ଅପରାଧ

୨୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଏନ୍‌ଏଚ୍‌ଏଆଇର ଜେନେରାଲ ମ୍ୟାନେଜରଙ୍କୁ ଗିରଫ କଲା ସିବିଆଇ – Kalinga News

[ad_1]

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ଜଣେ ଜେନେରାଲ ମ୍ୟାନେଜରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି।
ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ପ୍ରକଳ୍ପ ନିର୍ଦ୍ଦେଶକ ଅରବିନ୍ଦ କାଲେ ଏକ ଘରୋଇ କମ୍ପାନିରୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ କରି ସିବିଆଇ ପ୍ରକଳ୍ପ ନିର୍ଦ୍ଦେଶକ ଅରବିନ୍ଦ କାଲେଙ୍କୁ ଗିରଫ କରିଛି।

କାଲେ ଗିରଫ ହେବା ପରେ ତାଙ୍କ ଘରେ ସର୍ଚ୍ଚ ଅପରେସନ ଚଳାଇ ସିବିଆଇ ତାଙ୍କ ଘରୁ ୨୦ ଲକ୍ଷ ଟଙ୍କାର ଲାଞ୍ଚ ଅର୍ଥ ସମେତ ନଗଦ ୪୫ ଲକ୍ଷ ଟଙ୍କା ଜବତ କରିଛି।

ଏହି ଘଟଣାରେ କାଲେ ଏବଂ ଘରୋଇ କମ୍ପାନୀ ସମେତ ଅନ୍ୟ ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଅବ୍ୟାହତ ରହିଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସୂତ୍ରରୁ ପ୍ରକାଶ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button