ଦେଶ- ବିଦେଶ

୧୯୬୫ ଯୁଦ୍ଧରେ ତାଙ୍କର ସବୁ ସମ୍ପତି ଦାନ କରିଦେଇଥିଲେ ଏହି ବ୍ୟକ୍ତି, ଆଜି ସେ ଝୁପୁଡିରେ ବିତାଉଛନ୍ତି ଜୀବନ, ଜାଣନ୍ତୁ କାହିଁକି

ଏକ ଏମିତି ବ୍ୟକ୍ତି ଯିଏ ୧୯୬୫ ମସିହାରେ ଘଟିଥିବା ଯୁଦ୍ଧରେ ସେ ନିଜର ସମସ୍ତ ସମ୍ପତି ଦାନ କରି ସର୍ବହରା ହୋଇ ଯାଇଥିଲେ । ଏମିତି କି ସେ ନିଜ ମା ଙ୍କ କଙ୍କଣ ମଧ୍ୟ ଦାନ କରିଦେଇଥିଲେ । ଆମେ କହୁଛୁ ଝାନ୍ସି ର ବଡ଼ ଦାନବୀର ମୋହନ କୁଶୱାହା ଙ୍କ ବିଷୟରେ । ଏହା ମନ ଗଢା କାହାଣୀ ନୁହେଁ, ଏହା ହେଉଛି ଜୀବନ୍ତ କାହାଣୀ । ସେହି ବୀର ଭୂମି ବୁଲେନ୍ଦଖଣ୍ଡର ଯେଉଁଠାରେ ଝାନ୍ସି ରାଣୀ ଲକ୍ଷ୍ମିବାଈ ନିଜର ବିରତ୍ଵ ଦେଖାଇ ଇଂରେଜଙ୍କ ସହ ଲଢ଼ି ଅମର ହୋଇଥିଲେ ।

ଇଏ ହେଉଛି ସେଇ ବୁଲେନ୍ଦଖଣ୍ଡ ବୀର ଭୂମି ଯେଉଁଠାରେ ପୃଥିବୀ ରାଜ ଚୌହାନ, ଆହ୍ଲା ଉଦଲ ଓ ଛତ୍ରଶାଲ ଭଳି ବିର ରହୁଥିଲେ । ସେହି ହିସାବରେ ମୋହନ କୁଶୱାହା ଉର୍ଫ ମୋହନ ଦାଲୁ ଦାରୀ ମଧ୍ୟ କମ୍ ନୁହନ୍ତି । ସେ ମଧ୍ୟ କୌଣସି ବୀରଙ୍କ ଠାରୁ କମ ନୁହନ୍ତି, ସେ ବି ବୀରରେ ଗଣା । ହେଲେ ଆଜିର ସମଯରେ ସେ ଅନ୍ଧାରରେ ଲୁଚି ଯାଇଛନ୍ତି । ସେ ଏକ ଝୁମ୍ପୁଡ଼ି ଘରେ ରହୁଛନ୍ତି ।

ଦେଶ ପାଇଁ ସେମାନେ ଜରୁରୀ ଯେଉଁମାନେ ବଞ୍ଚିବା ପାଇଁ ଖାଇଥାନ୍ତି ନା କି ଖାଇବା ପାଇଁ ବଞ୍ଚିଥାନ୍ତି । ନିଜ ପାଇଁ ତ ସମସ୍ତେ ବଞ୍ଚନ୍ତି ହେଲେ ଏମିତି କିଛି ଲୋକ ବିରଳ ଥାନ୍ତି ଯିଏ କି ଦେଶ ପାଇଁ ବଞ୍ଚିଥାନ୍ତି । ୧୯୬୫ ମସିହା ଯୁଦ୍ଧରେ ନିଜର ସର୍ବସ୍ଵ ଦାନ କରି ଏମିତି କି ନିଜ ମା’ଙ୍କ କଙ୍କଣ ମଧ୍ୟ ଦେଶପାଇଁ ଦାନ କରିଥିବା ମୋହନ କୁଶ୍ୱୱାହା ଯାହାଙ୍କର ବର୍ତ୍ତମାନ ବୟସ ୮୦ ବର୍ଷ ତାଙ୍କପାଖରେ ସରକାରଙ୍କର କୌଣସି ସୁବିଧା ନାହିଁ । ଏମିତିକି ରାସନ କାର୍ଡ ସେ କେବେ ମାଗିଛନ୍ତି ନା ତାଙ୍କ ପାଖରେ ପହଞ୍ଚିଛି ।

ସ୍ୱାବଲମ୍ବୀ ଭାବେ ସେ ଆଜି ଗରିବ ଭିକାରୀ ପରି ଜୀବନ ଯାପନ କରୁଛନ୍ତି । ହେଲେ ଏହାର ପ୍ରତିବଦଳରେ ସରକାର ତାଙ୍କ ବିରତାର କୌଣସି ଧ୍ୟାନ ଦେଇ ନାହାଁନ୍ତି । ସେ ଆଜି ମଧ୍ୟ ଏକ ଝୁମ୍ପୁଡି ଘରେ ବାସ କରୁଛନ୍ତି ।

ଦେଶ ପାଇଁ ନିଜର ସର୍ବସ୍ଵ ଦାନ କରିଥିବା ବ୍ୟକ୍ତିଙ୍କ ଉପରେ ସରକାରଙ୍କର ନଜର ନାହିଁ ଓ ସରକାରଙ୍କର କୌଣସି ସାହାଯ୍ୟ ସହଯୋଗ ନାହିଁ । ହେଲେ ସେ ତାଙ୍କର ସର୍ବସ୍ଵ ଦାନ କରି ମଧ୍ୟ କାହାର ସାହାଯ୍ୟ ଲୋଡି ନାହାନ୍ତି । ସେଥିପାଇଁ ବୁଲେନ୍ଦଖଣ୍ଡ ର ଲୋକମାନେ ତାଙ୍କୁ ସଲାମ କରିଥାନ୍ତି । ହେଲେ ପ୍ରଶାସନ ତାଙ୍କର ଏହି ମହତ୍ୱ କୁ ଆଜି ପର୍ଯ୍ୟନ୍ତ ଅବହେଳା କରିଛି । ଲୋକଙ୍କର କହିବା ଅନୁଯାୟୀ ତାଙ୍କୁ ତାଙ୍କର ଗରିବତ୍ଵ ଠାରୁ ଦୂରେଇ ତାଙ୍କର ହକ ତାଙ୍କୁ ଦେବା ସରକାରଙ୍କ କାମ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button