ କ୍ୟାସିୟର୍‌ – Kalinga News

[ad_1]

ଜୟପୁର: ଶୁକ୍ରବାର ସକାଳେ ୨ଜଣ ସଶସ୍ତ୍ର ଡକାୟତଙ୍କ ସହିତ ଲଢ଼ିବା ବ‌େଳେ ଗୁଳିଚୋଟ ଖାଇଥିବା ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ର ଜଣେ କ୍ୟାସିୟର୍‌ ସମ୍ପ୍ରତି ମୃତ୍ୟୁ ସହିତ ଲଢୁଛନ୍ତି ବୋଲି ‘ଦି ଟାଇମସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଗାର୍ଡ ନ ଥିବା ରାଜସ୍ଥାନର ଜୟପୁର ଅନ୍ତର୍ଗତ ଯୋଶୀ ମାର୍ଗରେ ଥିବା ଉକ୍ତ ବ୍ୟାଙ୍କ୍‌ ଶାଖାର ୪୯ ବର୍ଷିୟ କ୍ୟାସିୟର୍‌ ନରେନ୍ଦ୍ର ସିଂହ ଶେଖାୱତ୍‌ ୨ ଡକାୟତ ସହିତ ଏକାକୀ ଲଢ଼ି ଏକାଧିକ ଗୁଳିଚୋଟ ଖାଇଥିଲେ।

ନିରାଶ ହୋଇ ବ୍ୟାଙ୍କ୍‌ରୁ ପଳାଇ ଯାଇଥିବା ୨ ଡକାୟତଙ୍କୁ ଶେଷରେ ସ୍ଥାନୀୟ ଲୋକଙ୍କ ସହାୟତା ଗିରଫ କରିଥିଲା। ସେଥିରୁ ଜଣେ ଡକାୟତଙ୍କୁ ତଳେ ପକାଇ ମାଡ଼ିବସିଥିଲେ ସେ ବାଟ ଦେଇ ଯାଉଥିବା ଜଣେ ମହିଳା କନେଷ୍ଟବଳ।

କ୍ୟାସିୟର୍‌ ଶେଖାୱତ୍‌ଙ୍କ ସ୍ତ୍ରୀ ଜଣେ ଗୃହିଣୀ ଓ ସେମାନଙ୍କର ୨ଟି ପିଲା ଅଛନ୍ତି। ତାଙ୍କର ଜଣେ ଆତ୍ମୀୟ କହିଛନ୍ତି, ଡାକ୍ତରମାନେ କହିଛନ୍ତି ତା’ର କିଡ୍‌ନି ନଷ୍ଟ ହୋଇଯାଇଛି। ତାହାକୁ ବାହାର କରିଦେବାକୁ ପଡ଼ିବ। ଏହାଛଡ଼ା ତାଙ୍କ ପେଟର ଅନ୍ତ ମଧ୍ୟ ନଷ୍ଟ ହୋଇଯାଇଛି।

ଅତିରକ୍ତ ପୁଲିସ କମିସନର୍‌ କୈଳାସଚନ୍ଦ୍ର ବିଷ୍ନୋଇ କହିଛନ୍ତି, ୩୬ ବର୍ଷିୟ ଡକାୟତ ଭରତ ମୀନା ଓ ୨୯ ବର୍ଷିୟ ମନୋଜ ମୀନା ହେଉଛନ୍ତି ସମ୍ପର୍କୀୟ ଭାଇ। ସେଦିନ ସକାଳ ୯.୪୫ରେ ବ୍ୟାଙ୍କ୍‌ ଖୋଲିବା ଆଗରୁ ୨ ଡକାୟତ ଭିତରକୁ ପ୍ରବେଶ କରିଥିଲେ। ବ୍ୟାଙ୍କ୍‌ରେ ମାତ୍ର ଅଳ୍ପ କେତେଜଣ କର୍ମଚାରୀ ଉପସ୍ଥିତ ଥିଲେ। ଜଣେ ଡକାୟତ ଫାଟକ ପାଖରେ ପହରା ଦେଲା ଓ ଆଉ ଜଣେ ଡକାୟତ ମ୍ୟାନେଜର୍‌ ସମେତ ଉପସ୍ଥିତ ଅନ୍ୟ କର୍ମଚାରୀମାନଙ୍କୁ ଗୋଟିଏ କ୍ୟାବିନ୍‌ ଭିତରକୁ ଚାଲିଯିବାକୁ ଆଦେଶ ଦେଲା।

ଜଣେ ପ୍ରତ୍ୟକ୍ଷଦର୍ଶୀ କହନ୍ତି, ଏତିକି ବେଳେ ଶେଖାୱାତ୍‌ ଆସି ପହଞ୍ଚିଗଲେ ଓ ଦୁଇ ଡକାୟତଙ୍କ ସହିତ ଲଢ଼େଇ କଲେ। ଗୋଟିଏ ଡକାୟତକୁ ତଳେ ପକାଇ ମାଡ଼ି ବସିବା ସହିତ ଅନ୍ୟଜଣଙ୍କ ତଣ୍ଟି ଚିପି ଧରିଲେ। ଏହି ସମୟରେ ଡକାୟତ ଭରତ ଦେଶୀ ପିସ୍ତଲରୁ ୩ ରାଉଣ୍ଡ୍‌ ଗୁଳି ଚଳାଇଲା। ତା’ପରେ ଚଳାଇଥିବା ୪ର୍ଥ ରାଉଣ୍ଡ୍‌ ଗୁଳି କିନ୍ତୁ, ଲକ୍ଷ୍ୟଭ୍ରଷ୍ଟ ହୋଇ ଡକାୟତ ମନୋଜ ଗୋଡ଼ରେ ବାଜିଲା। ତା’ପରେ ଭରତ ଫାଟକ ଆଡ଼କୁ ଧାଇଁ ପଳାଇଯିବା ବେଳେ ସେ ବାଟେ ଯାଉଥିବା କନେଷ୍ଟବଳ ମୈନକା କୁମାରୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ମନୋଜ ଗୋଟାଏ ଗଳିବାଟେ ଛୋଟେଇ ଛୋଟେଇ ଧାଉଁଥିବା ପଳାଇଲା। ତା’ ଗ‌ୋଡ଼ରୁ ବୋହି ଭୂଇଁରେ ପଡ଼ିଥିବା ରକ୍ତ ଦାଗକୁ ଅନୁସରଣ କରି ସ୍ଥାନୀୟ ଲୋକେ ଓ ପୁଲିସ ତା’କୁ ଧରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button