ରାଜନୀତି

ଇଣ୍ଡି ମେଣ୍ଟରେ ଅଡ଼ୁଆ ତୁଟୁନି: ବିଳମ୍ବ ହେଉଛି ଆସନ ବୁଝାମଣା – Kalinga News

[ad_1]

ନୂଆଦିଲ୍ଲୀ: ବିଜେପି ଆଜି ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବା ବେଳେ ଇଣ୍ଡି ମେଣ୍ଟ ଆସନ ବୁଝାମଣା ନେଇ ଏବେ ବି ଅନିଶ୍ଚିତତା ଘେରରେ ରହିଛି। ଇଣ୍ଡି ମେଣ୍ଟ ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନଗୁଡ଼ିକ ମଧ୍ୟରେ ରହିଛି ଆଭ୍ୟନ୍ତରୀଣ ବିବାଦ, ବ୍ୟକ୍ତିଗତ ଆକାଂକ୍ଷା ଏବଂ ସଂସଦୀୟ ଆସନ ବଣ୍ଟନକୁ ନେଇ ତୀବ୍ର ମତଭେଦ। କିଛି ପ୍ରମୁଖ ବିରୋଧୀ ଦଳ ନେତା ମେଣ୍ଟରୁ ଓହରି ଯିବା ପରେ ଏହାର ଏକତା ଏବଂ ଶକ୍ତି ପ୍ରଭାବିତ ହୋଇଛି। ବିଶେଷ କରି ପଞ୍ଜାବ ଓ କେରଳରେ ଆସନ ବୁଝାମଣା ସମ୍ଭାବନା ସଂପୂର୍ଣ୍ଣ ମଉଳି ଯିବା ଏକ ବଡ଼ ଝଟ୍‌କା ହୋଇଛି। ଇଣ୍ଡି ମେଣ୍ଟର କେନ୍ଦ୍ରୀୟ ନେତୃତ୍ବ ସହ ରାଜ୍ୟ ୟୁନିଟ୍‌ଗୁଡ଼ିକର ସ୍ୱାର୍ଥ ବୁଝାମଣା ବହୁତ ବଡ଼ ଚ୍ୟାଲେଂଜ ପାଲଟିଛି।

ପଶ୍ଚିମବଙ୍ଗରେ ଆସନ ବଣ୍ଟନକୁ ନେଇ ତୀବ୍ର ମତଭେଦ କଂଗ୍ରେସ ସଙ୍କଟ ବଢ଼ାଇଛି। ମମତା ବାନାର୍ଜୀଙ୍କ ସହ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ କରିଥିବା ବୁଝାମଣାକୁ ଦଳର ରାଜ୍ୟ ଶାଖା ଏକପ୍ରକାର ପ୍ରତ୍ୟାଖ୍ୟାନ କରିଦେଇଛି। ଇଣ୍ଡି ମେଣ୍ଟ ଶାସକ ବିଜେପି ବିରୋଧରେ ଏକ ମିଳିତ ମୋର୍ଚ୍ଚା ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ସର୍ବସମ୍ମତ ପ୍ରାର୍ଥୀ ଦେବା ସମ୍ଭବ ହେଉନାହିଁ। ଆସନ ବୁଝାମଣା ବ୍ୟବସ୍ଥା ଉପରେ ସହମତି ପ୍ରକାଶ କରିବାକୁ ଇଣ୍ଡି ମେଣ୍ଟ ସଂଘର୍ଷ ଜାରି ରଖିଛି, କିନ୍ତୁ ଏ କ୍ଷେତ୍ରରେ ଅହେତୁକ ବିଳମ୍ବ ମେଣ୍ଟର ଦୁର୍ବଳ ରଣନୀତିକୁ ସୂଚାଉଛି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏରେ ଏଭଳି ସମସ୍ୟା ନାହିଁ।
ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଆସନ ବଣ୍ଟନକୁ ନେଇ ମତଭେଦ ଥିବା ବେଳେ କଂଗ୍ରେସକୁ ସହଯୋଗୀମାନେ ନିରାଶ କରୁଛନ୍ତି। ଉତ୍ତରପ୍ରଦେଶରେ ଆସନ ବୁଝାମଣା ନେଇ ଯେଉଁ ଘୋଷଣା ହୋଇଛି ତାହାକୁ ତୃଣମୂଳସ୍ତରରେ ନେତାମାନେ ଗ୍ରହଣ କରିପାରୁ ନାହାନ୍ତି। ଦିଲ୍ଲୀରେ କଂଗ୍ରେସ ଓ ଆପ୍ ମଧ୍ୟରେ ଆଲୋଚନା ସକାରାତ୍ମକ ଭାବେ ଆଗେଇ ଚାଲିଥିବା ବେଳେ ଆପ୍ କଂଗ୍ରେସକୁ ୩ଟି ଲୋକସଭା ଆସନ ଦେବାକୁ ଘୋଷଣା କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button