ଦେଶ- ବିଦେଶ

କଂଗ୍ରେସକୁ ଶକ୍ତ ଝଟକା, ବିଜେପିରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପଚୌରୀ – Kalinga News

[ad_1]

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ, ପୂର୍ବତନ ସାଂସଦ ଗଜେନ୍ଦ୍ର ସିଂହ ରାଜୁଖେଡ଼ି ଏବଂ ପୂର୍ବତନ ବିଧାୟକଙ୍କ ସହ କିଛି ନେତା ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆଜି ସକାଳେ ଦଳର ରାଜ୍ୟ ମୁଖ୍ୟାଳୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ରାଜ୍ୟ ବିଜେପି ସଭାପତି ଭିଡି ଶର୍ମା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ ପଚୌରୀ, ରାଜୁଖେଡ଼ି ଏବଂ ଅନ୍ୟ ନେତାମାନେ ବିଜେପିରେ ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ସଂଜୟ ଶୁକ୍ଳା, ଅର୍ଜୁନ ପାଲିୟା, ବିଶାଲ ପଟେଲ ଏବଂ ଅନ୍ୟମାନେ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଗାନ୍ଧି ପରିବାରରେ ଅତି ଘନିଷ୍ଠ ପଚୌରୀ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଥିଲେ। ସେ ମଧ୍ୟ କଂଗ୍ରେସ ଦଳରୁ ୪ ଥର ରାଜ୍ୟସଭା ସଦସ୍ୟ ଥିଲେ। ପଚୌରୀ ପୂର୍ବରୁ କଂଗ୍ରେସର ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ରହିଥିଲେ। ସେ ମଧ୍ୟ କଂଗ୍ରେସ ଦଳର ରାଜ୍ୟ ସଭାପତି ଥିଲେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button