ପୁଣି ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ଚଢ଼ଉ କଲା ‘ଇଡି’; ଏଥର ସାଥିରେ ନେଇଛି ଅଧିକ ସୁରକ୍ଷା କର୍ମଚାରୀ – Kalinga News

[ad_1]
କୋଲ୍କାତା: ଆଜି ପୁଣି ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍ ଫେରାର୍ ହୋଇଯାଇଥିବା ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ନେତା ଶାହାଜାହାନ୍ ଶେଖ୍ଙ୍କ ସନ୍ଦେଶଖାଲି ବାସଭବନରେ ପହଞ୍ଚିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ରେସନ ବଣ୍ଟନ ଦୁର୍ନୀତିରେ ଶାହାଜାହାନ୍ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଗୋଟିଏ କମ୍ପାନି ‘ସିଆର୍ପିଏଫ୍’ ସମେତ ବହୁସଂଖ୍ୟକ ସୁରକ୍ଷା ବଳଙ୍କୁ ୨୪ରୁ ଅଧିକ କାର୍ରେ ନେଇ ଏଥର ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍ ଶାହାଜାହାନ୍ଙ୍କ ଘରେ ଚଢ଼ଉ କରିଛି। ଚଢ଼ଉରେ ସହାୟତା କରିବା ଲାଗି ସ୍ଥାନୀୟ ପୁଲିସ ବି ଘଟଣାସ୍ଥଳରେ ଉପସ୍ଥିତ ଅଛି।
ସ୍ମରଣଯୋଗ୍ୟ, ଜାନୁଆରି ୫ ତାରିଖ ଦିନ ଚଢ଼ଉ ନିମନ୍ତେ ଶାହାଜାହାନ୍ଙ୍କ ଘରକୁ ଯିବା ବାଟରେ ଉତ୍ତର ୨୪ ପ୍ରଗଣାର ସନ୍ଦେଶଖାଲିରେ ଦଳେ ଉତ୍ତ୍ୟକ୍ତ ଜନତା ‘ଇଡି’ର କେତେକ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ୨୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦା ‘ଇଡି’ ଅଧିକାରୀ ଓ ପାରାମିଲ୍ଟାରି ଫୋର୍ସଙ୍କ ଗାଡ଼ିକୁ ଘେରି ଭଙ୍ଗାରୁଜା କରିଥିଲେ।
ଏହି ଘଟଣାରେ ଏପର୍ଯ୍ୟନ୍ତ ପ୍ରାୟ ୪ଜଣ ଲୋକଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଉତ୍ତର ୨୪ ପ୍ରଗଣା ଅନ୍ତର୍ଗତ ବସିର୍ହାଟରୁ ଧରାଯାଇଥିଲା। ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ କରି ପୁଲିସ ସେମାନଙ୍କୁ ଚିହ୍ନଟ କରିଥିଲା।
[ad_2]