ବ୍ରେକ୍-ଅପ୍ ଚର୍ଚ୍ଚା ଭିତରେ ପୁଣି ଥରେ ଏକତ୍ର ନଜର ଆସିଲେ ମଲାଇକା-ଅର୍ଜୁନ – Kalinga News
[ad_1]
ନୂଆଦିଲ୍ଲୀ: ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କୁ ଶୁକ୍ରବାର ରାତିରେ ନିଜ କାର ଭିତରେ ପୁଣି ଥର ଏକତ୍ର ଯାତ୍ରା କରୁଥିବାର ଦେଖିବାକୁ ମିଳିଛି। ଘରକୁ ଫେରୁଥିବା ବେଳେ ଅର୍ଜୁନ ମଲାଇକାଙ୍କୁ ତାଙ୍କ ବାସଭବନରେ ଛାଡ଼ି ଯାଇଥିବା ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମଲାଇକା ଏକ ଧଳା ଟପ୍ ଏବଂ ପ୍ୟାଣ୍ଟ ପିନ୍ଧିଥିଲେ। ସେ ନିଜ କେଶକୁ ଖୋଲା ରଖିଥିଲେ। ପାପାରାଜିମାନେ ସେମାନଙ୍କ କାର ଭିତରୁ ସେମାନଙ୍କର ଫଟୋ ଉଠାଇବାରେ ସଫଳ ହୋଇଥିଲେ। ଅର୍ଜୁନ ଏବଂ ମଲାଇକାଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ଶୁଣିବାକୁ ମିଳୁଥିବା ବେଳେ ସେମାନଙ୍କୁ ଏକତ୍ର ଦେଖିବା ପରେ ସେ କଥା ଉପରେ ପୂର୍ଣ୍ଣଛେଦ ପଡ଼ିଛି।
ଜାନୁଆରିରେ ଏକ ବନ୍ଧୁଙ୍କ ବିବାହରେ ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସେମାନେ ନିଜ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଚିତ୍ର ସେୟାର କରିଥିଲେ। ଏହି ଦମ୍ପତି ସେମାନଙ୍କ ବନ୍ଧୁ, ଫଟୋଗ୍ରାଫର କରିସ୍ମା କରମଚାନ୍ଦାନୀଙ୍କ ବିବାହ ଉତ୍ସବରେ ଅଂଶଗ୍ରହଣ କରିଥିଲେ।
ନିକଟ ଅତୀତରେ ଯେତେବେଳେ ଅର୍ଜୁନଙ୍କୁ ମଲାଇକାଙ୍କୁ ବିବାହ କରିବ ବିଷୟରେ ପଚରା ଯାଇଥିଲା ତ ସେ କହିଥିଲେ, ‘‘ ମୁଁ ବର୍ତ୍ତମାନ ବିଶେଷ କିଛି କହିବାକୁ ଚାହେଁ ନାହିଁ। କାରଣ ମୁଁ ଭାବୁଛି ଏହା ବିଷୟରେ ଏକାକୀ କଥାବାର୍ତ୍ତା କରିବା ଅନ୍ୟାୟ ଅଟେ।’’
ମଲାଇକା ଆରୋରା ଏବଂ ଅର୍ଜୁନ କପୁର ୫ ବର୍ଷରୁ ଅଧିକ ସମୟ ଧରି ଡେଟିଂ କରୁଛନ୍ତି। ସେମାନେ ୨୦୧୮ରେ ଡେଟିଂ ଆରମ୍ଭ କରିଥିଲେ, କିନ୍ତୁ ଅର୍ଜୁନଙ୍କ ଜନ୍ମଦିନରେ ଏହାକୁ ୨୦୧୯ରେ ଇନଷ୍ଟାଗ୍ରାମ ଅଫିସିଆଲ୍ କରିଥିଲେ।
[ad_2]