ରାସ୍ତାରେ ବୁଲୁଥିବା ୩ଜଣ ଯୁବତୀଙ୍କ ଆକ୍ରମଣରେ ପୁଲିସ ଆହତ – Kalinga News

[ad_1]
ନୂଆଦିଲ୍ଲୀ: ମୁମ୍ବାଇର ସଟେବିରାର ସହରରେ ବୁଲୁଥିବା ତିନିଜଣ ନିଶାଶକ୍ତ ଯୁବତୀଙ୍କ ହାଏଭୋଲଟେଜ ଡ୍ରାମାର ଘଟଣା ସାମ୍ନାକୁ ଆସିଛି। ଏହି ଯୁବତୀଙ୍କ ହାଏଭୋଲଟେଜ ଡ୍ରାମା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥି ୩ଜଣ ନିଶାଶକ୍ତ ଯୁବତୀଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ସଟେବିରାର ଅଞ୍ଚଳର ଥିବା ଏକ ରେସ୍ତୋରାଁ ବାର୍ରେ ୩ଜଣ ଯୁବତୀ ପହଞ୍ଚିଥିଲେ। ସେଠାରେ ପ୍ରଚୁରମାତ୍ରାରେ ମଦ ପିଇ ରାସ୍ତାରେ ଉତପାତ ଆରମ୍ଭ କରି ଦେଇଥିଲେ। ରେସ୍ତୋରାଁ ପରିଚାଳକ ଓ ସ୍ଥାନୀୟଲୋକ ଏହି ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ତୁରନ୍ତ ଜଣେ ମହିଳା ପୁଲିସ୍ ଅଧିକାରୀ ନିଜ ଦଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପୁଲିସ୍ ଅଧିକାରୀ ୩ଜଣ ନିଶାଶକ୍ତ ଯୁବତୀଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୁଲିସ କର୍ମଚାରୀମାନଙ୍କୁ କାମୁଡ଼ିବା ସହ ସାର୍ଟ ଟାଣି ଛିଣ୍ଡାଇଦେଇଥିଲେ। ଏଥିସହ କେଶ ଘୋଷାଡି ମାଡ଼ ମାରି ପୁଲିସ କର୍ମୀଙ୍କ ହାତକୁ ବି କାମୁଡ଼ି ପକାଇଥିଲେ।
ଅନେକ ଚେଷ୍ଟା ପରେ ପୁଲିସ ତିନିଜଣ ନିଶାଶକ୍ତ ଯୁବତୀଙ୍କୁ ଗିରଫ କରି ଥାନାକୁ ନେଇ ଯାଇଛି। ଏଥିସହିତ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଗିରଫ ତିନିଜଣ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ।
[ad_2]