ଦେଶ- ବିଦେଶ

ଇସ୍ତଫା ଦେବେ କାଲକାଟା ହାଇକୋର୍ଟ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ, ରାଜନୀତିରେ ଯୋଗ ଦେଇପାରନ୍ତି – Kalinga News

[ad_1]

ନୂଆଦିଲ୍ଲୀ : କାଲକାଟା ହାଇକୋର୍ଟ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ଇସ୍ତଫା ଦେବେ। ରାଜ୍ୟରେ ବିଭିନ୍ନ ଶିକ୍ଷା ସଂକ୍ରାନ୍ତ ପ୍ରସଙ୍ଗରେ ତାଙ୍କ ରାୟକୁ ନେଇ ରାଜନୈତିକ ବିତର୍କ ହୋଇଥାଏ। ଏବେ ସେ ବିଚାରପତି ପଦରୁ ଇସ୍ତଫା ଦେଇ ରାଜନୀତିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ସେ ଉକ୍ତ ପ୍ରସଙ୍ଗରେ କୌଣସି ଟିପ୍ପଣୀ ରଖିନାହାନ୍ତି। ଜଷ୍ଟିସ ଗଙ୍ଗୋପାଧ୍ୟାୟ କହିଛନ୍ତି, ଇସ୍ତଫା ପତ୍ର ଦେବାପରେ ସେ ସବୁ ପ୍ରଶ୍ନର ଉତ୍ତର ରଖିବେ। ତେବେ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଆଜି ତାଙ୍କ ବାସଭବନ ବାହାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ସେ ମଙ୍ଗଳବାର ଇସ୍ତଫା ଦେବେ। ଜଷ୍ଟିସ ଗଙ୍ଗୋପାଧ୍ୟାୟ କହିଛନ୍ତି, ମଙ୍ଗଳବାର ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ଦେବେ। ଏହାର ୨ଟି କପି ସେ ପ୍ରଧାନ ବିଚାରପତି ଏବଂ କାଲକାଟା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଦେବେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button