ରାଜନୀତି

ହିମାଚଳ କଂଗ୍ରେସକୁ ବିକ୍ରମାଦିତ୍ୟ ସଂକଟ: ଫେସ୍‌ବୁକ୍ ବାୟୋରୁ ସରକାରୀ ପଦବି ହଟାଇଲେ – Kalinga News

[ad_1]

ଶିମଲା: ହିମାଚଳ ପ୍ରଦେଶ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ନିଜ ଫେସବୁକ୍ ବାୟୋରୁ ତାଙ୍କ ଅଫିସିଆଲ୍ ପଦବି ହଟାଇ କଂଗ୍ରେସ ନେତୃତ୍ୱକୁ ପୁଣି ଥରେ ଚିନ୍ତାରେ ପକାଇଛନ୍ତି। ପୂର୍ବରୁ ପିଡବ୍ଲ୍ୟୁଡି ମନ୍ତ୍ରୀ ଓ ଭାରତୀୟ ଜାତୀୟ କଂଗ୍ରେସ ସଦସ୍ୟ ଲେଖାଥିବା ତାଙ୍କ ବାୟୋରେ ଏବେ କେବଳ ‘ହିମାଚଳର ସେବକ’ ଲେଖାଯାଇଛି। ରାଜ୍ୟସଭା ନିର୍ବାଚନରେ ପରାଜୟ ପରେ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଭୀଷଣ ସଙ୍କଟକୁ ଆସିଯାଇଥିଲା ଏବଂ ସେବେଠାରୁ କଂଗ୍ରେସ ଅଶାନ୍ତିର ନିଆଁ ଲଭାଇବା ପ୍ରକ୍ରିୟାରେ ରହିଛି।

୬ ଥର ମୁଖ୍ୟମନ୍ତ୍ରୀ ଥିବା ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ହରିୟାଣାର ପଞ୍ଚକୁଲାରେ ଅନ୍ୟ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଭେଟିବା ପରେ ଗତକାଲି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ତାଙ୍କ ପିତାଙ୍କ ନାଁରେ ଭୋଟ ମାଗିଥିଲେ ମଧ୍ୟ ଏବେ ଦଳର ଆଭିମୁଖ୍ୟ ବଦଳିଛି ଏବଂ ତାଙ୍କ ପିତାଙ୍କୁ ଅସମ୍ମାନ କରାଯାଉଛି ବୋଲି ସେ ସର୍ବସାଧାରଣରେ ଅଭିଯୋଗ କରିଛନ୍ତି। ଏଣେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ନେତୃତ୍ୱରେ ରାଜ୍ୟ ସରକାର ବିକ୍ରମାଦିତ୍ୟ ସିଂହଙ୍କ ସ୍ଥାନରେ ରାମପୁର ବିଧାୟକ ନନ୍ଦଲାଲଙ୍କୁ ହିମାଚଳ ପ୍ରଦେଶ ଅର୍ଥ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଏହି ପଦକ୍ଷେପରୁ ଜଣାପଡ଼ୁଛି ଯେ ସିଂହଙ୍କର ଆଉ ଦଳ ଭିତରେ କାଟତି ନାହିଁ।

ବୁଧବାର କଂଗ୍ରେସ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ଆହ୍ୱାନର ମୁକାବିଲା କରୁଥିବା ବେଳେ ବିକ୍ରମାଦିତ୍ୟ ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ବାପାଙ୍କ ପ୍ରତିମୂର୍ତ୍ତି ପାଇଁ ଦଳ ଜମି ଆବଣ୍ଟନ କରୁ ନ ଥିବା ଅଭିଯୋଗ କରି ସେ କାନ୍ଦି ପକାଇଥିଲେ। ସେହିଦିନ କଂଗ୍ରେସ ନିଜକୁ ବଞ୍ଚାଇବା ପାଇଁ ଶେଷ କୌଶଳ ଆପଣାଇଥିଲା ଏବଂ ଗୃହର ପ୍ରଭାବଶାଳୀ ଶକ୍ତିକୁ ହ୍ରାସ କରିବା ଓ ରାଜ୍ୟ ବଜେଟ୍ ପାସ୍ କରିବା ପାଇଁ ୧୫ ଜଣ ବିଜେପି ବିଧାୟକଙ୍କୁ ବହିଷ୍କାର କରିଥିଲା। ଏହାର କିଛି ସମୟ ପରେ ବିକ୍ରମାଦିତ୍ୟ ସିଂହ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିନେଇଥିଲେ। ଦଳ ବିରୋଧରେ ଭୋଟ୍ ଦେଇଥିବା ବିଦ୍ରୋହୀ ବିଧାୟକମାନେ ‘କୃଷ୍ଣସର୍ପ’ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ଧର୍ମପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସୁଖୁ କହିଛନ୍ତି, ଯେଉଁମାନେ ଟଙ୍କା ପାଇଁ ନିଜର ସମ୍ମାନ ବିକ୍ରି କରନ୍ତି ସେମାନେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସେବା କିପରି କରିପାରିବେ?



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button