ଅପରାଧ

କଲ୍ୟାଣମଣ୍ଡପରେ ଲାଲ୍‌ ପଗଡ଼ି ପିନ୍ଧା ଲୁଟେରା: ଉପହାର ଭର୍ତ୍ତି ବ୍ୟାଗ୍‌ ନେଇ ଛୁ’ – Kalinga News

[ad_1]

ଭୁବନେଶ୍ବର: ବାହାଘର ଋତୁ ଆରମ୍ଭ ହେଉହେଉ ରାଜଧାନୀରେ ମାତିଉଠନ୍ତି ଉପହାର ଲୁଟେରା। ଭଦ୍ରଲୋକ ବେଶ‌ରେ କଲ୍ୟାଣ ମଣ୍ଡପରେ ପହଞ୍ଚିଯାଆନ୍ତି ଓ ମଉକା ଦେଖି ଉପହାର ଭର୍ତ୍ତି ବ୍ୟାଗ୍‌ ନେଇ ଚମ୍ପଟ ମାରନ୍ତି। ଗତକାଲି ରାତିରେ କଟକ-ପୁରୀ ଜାତୀୟ ରାଜପଥ ପାର୍ଶ୍ବସ୍ଥ ଏକ ବିବାହ ମଣ୍ଡପରୁ ଜଣେ ଲୁଟେରା ଉପହାର ଭର୍ତ୍ତି ବ୍ୟାଗ୍‌ ଲୁଟି ନେଇଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ବ୍ୟାଗ୍‌ରେ କିଛି ଅଳଙ୍କାର ସହ ପ୍ରାୟ ୫ ଲକ୍ଷ ଟଙ୍କା ଥିବା କୁହାଯାଇଛି। ସିସିଟିଭି ଫୁଟେଜ୍‌ରେ ଲାଲ୍‌ ପଗଡ଼ି ପିନ୍ଧା ଲୁଟେରାକୁ ଠାବ କରାଯାଇଥିଲେ ବି ପୁଲିସ ତାକୁ ଚିହ୍ନଟ କରିପାରିନଥିବା ଜଣାପଡ଼ିଛି। ଗତକାଲି ଉକ୍ତ କଲ୍ୟାଣ ମଣ୍ଡପରେ କନ୍ୟାଘର ପକ୍ଷରୁ ବରଯାତ୍ରୀଙ୍କୁ ସ୍ବାଗତ କରାଯିବା ପରେ ଏହି ଲୁଟ୍‌ ହୋଇଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜ୍ ଅନୁସାରେ ମଣ୍ଡପରେ ବରଯାତ୍ରୀ ପ୍ରବେଶ କରିବା ପରେ କନ୍ୟା ବସିଥିବା ମଣ୍ଡପ ନିକଟରେ ଉପହାର ବ୍ୟାଗ୍‌ ଧରି ବସିଥିବା ମହିଳା ଜଣେ ଫଟୋଗ୍ରାଫର୍‌ଙ୍କୁ କୌଣସି କାମରେ ଡାକିଥିଲେ। ଫଟୋଗ୍ରାଫର୍‌ ଶୁଣି ନ ପାରିବାରୁ ସେ ବସିଥିବା ଚଉକିରେ ବ୍ୟାଗ୍‌ଟିକୁ ରଖି ଉଠି ପଡ଼ିଥିଲେ ଏବଂ ତାଙ୍କ ପାଖକୁ ଚାଲିଚାଲି ଯାଇଥିଲେ। ଏହି ମଉକାରେ ମହିଳାଙ୍କ ପଛ ଚଉକିରେ ବସିଥିବା ପଗଡ଼ି ପିନ୍ଧା ଲୁଟେରା ବ୍ୟାଗ୍‌କୁ ଧରି ମହିଳାଙ୍କ ପଛେପଛେ ଚାଲିଥିଲା। କେଇ ପାହୁଣ୍ଡ ପରେ ଧୂର୍ତ୍ତ ଲୁଟେରା ବାଟ ଭାଙ୍ଗି ଅନ୍ୟ ଦିଗକୁ ଚାଲିଥିଲା ଏବଂ ମୁଖ୍ୟ ଫାଟକ ଦେଇ ବାହାରକୁ ପଳାଇଥିଲା। ଲୁଟେରା ମୁଣ୍ଡରେ ଲାଲ୍‌ ପଗଡ଼ି ପିନ୍ଧି ଥିବାରୁ ସେ ବରଯାତ୍ରୀ ବେଶରେ ଆସିଥିବା ଅନୁମାନ କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button