ରାଜନୀତି

ବିଜେଡି ଛାଡ଼ିଲେ ବିଧାୟକ ଅରବିନ୍ଦ ଢାଲି – Kalinga News

[ad_1]

ବାଲିପାଟଣା: ଜୟଦେବ ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ହୋଇଥିବା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ବି‌ଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ୨୦୦୯ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିବା ଶ୍ରୀ ଢାଲି ପୁଣି ବିଜେପିକୁ ଫେରିବେ ବୋଲି ଗଣମାଧ୍ୟମରେ କହିଛନ୍ତି। ରବିବାର ସମର୍ଥକଙ୍କ ସହ ବିଜେପିରେ ଯୋଗଦେବେ। ଦଳ କାହିଁକି ଛାଡ଼ିଲେ ବୋଲି ପଚାରିବାରୁ ସେ କହିଛନ୍ତି ଯେ ଏନେଇ ତର୍ଜମା କଲେ ଜଣାପଡ଼ିବ। ଖୁବ୍‌ ଶୀଘ୍ର ସେ ମୁହଁ ଖୋଲିବେ। ୧୯୯୨ରେ ମାଲକାନଗିରିରୁ ବିଜେପି ଟିକେଟରେ ବିଧାୟକ ହୋଇଥିଲେ। ୫ଥରିଆ ଏହି ବିଧାୟକ ବିଜେପି-ବିଜେଡି ମେଣ୍ଟ ସରକାରରେ ପରିବହନ ମନ୍ତ୍ରୀ ଥିଲେ।

୨୦୧୯ରେ ଢାଲି ପୁଣି ଜୟଦେବରୁ ଜିତିଥିଲେ ହେଁ ଏଠାରେ କେତେକ ବିଜେଡି ନେତା ତାଙ୍କୁ ଖୋଲା ବିରୋଧ କରିଆସୁଥିଲେ। ‘ଆମ ସଂଗଠନ’ ନାଁରେ ଢାଲିଙ୍କୁ ଜୋରଦାର ବିରୋଧ କରାଯାଉଥିବାବେଳେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆମ ସଂଗଠନ ପ୍ରାର୍ଥୀ ୬ଟି ଜିଲ୍ଲା ପରିଷଦ ଜୋନ୍ ହାତେଇବା ସହ ବାଲିପାଟଣା ଓ ବାଲିଅନ୍ତା ବ୍ଲକ ବି ହାତେଇଥିଲା। ସୂଚନାଯୋଗ୍ୟ ଯେ ଶ୍ରୀ ଢାଲି କିଛି ଦିନ ପୂର୍ବରୁ ସରଦେଇପୁର ଡାକବଙ୍ଗଳାରେ ଏକ ବନ୍ଧୁ ମିଳନରେ ଆୟୋଜନ କରି ଦଳ ଛା଼ଡ଼ିବା ସଂପର୍କରେ ସଙ୍କେତ ଦେଇଥିଲେ। ଅପରପକ୍ଷେ ଢାଲି ବିଜେଡି ଛାଡ଼ିବା ପରେ ଏବେ ଜୟଦେବ ଟିକେଟ୍ ଦୌଡ଼ରେ ସମାଜସେବୀ ତଥା ଫିଲ୍ମ ନିର୍ମାତା ସତ୍ୟପ୍ରିୟ ବେହେରା, ଅକ୍ଷୟ ବେହେରା ଏବଂ ନାରୀ ନେତ୍ରୀ ସୌଭାଗ୍ୟ ଲକ୍ଷ୍ମୀ ଶୁଭଦର୍ଶିନୀଙ୍କ ନାଁ ଚର୍ଚ୍ଚା ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button