ନଳକୂଅରୁ ବାହାରିଲା ଲିଟର ଲିଟର ମଦ – Kalinga News

[ad_1]
ଝାନ୍ସୀ: ହ୍ୟାଣ୍ଡ ପମ୍ପରୁ ମଦ ବାହାରୁଥିବା ଦେଖି ପୋଲିସ ଓ ଏକ୍ସାଇଜ୍ ବିଭାଗର ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମଧ୍ୟପ୍ରଦେଶର ଝାନ୍ସୀରେ ମଦ ଲୁଚାଇବା ପାଇଁ ବିରାଟ ଗାତ ଖୋଳା ଯାଇ ସେଥିରେ ହ୍ୟାଣ୍ଡ ପମ୍ପ ଲଗାଯାଇଥିଲା। ଏକ୍ସାଇଜ୍ ବିଭାଗ ଏବଂ ପୋଲିସ ଦ୍ୱାରା ଚଢ଼ାଉ ବେଳେ ମାଟି ତଳେ ଲୁଚାଇ ରଖା ଯାଇଥିବା ମଦ ଜବତ କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକୃତରେ ବେଆଇନ ମଦ ସମ୍ବନ୍ଧୀୟ ସୂଚନା ପାଇବା ପରେ ଏକ୍ସାଇଜ୍ ବିଭାଗ ଏବଂ ପୋଲିସ ଟିମ୍ ଝାନ୍ସୀର ମୋଠ ଅଞ୍ଚଳରେ ଚଢ଼ାଉ କରିଥିଲେ। ଅପରାଧୀଙ୍କ ମଦ ଲୁଚାଇବାର କୌଶଳ ଦେଖି ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସ୍ଥାନୀୟ ପରଗୈନା ଗାଁର କବୁତରା ଡେରାରେ ଏହି ଘଟଣା ଘଟିଛି। ଚାଷ ଜମିର ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ ପମ୍ପ ଲଗାଯାଇଥିବା ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ହ୍ୟାଣ୍ଡ ପମ୍ପ ମାରିବା ମାତ୍ରେ ପାଣି ବଦଳରେ ମଦ ବାହାରିବା ଆରମ୍ଭ କରିଥିଲା। ମାଟି ଖୋଳିବାରୁ ଏହା ତଳେ ମଦ ଡ୍ରମ୍ ରହିଥିବା ପୁଲିସ ଦେଖିଥିଲେ। ଡ୍ରମ୍ ରୁ ମଦ ଏହି ଉପାୟରେ ବେଆଇନ ବ୍ୟବସାୟୀଙ୍କ ଦ୍ବାରା ବାହାର କରାଯାଉଥିଲା ।
ଏକ୍ସାଇଜ୍ ଇନ୍ସପେକ୍ଟର ଅଶୋକ ରାମ କହିଛନ୍ତି ଯେ ମିଳିତ ଅପରେସନରେ ୫୦୦ଲିଟର ବେଆଇନ ମଦ ଏବଂ ତିନି ହଜାର କିଲୋଗ୍ରାମ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି। ଦୁଇ ମହିଳା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ରାଜ୍ୟ ପୁଲିସ୍ ପକ୍ଷରୁ ବେଆଇନ ମଦ ବେପାର ଉପରେ କଡ଼ାନଜର ରଖାଯାଇଛି।
[ad_2]