ମନୋରଞ୍ଜନ

ଅଭିନେତ୍ରୀ Devika Arundhati କହିଲେ ନିଜ ମନର ଦୁଃଖ ! ‘ଶେଷ ସମୟରେ ମା’ଙ୍କୁ ମୁଁ ଦେଖି ପାରିଲିନି, ସେଦିନ ମତେ ସୁଟିଙ୍ଗ ସେଟ ରେ କଲ ଆସିଲା ତ…’

ବନ୍ଧୁଗଣ, ଏଭଳି ଜଣେ ଅଭିନେତ୍ରୀ ଅଛନ୍ତି ଯେ ନିଜ ଜୀବନର ସବୁ ଦୁଃଖ କଷ୍ଟ କୁ ନିଜ ଭିତରେ ରଖି ଆଗକୁ ବଢୁଛନ୍ତି, ଆଉ ନିଜ ଜୀବନରେ କିଛି ନୂଆ ଆଶାକୁ ଚାହିଁ ବସିଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଅଭିନେତ୍ରୀ ଦେବିକା ଅରୁନ୍ଧତୀ ଇଣ୍ଡଷ୍ଟ୍ରୀରେ କାମ କରିବାକୁ ନେଇ କହିଛନ୍ତି ଯେ କାମ ଠିକ ଠାକ ଚାଲୁଥିଲା ମାତ୍ର ବର୍ତ୍ତମାନ ସେ ଆଉ ବିଶେଷ କାମ କରୁନାହାଁନ୍ତି ।

ଏହାର କାରଣ ହେଉଛି କିଛି ଲୋକଙ୍କ ମନରେ ଏହା ଅଛି ଯେ ପୁରୁଣା ଆର୍ଟିଷ୍ଟ କୁ ଏତେ ଟଙ୍କା ଦେଇ କାହିଁକି ନେବା ? ଯେଉଁଠାରେ ନୂଆକୁ କମ ଟଙ୍କାରେ ନେଇ ପାରିବା । ସେ ରିପ୍ଲେସମେଣ୍ଟର କାମ ଦୁଇଟି କରି ଆସିଛନ୍ତି, ସେଥିରୁ ସେ ଚିନ୍ତା କରନ୍ତି ଯଦି ପ୍ରଥମରୁ ନିଷ୍ପତ୍ତି ନିଆଯାଇଥାଏ ତେବେ ଏହି ସ୍ଥିତି ଆଦୌ ଆସିନଥାନ୍ତା । ଦେବିକା ଙ୍କ ମା କେବେ ମଧ୍ୟ ଚାହୁଁନଥିଲେ ଯେ ସେ ଇଣ୍ଡଷ୍ଟ୍ରୀରେ କାମ କରନ୍ତୁ ।

୨୦୧୭ ମସିହାରେ ତାଙ୍କ ମା’ ଙ୍କ ଦେହ ଖରାପ ଥିଲା ଏହିଭଳି ଅନେକ ସିଚୁଏସନ ହୋଇଛି ଯେଉଁଠାରେ ତାଙ୍କ କିଛି ହସିବା ଭଳି ସିନ ରହିଥାଏ କିନ୍ତୁ ତାଙ୍କ ମା’ ହସ୍ପିଟାଲ ରେ ରହିଥାନ୍ତି କିନ୍ତୁ ଏହାକୁ ମଧ୍ୟ ତାଙ୍କୁ ସୁଟ କରିବାକୁ ପଡିଛି । ଏହା ସହିତ ଦେବିକା କହିଛନ୍ତି ଯେ ଗତ ପାଞ୍ଚ ବର୍ଷରୁ ସେ ଦାଇତ୍ଵ ବୋଲି କ’ଣ ବୁଝିଛନ୍ତି ତାଙ୍କ ମା’ ଙ୍କ ଯୋଗୁଁ । ପ୍ରତି ଦୁଇ ତିନି ମାସରେ ତାଙ୍କ ମାଙ୍କୁ ହସ୍ପିଟାଲ ରେ ଆଡମିଟ ହେବାକୁ ପଡୁଥିଲା ।

ନିଜ ଆଡୁ ବହୁତ ଚେଷ୍ଟା କରିଛନ୍ତି ମାତ୍ର ଏତେ ଜଲ୍ଦି ତାଙ୍କ ମା’ ତାଙ୍କୁ ଛାଡି ସବୁଦିନ ଲାଗି ଚାଲିଯିବେ ବୋଲି ସେ କେବେ କଳ୍ପନା କରି ନଥିଲେ । ଯେଉଁଦିନ ଦେବିକା ଙ୍କ ମା’ ଙ୍କର ପରଲୋକ ଘଟିଲା ସେଦିନ ସେ ସୁ-ଟି-ଙ୍ଗ ସେଟ ରେ ଥିଲେ । ତାଙ୍କୁ ଖବର ଆସିଥିଲା ଯେ ଜଲ୍ଦି ଆସି ହସ୍ପିଟାଲରେ ପହଞ୍ଚିବା ପାଇଁ ମାତ୍ର ସେ ଯେଉଁଠାରେ ଥିଲେ ସେଠାରେ ତାଙ୍କୁ ହସ୍ପିଟାଲରେ ପହଞ୍ଚିବା ପାଇଁ ୨ ଘଣ୍ଟା ଲାଗିଥିଲା ।

ଶେଷ ଥର ପାଇଁ ସେ ତାଙ୍କ ମା’ ଙ୍କୁ ଦେଖି ପାରିନଥିଲେ ବୋଲି କହିଥିଲେ । ସେ ଆସିଲା ବେଳକୁ ତାଙ୍କ ମା’ ସବୁଦିନ ଲାଗି ଆଖି ବୁଝି ଦେଇଥିଲେ ବୋଲି ମର୍ମହାତ ହୋଇ ଦୁଃଖ ପ୍ରକାଶ କରିଥିଲେ ଓଡିଆ ସିରିୟଲ ଅଭିନେତ୍ରୀ ଦେବିକା ଅରୁନ୍ଧତୀ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button