ମନୋରଞ୍ଜନ

ବଲିଉଡ ଗ୍ରହଣ ନକରିବାଟା ମୋ ଭାଇକୁ ବହୁତ ବାଧୁଥିଲା : ସୁଶାନ୍ତଙ୍କ ଭଉଣୀ – Kalinga News

[ad_1]

ମୁମ୍ବାଇ : ୨୦୨୦ରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବା ଖବର ସମସ୍ତଙ୍କୁ ଦୋହଲାଇ ଦେଇଥିଲା | ପରିବାର ଲୋକେ ଏହାକୁ ହତ୍ୟା ବୋଲି କହିବା ସହ ସୁଶାନ୍ତ ଆତ୍ମହତ୍ୟା କରିଥିବା କହିଥିଲା ପୁଲିସ | ଏ ମଧ୍ୟରେ ଅନେକ ବର୍ଷ ବିତିବା ସହ ସିବିଆଇ ହାତକୁ ତଦନ୍ତ ଭାର ଦିଆଯାଇଥିଲେ ବି ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ଜଣାପଡିନାହିଁ | ପରିବାର ପାଇଁ ସୁଶାନ୍ତଙ୍କୁ ଭୁଲିବା ସମ୍ଭବ ନଥିବା ବେଳେ ଏବେ ତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଏକ ବଡ ଆରୋପ ଲଗାଇଛନ୍ତି |

ମୋ ଭାଇକୁ ବଲିଉଡ କେବେ ଗ୍ରହଣ କରିନଥିଲା ବୋଲି କହିଛନ୍ତି ଶ୍ୱେତା | ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ଯେତେବେଳେ ଏମଏସ ଧୋନି ମୁକ୍ତିଲାଭ କଲା, ସେତେବେଳେ ଜଣେ ଅଭିନେତାଙ୍କ ପୁଅର ଫିଲ୍ମ ମଧ୍ୟ ମୁକ୍ତିଲାଭ କରିଥିଲା। ସମସ୍ତେ ଅଭିନେତାଙ୍କ ପୁଅର ଫିଲ୍ମକୁ ପ୍ରଶଂସା କରୁଥିଲେ, ତାଙ୍କ ବିଷୟରେ ଲେଖୁଥିଲେ | କିନ୍ତୁ ମୋ ଭାଇ ଭଲ କାମ କରିଥିଲେ ବି କେହି ତାଙ୍କ ବିଷୟରେ ଲେଖୁ ନଥିଲେ | ଏହା ତାଙ୍କୁ ବହୁତ ବାଧୁଥିଲା | ଯଦି ତୁମେ କିଛି ଭଲ କରିଛ, ତେବେ ଲୋକମାନେ ତୁମକୁ ପ୍ରଶଂସା କରନ୍ତୁ ବୋଲି ତୁମେ ଚାହିଁବ | ହେଲେ ମୋ ଭାଇକୁ କେବେବି ବଲିଉଡରେ ସେଭଳି ପ୍ରଶଂସା ବା ଗ୍ରହଣୀୟତା ମିଳିନଥିଲା | ”

ସିବିଆଇ ତଦନ୍ତକୁ ନେଇ ଶ୍ଵେତା କହିଛନ୍ତି, ‘ଆମେ ଏଯାଏ ବି ଜାଣି ନାହୁଁ ଆମ ଭାଇ ସହ କ’ଣ ହୋଇଥିଲା | ଆମ ପରିବାର ଏବେ ବି ସେ ଦୁଃଖକୁ ଭୁଲିପାରୁନାହିଁ | ମୁଁ ଚାହୁଁଛି ସିବିଆଇ ଯାହା ବି ତଦନ୍ତରୁ ଜାଣି ପାରିଛି ତାହା ଆମକୁ ଜଣାଉ |’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button