ରାଜନୀତି

କଂଗ୍ରେସ ଦେଶକୁ ବହୁ ପଛରେ ପକାଇଛି : ରାଜନାଥ ସିଂହ – Kalinga News

[ad_1]

ରଣପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶ

ରଣପୁର: ବହୁ ବର୍ଷ ଧରି ଦେଶର ଶାସନ ଭାର ସମ୍ଭାଳିଥିବା କଂଗ୍ରେସ ଦଳ ଦେଶକୁ ବହୁ ପଛରେ ପକାଇଦେଇଛି। କଂଗ୍ରେସ ଦଳ ଏବେ ହୀନ ରାଜନୀତି କରୁଛି ବୋଲି ରଣପୁରଠାରେ ବିଜେପି ତରଫରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେହିପରି ଚଳିତ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ସାଂସଦ ଭାବେ ବିଜୟୀ ହେଲେ ସୁନାଖଳାଠାରୁ କାଳୁପଡ଼ା ପର୍ଯ୍ୟନ୍ତ ରେଳପଥ ସଂଯୋଗ କରିବାକୁ ସାସଂଦ ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି।

ସୁନାଖଳାଠୁ କାଳୁପଡ଼ା ରେଳପଥ ସଂଯୋଗ ପ୍ରତିଶ୍ରୁତି: ସମ୍ବିତ ପାତ୍ର

ସେହିପରି ବିଜୟୀ ହେଲେ ରଣପୁର ଶାଳିଆ ଡ୍ୟାମ୍‌ରୁ ଭେଟବର ଡ୍ୟାମ୍‌କୁ ପାଣି ସଂଯୋଗୀକରଣ, ରଣପୁରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାରେ ନୂଆ ରଥ ନିର୍ମାଣ କରିବା ଓ ରଣପୁର ହସ୍ପିଟାଲରେ ଦେଖାଦେଇଥିବା ଡାକ୍ତରୀ ସମସ୍ୟା ଦୂର କରାଯିବ ବୋଲି ସାଂସଦ ପ୍ରାର୍ଥୀ ଶ୍ରୀ ପାତ୍ର କହିଛନ୍ତି। ଶେଷରେ ରଣପୁରର ବିକାଶ ଓ ସର୍ବାଙ୍ଗୀନ ଉନ୍ନତି କରିବା, ପ୍ରତି ଘରେ ପାନୀୟ ଜଳ ପହଞ୍ଚାଇବାକୁ ବିଧାୟିକା ପ୍ରାର୍ଥୀ ଶ୍ରୀମତୀ ପାଢ଼ୀ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା, ରଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୁପମା ବେହେରା, ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ, ପୁରୀ ଜିଲ୍ଲା ସଂଯୋଜକ ଶଙ୍କର୍ଷଣ ପରିଡ଼ା, ପୂର୍ବତନ ରଣପୁର ଏନ୍‌ଏସି ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତିସଭ୍ୟ ବିପିନ ବିହାରୀ ନାୟକ, ନିର୍ମଳ ମତ୍ତଗଜସିଂହ, ଜୟନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମାବେଶରେ ୧୨ ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ବିଭିନ୍ନ ପଞ୍ଚାୟତର ନେତା, ସଭାପତି ତଥା ପ୍ରଭାରୀ ଓ କର୍ମୀ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button