ରାଜନୀତି

ଧାମନଗର ବିଧାନସଭା: ମୁହଁ ଖୋଲୁନାହାନ୍ତି ରାଜୁ – Kalinga News

[ad_1]

ଭଦ୍ରକ: ଧାମନଗର ଉପନିର୍ବାଚନ ଉଭୟ ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଏଇଥିପାଇଁ ଯେ ଗତଥର ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡି ପାଇଁ କଣ୍ଟା ସାଜିଥିଲେ। ତେଣୁ ୨୦୨୪ ନିର୍ବାଚନରେ ରାଜେନ୍ଦ୍ରଙ୍କର ଭୂମିକା କଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ରାଜନୈତିକ ସମୀକ୍ଷକଙ୍କ ମତରେ, ଧାମନଗର ଉପନିର୍ବାଚନରେ ‘ରାଜୁ ଫାକ୍ଟର୍‌’ ଯେମିତି କାମ କରିଥିଲା ଏଥର ତାର ପ୍ରଭାବ ରହିବ କି ନ ରହିବ; ତାହା ଭିନ୍ନ କଥା। କିନ୍ତୁ ନିର୍ବାଚନମଣ୍ଡଳୀରେ ରାଜୁଙ୍କର ବେଶ ପ୍ରଭାବ ରହିଥିବା ପ୍ରମାଣିତ ହୋଇଥିଲା। ୨୦୧୯ରେ ସେ ବିଷ୍ଣୁ ସେଠୀଙ୍କୁ କଡ଼ା ଟକ୍କର୍‌ ଦେଇ ମାତ୍ର ୪୬୨୫ ଭୋଟ୍‌ରେ ପରାଜିତ ହୋଇଥିବା ବେଳେ ଉପନିର୍ବାଚନରେ ମଧ୍ୟ ସ୍ବାଧୀନ ଭାବେ ୮୧୫୩ ଭୋଟ୍‌ ପାଇଥିଲେ।

ଏଭଳି ପରିସ୍ଥିତିରେ ୨୪ ନିର୍ବାଚନ ପୂର୍ବରୁ ତାଙ୍କୁ ଦଳକୁ ଫେରାଇ ଅଣାଯିବ ନା ରାଜୁ ପୁଣି କିଛି ନୂଆ ଚାଲ ଖେଳିବେ, ତାହା ବୁଝାପଡ଼ୁନାହିଁ। ସମୟ ଯେତେ ପାଖେଇ ଆସୁଛି ତାଙ୍କୁ ନେଇ ରହସ୍ୟ ସେତିକି ବଢ଼ୁଛି। ସେ ବିଜେଡିକୁ ଫେରିବେ କି ବିଜେପିକୁ ଢଳିବେ ନା ପୁଣି ସ୍ବାଧୀନରେ ମଇଦାନକୁ ଆସିବେ; ଏମିତି କିଛି ଆଲୋଚନା ହେଉଥିବା ବେଳେ ରାଜୁ ମଧ୍ୟ ଏ ସଂକ୍ରାନ୍ତରେ କିଛି ମୁହଁ ଖୋଲୁନାହାନ୍ତି। କେବଳ ଏତିକି କହିଛନ୍ତି, ସେ କେଉଁ ଦଳକୁ ଯିବେ ସ୍ଥିର କରିନାହାନ୍ତି। ସମୟ ଆସିଲେ ନିଷ୍ପତ୍ତି ନେବେ।

ଉଲ୍ଲେଖଥାଉକି, ଭଦ୍ରକ ଜିଲ୍ଲାର ୫ ବିଧାନସଭା କ୍ଷେତ୍ର ମଧ୍ୟରୁ ଧାମନଗର ବିଧାନସଭା ଆସନରେ ରାଜନୈତିକ ପାଣିପାଗ ସମ୍ପୂର୍ଣ୍ଣ ଭିନ୍ନ। କାରଣ ଜିଲ୍ଲାର ୫ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଭଦ୍ରକ, ବାସୁଦେବପୁର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି ୪ଟିରେ ବିଜେଡି କ୍ରମାନ୍ବୟ ଭାବେ ଦ୍ବିତୀୟ ଥର ନିଜ ଦଖଲରେ ରଖିଛି। ହେଲେ ଧାମନଗର ଆସନ ବିଜେପି ଅକ୍ତିଆରରେ ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ଧାମନଗରରୁ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ ବିଜୟୀ ହୋଇଥିଲେ। ତେବେ ତାଙ୍କ ଦେହାନ୍ତ ପରେ ଉପନିର୍ବାଚନରେ ଶାସକ ଦଳ ପାଇଁ ଏକ ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ପାଇଁ ରାଜନୈତିକ ଗଣିତ ଓଲଟପାଲଟ ହୋଇ ଯାଇଥିଲା। ଦଳୀୟ ଟିକେଟରୁ ବଞ୍ଚିତ ହେବା ପରେ ରାଜୁ ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ଯାହାଫଳରେ ବିଜେପିର ବରିଷ୍ଠ ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଏହି ଆସନରୁ ବିଜୟୀ ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button