ଶାମି ଛାଡିବେ କ୍ରିକେଟ ପଡ଼ିଆ, ନିର୍ବାଚନ ମଇଦାନକୁ ଆସିବେ, ପଶ୍ଚିମବଙ୍ଗର ଏହି ଆସନରୁ ଟିକେଟ ଦେବ ଭାଜପା ! – Kalinga News

[ad_1]
ନୂଆଦିଲ୍ଲୀ: କ୍ରିକେଟର ମହମ୍ମଦ ଶାମିଙ୍କୁ ବିଜେପି ଏବେ ନିର୍ବାଚନ ମଇଦାନକୁ ଆଣିବାର ଯୋଜନା କରୁଛି। ଶାମି ପଶ୍ଚିମବଙ୍ଗ ରଣଜୀଟ୍ରଫି ଖେଳି ପେସ୍ ବୋଲର ଭାବେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିଲେ। ସେ ଏବେ ପଶ୍ଚିମବଙ୍ଗରେ ଘରୋଇ କ୍ରିକେଟ ଖେଳୁଛନ୍ତି।
କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶାମିଙ୍କ ସହ ବିଜେପି ଆଲୋଚନା କରି ସାରିଛି। ଏବେ ଶାମି ବିଜେପିରେ ଯୋଗଦେବା ନେଇ ନିଜର ସହମତି କେବେ ପ୍ରକାଶ କରିବେ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଶାମିଙ୍କୁ ରାଜ୍ୟର ସଂଖ୍ୟାଲଘୁ ଆସନରେ ଟିକେଟ ଦେବାକୁ ଯୋଜନା ଚାଲଛି।
ରାଜ୍ୟର ବଶିରହାଟ ଲୋସଭା ଆସନରୁ ଶାମିଙ୍କୁ ଟିକେଟ ଦିଆଯିବାର ଯୋଜନା ରହିଥିବା କୁହାଯାଉଛି। ଶାମିଙ୍କୁ ଟିକେଟ ଦେଇ ବିଜେପି ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଯାଉଛି। କାରଣ ଶାମି ସମ୍ପ୍ରତି ଭାରତୀୟ କ୍ରିକେଟର ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ବ। ସେ ଲୋଭସଭା ନିର୍ବାଚନରେ ସଫଳତା ହାସଲ କରିବାର ଯଥେଣ୍ଟ ଆଶା ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଚୂଡାନ୍ତ ନିଷ୍ପତ୍ତି ନେବା ଏବେ ଶାମିଙ୍କ ହାତରେ ରହିଛି। ସେ ସହମତି ପ୍ରକାଶ କଲେ ବିଜେପି ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବ।
[ad_2]