ରାଜନୀତି

ମଧ୍ୟ ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ୍‌ ଅଡ଼ୁଆ ତୁଟୁନି – Kalinga News

[ad_1]

ଭୁବନେଶ୍ବର: ବିଜେଡି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁ ଆସନଗୁଡ଼ିକର ପ୍ରାର୍ଥୀ ଘୋଷଣା ହୋଇନାହିଁ, ସେଠାରେ ଆଶାୟୀଙ୍କ ଉତ୍କଣ୍ଠା ବଢ଼ିଚାଲିଛି। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ବେଶ୍‌ ସରଗରମ ହୋଇଛି। ବିଧାୟକ ଅନନ୍ତ ନାରାୟଣ ଜେନା ଆଉ ଥରେ ଦଳୀୟ ଟିକେଟ୍‌ ନିଶ୍ଚିତ ପାଇବେ ବୋଲି ତାଙ୍କ ସମର୍ଥକମାନେ କହି ବୁଲୁଛନ୍ତି। କିନ୍ତୁ ତାଙ୍କୁ ସହଜରେ ବାଟ ଛାଡ଼ିବାକୁ ଅନ୍ୟ ଆଶାୟୀମାନେ ବି ପ୍ରସ୍ତୁତ ନାହାନ୍ତି। ସେମାନେ ମଧ୍ୟ ସମାନ୍ତରାଳ ଭାବେ ସାଂଗଠନିକ କାର୍ଯ୍ୟକ୍ରମ ଓ ଲବି ଚଳାଇଛନ୍ତି। ଏହାକୁ ନେଇ ଦଳ ଭିତରେ ଛକାପଞ୍ଝା ଚାଲିଛି। ପୁନର୍ବାର ଟିକେଟ୍‌ ପାଇଁ ଦାବିଦାର ଥିବା ଅନନ୍ତ ନାରାୟଣ ଜେନା ତାଙ୍କ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଆଜି ଦିନତମାମ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ସକାଳେ ନିଜ ବାସଭବନରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ। ୟୁନିଟ୍‌-୩ ମସଜିଦ୍‌ ଏବଂ ମାର୍କେଟ୍‌ ବିଲ୍‌ଡିଂ ନିକଟରେ ହୋଇଥିବା ଦୁଇଟି ଇଫ୍‌ତାର ପାର୍ଟିରେ ଯୋଗ ଦେଇଥିଲେ। ସେଠାରେ ବହୁ ସଂଖ୍ୟାରେ ମୁସଲ୍‌ମାନ୍‌ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା କରିଥିଲେ। ଆଚାର୍ଯ୍ୟ ବିହାର ପରିଷଦରେ ହୋଲି ଉତ୍ସବରେ ‌ଯୋଗ ଦେଇଥିଲେ। ସେଠାରେ ବରି‌ଷ୍ଠ ନାଗରିକମାନଙ୍କ ସହ ସେମାନଙ୍କର ସମସ୍ୟା ଓ ସମାଧାନ ନେଇ ଆଲୋଚନା କରିଥିଲେ। ଆସନ୍ତାକାଲି ବିଭିନ୍ନ ୱାର୍ଡ ପରିକ୍ରମା କରିବାକୁ ଯୋଜନା କରିଛନ୍ତି।

ଅନନ୍ତଙ୍କ ବାଟ ଓଗାଳିବାକୁ ବିଜେଡିର କିଛି ନେତା ଉଦ୍ୟମ ଚଳାଇଛନ୍ତି। ତାଙ୍କର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଛନ୍ତି କର୍ପୋରେଟର୍‌ ଅମରେଶ ଜେନା(ବାଇଁଆ)। ତାଙ୍କୁ ବହୁ ପୂର୍ବତନ କର୍ପୋରେଟର୍‌ ସହ‌ଯୋଗର ହାତ ବଢ଼ାଇଛନ୍ତି। ନିଜ ୱାର୍ଡରେ ଏକ ବଡ଼ ସମାବେଶ କଲା ପରେ ବାଇଁଆ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ବ୍ୟାନର୍‌ରେ ନିଜର ପ୍ରଚାର ଚଳାଇଛନ୍ତି। ଅନନ୍ତ ଓ ଅମରେଶଙ୍କ ମଧ୍ୟରେ ଖୋଲାଖୋଲି ବଳ କଷାକଷି ଚାଲିଥିଲା ବେଳେ ଦଳର ହାଇକମାଣ୍ଡ୍‌ ତୃତୀୟ ବିକଳ୍ପ ଚିନ୍ତା କରିବା ଅସ୍ବାଭାବିକ ନୁହେଁ ବୋଲି ବହୁ ବରିଷ୍ଠ ନେତା ମତ ଦେଇଛନ୍ତି। ମଧ୍ୟ ନିର୍ବାଚନମଣ୍ଡଳୀରେ ଅନ୍ୟତମ ଆଶାୟୀ ଅଛନ୍ତି ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ। ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ନିଜର ଉପସ୍ଥିତି ଜାହିର କରିବାରେ ଲାଗିଛନ୍ତି। ବିଜେଡିର ଯୁବ ନେତା ତଥା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଉପଦେଷ୍ଟା ଦୁର୍ଗାପ୍ରସାଦ ସାମନ୍ତରାୟ ମଧ୍ୟ ବିଜେଡି ଟିକେଟ୍‌ ପାଇଁ ଅନ୍ୟତମ ଦାବିଦାର ଅଛନ୍ତି। ବିଭିନ୍ନ ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ମଧ୍ୟ ନିର୍ବାଚନମଣ୍ଡଳୀର ଲୋକଙ୍କ ନିକଟତର ହେଉଛନ୍ତି। ଏହି ନିର୍ବାଚନମଣ୍ଡଳୀର ଟିକେଟ୍‌ ଚୂଡ଼ାନ୍ତ କରିବାକୁ ଆଶାୟୀମାନଙ୍କ ପୃଥକ ପୃଥକ ଭାବେ ନବୀନ ନିବାସ ଡକାଯାଇ ବୁଝାସୁଝା କରାଯାଇଛି। କିନ୍ତୁ ଟିକେଟ୍‌ ପାଇଁ କିଏ ସବୁଜ ସଙ୍କେତ ପାଇଛନ୍ତି, ତାହା ସ୍ପଷ୍ଟ ହୋଇନି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button