ମନୋରଞ୍ଜନ

ଅନ୍ତସତ୍ତ୍ବା ଥାଇ ମଧ୍ୟ ଅନନ୍ତଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମରେ ସ୍ବାମୀଙ୍କ ସହ ଝୁମିଲେ ଦୀପିକା – Kalinga News

[ad_1]

ନୂଆଦିଲ୍ଲୀ: ଗୁଜୁରାଟର ଜାମନଗରରେ ଅମ୍ବାନୀ ପରିବାର ମଧ୍ୟରେ ଉତ୍ସାହର ବାତାବରଣ ‌ଦେଖାଦେଇଛି। କୋଟିପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଏବଂ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ ପ୍ରି-ୱେଡିଂ କାର୍ଯ୍ୟକ୍ରମ ପାଇଁ ବଲିଉଡର ତାରକାଙ୍କ ଠାରୁ ନେଇ ବ୍ୟବସାୟୀ, ଖେଳାଳିଙ୍କ ସମେତ ଦୁନିଆର କୋଣଅନୁକୋଣରୁ ଅ‌ନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଅଭିନେତା ତଥା ସ୍ବାମୀ ରଣବୀର ସିଂହଙ୍କ ସହିତ ପାଦରେ ପାଦ ମିଳାଇ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଦୀପିକା ଅନ୍ତସତ୍ତ୍ବା ଥିବା ସତ୍ତ୍ବେ ଅମ୍ବାନିଙ୍କ ଖୁସିରେ ସାମିଲ ହୋଇ ଝୁମିଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

 

କେବଳ ଏତିକି ନୁହେଁ ଅମ୍ବାନୀ ପରିବାରର ଏହି ଖୁସିର ମୁହୂର୍ତ୍ତରେ ବଲିଉଡର ତିନଖାନ ଶାହରୁଖ ଖାନ, ସଲମାନ ଖାନ ଓ ଅମୀର ଖାନଙ୍କୁ ବି ଏକାଠି ଝୁମି ଥିବା ଦେଖିବାକୁ ମିଳିଛି। ତିନିଖାନଙ୍କୁ ଏକାଠି ନାଚୁଥିବାର ଦେଖି ଦର୍ଶକ ବି ଖୁବ ଖୁସି ହୋଇଯାଇଛନ୍ତି।

ବିବାହକୁ ଆଉ କିଛିମାସ ବାକିଥିବା ବେଳେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପାଖକୁ ତାଙ୍କ ବୈବାହିକ ଜୀବନ ପାଇଁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିବାରରେ ଲାଗିଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button