ରାଜନୀତି

ରାମଙ୍କ ପାଇଁ ଭୋଟ ମାଗିବାକୁ ବାହାରିଲେ ମାଆ ସୀତା ଓ ଭ୍ରାତା ଲକ୍ଷ୍ମଣ – Kalinga News

[ad_1]

ନୂଆଦିଲ୍ଳୀ: ରାମଙ୍କ ପାଇଁ ସୀତାଙ୍କ ପ୍ରଚାର । ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିଛନ୍ତି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ । ଏଥର ଉତ୍ତରପ୍ରଦେଶ ମିରଟରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଅରୁଣ ଗୋଭିଲ । ମତଦାନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର କରିଛନ୍ତି । ଏତିକି ବେଳେ ବିଶାଳ ରୋଡ ସୋ’ରେ ବାହାରି ଭୋଟ ଭିକ୍ଷା କରିଛନ୍ତି ରାମାଣୟର ରାମ-ସୀତା ।

ସାଙ୍ଗରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରି ମଧ୍ୟ ସାମିଲ ହୋଇଥିଲ । ଯାହାଙ୍କୁ ଦେଖିବାକୁ ରାସ୍ତାର ଦୁଇ କଡରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ। ଆସନ୍ତା ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ମିରଟ ସମେତ ଉତ୍ତରପ୍ରଦେଶର ୮ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବ।

ରାମାନନ୍ଦ ସାଗରଙ୍କ ଟିଭି ସିରିଏଲ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବେ ରାଜନୀତିରେ ପାଦ ଦେଇଛନ୍ତି। ତାଙ୍କୁ ବିଜେପି ପକ୍ଷରୁ ଟିକେଟ ଦିଆଯାଇଛି। ସେ ମିରଟ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

ଅରୁଣ ବିଜେପି ପ୍ରାର୍ଥୀ ହେବା ପରେ ସୁନୀଲ ସକାରାତ୍ମକ ମନ୍ତବ୍ୟ ପ୍ରଦାନ କରିଥିଲେ। ସେ ଏକ ସାକ୍ଷାତକାରରେ କହିଛନ୍ତି ଅରୁଣଙ୍କୁ ନେଇ ମୁଁ ବହୁତ ଖୁସି। ଲାଗୁଛି ମୋ ପରିବାରର କାହାକୁ ଦେଶସେବା ପାଇଁ ସୁଯୋଗ ମିଳିଛି। ମୁଁ ଅରୁଣଙ୍କୁ ଶୁଭକାମନା ଏବଂ ଅଭିନନ୍ଦନ ଜଣାଉଛି। ଅରୁଣ ନିଶ୍ଚିତ ଭାବେ ତାଙ୍କର ପ୍ରତି କାର୍ଯ୍ୟରେ ନ୍ୟାୟ କରିବେ ତାରଣ ତାଙ୍କ ମଧ୍ୟରେ ଶ୍ରୀରାମଙ୍କ ଉପସ୍ଥିତି ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button