ବାପ ଘରେ ଥିବା ବେଳେ ସ୍ତ୍ରୀ ଓ ପୁଅକୁ ହତ୍ୟା କରି ନିଜେ ଜୀବନ ହାରିଦେଲେ ଅଟୋ ଚାଳକ – Kalinga News

[ad_1]
ନୂଆଦିଲ୍ଲୀ: ଝାନସୀରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଗତଶନିବାର ରାତିରେ ପ୍ରେମନଗରର ପୁରୁଣା ପୁଲିସ ପୋଷ୍ଟର ତଲେୟା ଅଞ୍ଚଳରେ ଜଣେ ଅଟୋ ଚାଳକ ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପରେ ନିଜେ ଜୀବନ ହାରି ଦେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ, କୋତୱାଲି ସହରର ପଠୋରିଆ ଅଞ୍ଚଳରେ ବସବାସ କରୁଥିବା ନୀଲେଶ ସାହୁ (୪୦) ଆଠ ବର୍ଷ ପୂର୍ବେ ତଲେୟା ଅଞ୍ଚଳରେ ରହୁଥିବା ପ୍ରିୟଙ୍କା (୩୫)ଙ୍କ ସହ ବିବାହ କରିଥିଲେ। ନୀଲେଶ ଓ ପ୍ରିୟଙ୍କାଙ୍କର ଏକ ଚାରି ବର୍ଷର ପୁଅ ହିମାଂଶୁ ବି ଥିଲା ।
ନୀଲେଶ ଏକ ଅଟୋ ଚଳାଉଥିଲେ । ମଇ ୨୯ ତାରିଖରେ ଭଣଜାଙ୍କ ପ୍ରଥମ ଜନ୍ମ ଦିନ ଥିଲା। ଜନ୍ମଦିନ ପାଳନ କରିବାକୁ ପ୍ରିୟଙ୍କା ପୁଅ ହିମାଂଶୁଙ୍କ ସହ ମଇ ୨୮ ତାରିଖରେ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ।
ଏସଏସପି ରାଜେଶ ଏସ କହିଛନ୍ତି ଯେ ପରିବାର ସଦସ୍ୟଙ୍କୁ ପଚରାଉଚରା କରିବା ପରେ ମିଳିଥିବା ସୂଚନା ଅନୁଯାୟୀ ଗତଶନିବାର ସନ୍ଧ୍ୟାରେ ପ୍ରିୟଙ୍କାଙ୍କ ମା’ କୌଣସି କାମରେ ଯାଇଥିବା ବେଳେ ଭାଇ ମୋନୁ ତାଙ୍କ ସାନ ଭଉଣୀଙ୍କୁ ଆଣିବା ପାଇଁ ଯାଇଥିଲେ।
ଏହି ସମୟରେ ନୀଲେଶ ସ୍ତ୍ରୀ ଓ ପୁଅକୁ ଶ୍ବଶୁର ଘରେ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ।ଯେତେବେଳେ ମୋନୁ ରାତି ପ୍ରାୟ ୯ଟାରେ ଘରେ ପହଞ୍ଚିଲେ, ସେ ଭଉଣୀ ପ୍ରିୟଙ୍କାଙ୍କ ମୃତଦେହ ଆଗ କୋଠରୀର ଚଟାଣରେ ପଡ଼ିଥିବା ବେଳେ ତାଙ୍କ ମୁହଁରୁ ରକ୍ତ ବାହାରୁ ଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ହିମାଂଶୁଙ୍କ ଶବ ସେହି କୋଠରୀରେ ଝୁଲୁଥିବା ଦେଖି ଥରି ଉଠଥିଲେ। ଆଗକୁ ଯାଇଦେଖିଲା ବେଳକୁ ଭିଣୋଇଙ୍କ ମୃତଦେହ ପଡ଼ିଥିଲା। ଏହାପରେ ସେ କାନ୍ଦିକାନ୍ଦି ତାଙ୍କ ମା’ଙ୍କୁ ଏଦୁଃଖଦ ଘଟଣା ବିଷୟରେ ଜଣାଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମା’, ପୁଅ ଓ ବାପାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
[ad_2]