ରାଜନୀତି

ଘୁମୁସର ଉଦୟଗିରି ନିର୍ବାଚନ ମଣ୍ଡଳୀ: ବିଜେପି ଓ କଂଗ୍ରେସରେ ଅସନ୍ତୋଷରୁ ଲାଭ ଉଠାଇ ପାରେ ବିଜେଡି – Kalinga News

[ad_1]

ଘୁ.ଉଦୟଗିରି: ଆସନ୍ତା ମେ’ ମାସ ୨୦ତାରିଖ ଦିନ କନ୍ଧମାଳ ସଂସଦୀୟ କ୍ଷେତ୍ର ଏବଂ ତାର ଅଧୀନରେ ଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ। ଏଥି ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। ବିଜେପି ଏବଂ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ଲାଗିରହିଥିବା ବେଳେ ବିଜେଡି ଫାଇଦା ଉଠେଇବା ନିମନ୍ତେ ଯୋଜନା ପ୍ରସ୍ତୁତ କରିଛି। ବଡ଼ବଡ଼ ନେତାଙ୍କୁ ଦଳରେ ସାମିଲ କରିବା ଅପେକ୍ଷା ତୃଣମୂଳ ସ୍ତରରେ କାର୍ଯ୍ୟରତ ନେତାଙ୍କ ଉପରେ ଆଖି ପକେଇଛି। ତୃଣମୂଳ ସ୍ତରରେ କାର୍ଯ୍ୟରତ ନେତାମାନଙ୍କ ପାଖରେ ଲୋକବଳ ଥିବା ଏବଂ ସଂଗଠନ ରହିଥିବା ଜାଣି ଏହି ନେତାଙ୍କୁ ପାଖକୁ ଆଣିଲେ ଭୋଟ ହାର ବୃଦ୍ଧି କରିପାରିବ ବିଜେଡି।

କଂଗ୍ରେସ ଦଳ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ନାମରେ ନିଜ ଦଳୀୟ ଟିକେଟ ମୋହର ମାରିବା ପରେ ଦଳ ଭିତରେ ଅସନ୍ତୋଷ କୁହୁଳିବା ସହ ତୀବ୍ର ହେବାରେ ଲାଗିଛି। ଦଳର ଜାତୀୟ ପର୍ଯ୍ୟବେକ୍ଷକ ଘୁ.ଉଦୟଗିରିରେ ପହଞ୍ଚି ଅସନ୍ତୋଷ କର୍ମୀଙ୍କ ସହ ସାକ୍ଷାତ କରି ଆଲୋଚନା କରିବା ସହ କେନ୍ଦ୍ରୀୟ କମିଟିକୁ ରିପୋର୍ଟ ପ୍ରଦାନ କରିବା ନେଇ ସୂଚନା ମିଳିଛି। ଏହା ଭିତରେ ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ କଂଗ୍ରେସ ଦଳ ଛାଡି ପଦ୍ମ ଶିବିରରେ ଯୋଗ ଦେଇଛନ୍ତି। ସେଇଭଳି ନଗର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ନାୟକ ହାତ ଛାଡି ଶଙ୍ଖ ଧରିଛନ୍ତି।

ସେଇଭଳି ବିଜେପି ଦଳ ନିଜ ଦଳୀୟ ପ୍ରାର୍ଥୀ ଭାବେ ମାନଗୋବିନ୍ଦ ପ୍ରଧାନଙ୍କ ନାମ ଘୋଷଣା ପରେ ତାଙ୍କୁ ତୃଣମୂଳସ୍ତରରୁ ବିରୋଧ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଅସନ୍ତୁଷ୍ଟ ବିଜେପି କର୍ମୀମାନେ ବୈଠକ କରି ରାଜ୍ୟ ସଭାପତିଙ୍କୁ ଅବଗତ କରେଇବା ସତ୍ତ୍ୱେ କୌଣସି ପଦକ୍ଷେପ ନ ନେବା ଯୋଗୁଁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ଅବନେଶ୍ୱର ପ୍ରଧାନ ବିଜେପି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ସେ କୌଣସି ଦଳରେ ସାମିଲ ହୋଇନାହାନ୍ତି। ମାନଗୋବିନ୍ଦ ସେହି କତିଙ୍ଗିଆ ପଞ୍ଚାୟତର ବାସିନ୍ଦା ହୋଇଥିବା ବେଳେ ତାଙ୍କ ପଞ୍ଚାୟତରୁ ହିଁ ତାଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡୁଛି।

ଦୁଇ ଦଳର ଅସନ୍ତୋଷ ଭିତରୁ କିଭଳି ଗୋଳିଆ ପାଣିରୁ ମାଛ ଧରିହେବ ସେଇ ନୀତି ବେଶ ଭଲଭାବେ ଜଣା ବିଜେଡି ନେତାଙ୍କୁ। ବିଜେଡି ଦଳ ପକ୍ଷରୁ ସାଲୁଗା ପ୍ରଧାନକୁ ପ୍ରାର୍ଥୀ କରାଯାଇଥିବା ବେଳେ ସେ ରାଜନୀତି ମୈଦାନରେ ଜଣେ ପୋଖତ ଖିଲାଡି। ତୃଣମୂଳସ୍ତରରୁ ରାଜନୀତିରେ ପ୍ରବେଶ କରି ଉପବାଚସ୍ପତି ପଦବିରେ ଅବସ୍ଥାପିତ ହୋଇପାରିଛନ୍ତି। ବଡ଼ନେତାଙ୍କୁ ଦଳକୁ ଆଣି ବିଶେଷ କିଛି ଲାଭହେବନି। ବରଂ ତୃଣମୂଳ ସ୍ତରରେ କାର୍ଯ୍ୟ କରି ଲୋକଙ୍କ ସେବା କରୁଥିବା ନେତାଙ୍କୁ ଯୋଗାଡ଼ କରି ନିଜ ଦଳରେ ସାମିଲ କଲେ ଦଳୀୟ ଭୋଟ ହାର ବୃଦ୍ଧି ହେବ।ସାଲୁଗା ସମିତି ସଭ୍ୟରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ, ଦୁଇ ଥର ବିଧାୟକଥିବା ଯୋଗୁଁ ସେ ଜାଣିଛନ୍ତି। ଗାଁରେ ରାଜନୀତି କରୁଥିବା ଲୋକଙ୍କ କଣ ପ୍ରଭାବ ଅଛି। ଏଣୁ ବିଜେପି ଏବଂ କଂଗ୍ରେସ ଦଳର ଅସନ୍ତୋଷ ତୃଣମୂଳ ସ୍ତରର ନେତାଙ୍କ ଉପରେ ଆଖି ପକେଇ ରହିଛନ୍ତି ଖୁବ କମ ଦିନ ଭିତରେ ବିଜେଡି ଦଳର ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ଯେଉଁଠି ବିଜେପି ଏବଂ କଂଗ୍ରେସ ଦଳର ବହୁ ତୃଣମୂଳ ସ୍ତରର ନେତା କର୍ମୀ ବିଜେଡିରେ ଯୋଗ ଦେବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button