ଅପରାଧ

ସେୟାର ମାର୍କେଟରେ ନିବେଶ କରି କୋଟିପତି ହେବାର ଆଶାରେ ୪୫ ଲକ୍ଷ ଟଙ୍କା ହରାଇଲେ ନିବେଶକ – Kalinga News

[ad_1]

ଥାନେ: ମହାରାଷ୍ଟ୍ରର ଥାନେରୁ ଏକ ଅନ୍‌ଲାଇନ୍‌ ସେୟା ଟ୍ରେଡିଂ ନାମରେ ଏକ ଠକେଇ ମାମଲା ସାମ୍ନାକୁ ଆସିିିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ୩ ଜଣ ଅଭିଯୁକ୍ତଙ୍କ ସମେତ ୨ଟି କମ୍ପାନି ବିରୋଧରରେ ମାମଲା ରୁଜୁ ହୋଇଛି।  କିଛି ଲୋକ ସେୟାର ମାର୍କେଟ ଉପରେ ଭଲଭାବେ ଅଧ୍ୟୟନ କରି ନିବେଶ କରୁଥିବା ବେଳେ, ଅନେକ ଲୋକ ରାତାରାତି ବଡ଼ ଲୋକ ହେବା ଆଶାରେ ସେୟାର ମାର୍କେଟରେ ପ୍ରବେଶ କରୁଛନ୍ତି। ହେଲେ ତାହା ସେମାନଙ୍କ ପାଇଁ କାଳ ହୋଇଯାଉଛି।

ଆଉ ନିଜର ସବୁ ସଞ୍ଚିତ ଧନକୁ ହରାଇ ଦେଉଛନ୍ତି। ଏପରିବି ଦେଖିବାକୁ ମିଳିଛିକି, ରାତାରାତି ବଡ଼ ଲୋକ ହେବାର ଆଶାରେ ଲୋକେ ଠକାମୀର ଶିକାର ମଧ୍ୟ ହେଉଛନ୍ତି। ଏହିଭଳି ଏକ ଖବର ଆସିଛି ମୁମ୍ବାଇରୁ। ମୁମ୍ବାଇର ଜଣେ ବ୍ୟକ୍ତିଙ୍କୁ ଲୋଭ ଦେଖାଇ ୪୪ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଛି ଠକ।

ମିଳିଥିବା ସୂଚନା ଆଧାରରେ, ଗତମାସ ୫ ତାରିଖରୁ ଚଳିତ ମାସ ୩ ତାରିଖ ଭିତରେ ଠକ ମୁମ୍ବାଇର ଜଣେ ବ୍ୟକ୍ତିଙ୍କଠୁ ୪୪ ଲକ୍ଷ ୭୨ହଜାର ଟଙ୍କା ଲୁଟିନେଇଛି । ସେୟାର ମାର୍କେଟରେ ନିବେଶ କଲେ ଲାଭବାନ ହେବାର ଆଶା ଦେଖାଇ ଠକ ପାଖାପାଖି ୪୫ ଲକ୍ଷ ଟଙ୍କା ଲୁଟି ନେଇଛି । ଲୁଟର ଶିକାର ହେବା ପରେ ବ୍ୟକ୍ତି ଜଣକ ଥାନାରେ ଏତଲା ଦେଇଥିଲେ । ଏହା ପରେ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି ଏବଂ ଖୁବଶୀଘ୍ର ଠକକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button