ଅପରାଧ

ବଢ଼ୁଛି ନକଲି ପୁଲିସର ଦୌରାତ୍ମ୍ୟ: ରାଜ୍ୟରେ ‘ଫେଡ୍‌ଏକ୍ସ’ କେଳେଙ୍କାରୀ – Kalinga News

[ad_1]

ପାର୍ସଲରେ ବ୍ରାଉନସୁଗାର୍ ଆସୁଥିବା କହି ଡରାଉଛନ୍ତି, ଟଙ୍କା ଲୁଟି ପାର୍ ହେଇଯାଉଛନ୍ତି

କଟକ: ଦେଶର ପ୍ରମୁଖ କୋରିଅର୍ ସଂସ୍ଥା ମାଧ୍ୟମରେ ପାର୍ସଲ୍ ଆସିଥିବା କହି ସାଇବର୍ ଠକ ଲୋକଙ୍କୁ ଫୋନ୍ କରୁଛନ୍ତି। ପାର୍ସଲରେ ବ୍ରାଉନସୁଗାର ଥିବା କହି ଡରାଉଛନ୍ତି। ନିଜକୁ ଏହି ଠକ ମୁମ୍ବାଇ ବିମାନ ବନ୍ଦରର କଷ୍ଟମ ଅଧିକାରୀ ପରିଚୟ ଦେଇ ଡରାଉଛନ୍ତି। ଟଙ୍କା ନଦେଲେ ବନ୍ଧା ହେବାର ଧମକ ଦେଇ ଲୋକଙ୍କୁ ଲୁଟୁଥିବା ଭଳି ଠକେଇ ଘଟଣା କ୍ରାଇମବ୍ରାଞ୍ଚ ଦୃଷ୍ଟିକୁ ଆସିଛି। ଏହି ଟଙ୍କା ଫେରସ୍ତରେ ସମସ୍ୟା ହେଉଥିବାରୁ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଫେଡଏକ୍ସ, ଡିଏଚଏଲ, ବ୍ଲୁଡାର୍ଟ, ଡିଟିଡିସି ଇତ୍ୟାଦି କୋରିଅର୍ ସଂସ୍ଥା ନାଁରେ ଠକେଇ ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସୁଛି। ଏହି କୋରିଅର ସଂସ୍ଥା ମାଧ୍ୟମରେ ଡ୍ରଗସ୍ ଆସିଥିବା କହି ଜଣେ ବ୍ୟକ୍ତି ନିଜକୁ କଷ୍ଟମ ଅଧିକାରୀ ପରିଚୟରେ ଫୋନ୍ କରୁଛନ୍ତି। ଏହି ପ୍ୟାକେଟ୍ ଆଧାର କାର୍ଡ ସହିତ ସଂଯୋଗ ଥିବା କହୁଛନ୍ତି। ସମ୍ପୃକ୍ତ ବ୍ୟକ୍ତି ନିଜକୁ କଷ୍ଟମ୍ ଅଧିକାରୀଙ୍କ ପରିଚୟ ଦେଇ ଏଭଳି କହୁଛନ୍ତି। ଏହି ପ୍ୟାକେଟ୍ ଯାଞ୍ଚ ବେଳେ ଜବତ ହୋଇଥିବା କହିବା ସହିତ ଏଥିରେ ବ୍ରାଉନସୁଗାର ଥିବା ସମ୍ପର୍କରେ ସୂଚନା ଦେଉଛନ୍ତି। ମୁମ୍ବାଇ ବିମାନ ବନ୍ଦରର କଷ୍ଟମ ବିଭାଗ ଏହାକୁ ଯାଞ୍ଚ ବେଳେ ଧରାପଡ଼ିଛି। ଏଥିପାଇଁ ଫୋନ୍ କଲ୍ ମୁମ୍ବାଇ ସାଇବର୍ ପୁଲିସକୁ ଟ୍ରାନସଫର୍ କରାଯାଉଥିବା କହୁଛନ୍ତି। କିଛି ସମୟ ପରେ ଆଉ ଏକ ନମ୍ବରରୁ ଫୋନ୍ କଲ୍ ଆସୁଛି। ସମ୍ପୃକ୍ତ ବ୍ୟକ୍ତି ନିଜକୁ ମୁମ୍ବାଇ ସାଇବର୍ ପୁଲିସର ପରିଚୟ ଦେଇ କଥା ହେଉଛନ୍ତି। ସ୍କାଏପି’ କିମ୍ବା ହ୍ବାଟସଆପରେ ସେ ଫୋନ୍ କରୁଛନ୍ତି। ଏଥିରେ ଜଣେ ବ୍ୟକ୍ତି ପୁଲିସ ପୋଷାକରେ ଥାଇ ଫୋନ୍ କଲ୍ କରୁଛି।

ଗିରଫ କରିବାକୁ ସମ୍ପୃକ୍ତ ଅଧିକାରୀ ଧମକ ଦେଉଛନ୍ତି। ଆଧାର ଓ ପ୍ୟାନ୍ କାର୍ଡ ଦେବାକୁ କହୁଛନ୍ତି। ଗିରଫଦାରୀରୁ ବଞ୍ଚିବାକୁ ହେଲେ ସମ୍ପୃକ୍ତ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ୧ ଲକ୍ଷରୁ ୧୦ ଲକ୍ଷ ଯାଏ ଟଙ୍କା ମାଗୁଛନ୍ତି। ତେଣୁ ଲୋକେ ଭୟରେ ଟଙ୍କା ଦେଉଛନ୍ତି। ଟଙ୍କା ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନସଫର ହେବା ପରେ ସାଇବର୍ ଅପରାଧୀମାନେ ଫୋନ୍ ସୁଇଚ ଅଫ୍ କରିଦେଉଛନ୍ତି। ଠକେଇର ଶିକାର ହୋଇଥିବା ସାଇବର୍ ଅପରାଧୀ ଟଙ୍କା ଫେରି ନପାଇବାରୁ ଅସହାୟ ହୋଇପଡ଼ୁଛି। ତେଣୁ ଏଭଳି ପରିସ୍ଥିତିରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜାତୀୟ ସାଇବର୍ ଅପରାଧ ରିପୋର୍ଟିଂ ପୋର୍ଟାଲ (ଏନ୍‌ସିଆରପି)ର ଯୋଗାଯୋଗ ନମ୍ବର ୧୯୩୦ରେ ଫୋନ୍ କରି କିମ୍ବା ଵେବସାଇଟରେ ଘଟଣା ସମ୍ପର୍କରେ ସୂଚନା ଦେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି। କିମ୍ବା ଯଦି ଏଭଳି କୋରିଅର୍ ଆସିଥିବା କେହି କହୁଛନ୍ତି, ସମ୍ପୃକ୍ତ କୋରିଅର୍ ସଂସ୍ଥାର ୱେବସାଇଟ୍‌ରେ ଏହାକୁ ଟ୍ରାକ୍ କରାଯାଇପାରିବେ। କୌଣସି ଏସ୍‌ଏମ୍‌ଏସ୍‌, ଇମେଲ କିମ୍ବା ହ୍ବାଟସଆପ୍‌ରେ ଆସିଥିବା ଲିଙ୍କ୍ ଖୋଲି ଏହି କୋରିଅର୍‌କୁ ଟ୍ରାକ୍ କରାଯିବା ଅନୁଚିତ। ନଚେତ ଠକେଇରେ ପଡ଼ିବାର ଆଶଙ୍କା ଥିବା ଚେତାଇ ଦିଆଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button