ରାଜନୀତି

ମୋଦୀଙ୍କ ରାଲିକୁ ଲୋକଙ୍କୁ ଜବରଦସ୍ତ ଅଣାଯାଇଛି: ମେହବୁବା-ଉମରଙ୍କ ଅଭିଯୋଗ – Kalinga News

[ad_1]

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ଗସ୍ତ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଉମର ଅବଦୁଲ୍ଲା ଏକ ବଡ଼ ଅଭିଯୋଗ କରିଛନ୍ତି। ଧାରା ୩୭୦ ରଦ୍ଦ ପରେ ଏହା ମୋଦୀଙ୍କ ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ। ମୋଦୀଙ୍କ ରାଲିରେ ଯୋଗଦେବାକୁ ଲୋକଙ୍କୁ ଜବରଦସ୍ତ ଅଣାଯାଇଥିବା ମେହବୁବା ଏବଂ ଉମର ଅଭିଯୋଗ କରିଛନ୍ତି।
ସେହିପରି କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯିବ ସହିତ ଭୟଭୀତ କରାଯାଇଛି ମ‌ୋଦୀଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ନ ହେଲେ ବିଭାଗୀୟ ମୁଖ୍ୟଙ୍କ ଦ୍ବାରା ଅନୁଶାସନ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କର୍ମଚାରୀମାନେ ଧମକ ଯୋଗୁ ବାଧ୍ୟ ହୋଇ ମୋଦୀଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି। ସେହିପରି ଏକଛତ୍ରବାଦୀ ଶାସକ ରାଲିରେ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।

ଉଭୟ ପୁରୁଷ ଏବଂ ମହିଳା ସରକାରୀ କର୍ମଚାରୀଙ୍କୁ ପ୍ରବଳ ଥଣ୍ଡାରେ ଭୋର ସାଢ଼େ ୪ରୁ ସାଢ଼େ ୫ ମଧ୍ୟରେ ଏକାଠି ହେବାକୁ ବାଧ୍ୟତାମୂଳକ ନିର୍ଦ୍ଦେଶ ଜାରି କରାଯାଇଥିବା ଉମର ଟୁଇଟ କରି କହିଛନ୍ତି। ଏହାର ଉଲ୍ଲଂଘନ କରୁଥିବା କର୍ମଚାରୀଙ୍କ ବିରୋଧରେ ସେମାନଙ୍କ ବିଭାଗୀୟ ମୁଖ୍ୟଙ୍କ ଦ୍ବାରା ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘରୋଇ ସ୍କୁଲର ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ରହିବାକୁ ସ୍କୁଲ ମାଲିକଙ୍କ ଦ୍ବାରା ତାଗିଦ୍ କରାଯାଇଥିବା ଉମର କହିଛନ୍ତି।

ବଡ଼ଗାଓଁ ବସଷ୍ଟାଣ୍ଡରେ ମାଇନସ୍ ତାପମାତ୍ରାରେ ସରକାରୀ କର୍ମଚାରୀଙ୍କୁ ବସରେ ବାଧ୍ୟ କରି ବସିବାକୁ କୁହା ଯାଇଥିବା ମେହବୁବା ଏବଂ ଉମର ଅଭିଯୋଗ ଆଣିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button