ରାଜନୀତି

ଗଡ଼ରକ୍ଷା ଚିନ୍ତାରେ ରୁଦ୍ର, ଦୌଡ଼ରେ ସନ୍ଧ୍ୟାବତୀ: ଆଶ୍ରିତଙ୍କ ପାଇଁ ସମ୍ମାନର ପ୍ରଶ୍ନ – Kalinga News

[ad_1]

ପିପିଲି: ପୁରୀ ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ନିର୍ବଚନମଣ୍ଡଳୀ ପିପିଲିକୁ ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ଗଡ଼ କୁହାଯାଉଥିବାବେଳେ ଏହି ଗଡ଼ ରକ୍ଷାପାଇଁ ତାଙ୍କ ପୁଅ ବିଧାୟକ ରୁଦ୍ରପ୍ରତାପ ଏବେ ଚିନ୍ତାରେ। ଉପରକୁ ନହେଲେ ମଧ୍ୟ ଦଳ ମଧ୍ୟରେ ପୁରୁଣା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଥିବା ଚର୍ଚ୍ଚା ହେଉଛିି। ଏହାସତ୍ତ୍ବେ ବି ପ୍ରତାପ ଏହି ନିର୍ବାଚନମଣ୍ଡଳୀରୁ ଟିକେଟ୍‌ ଦୌଡ଼ରେ ସର୍ବାଗ୍ରେ ରହିଛନ୍ତି। ତେବେ, ଡେଲାଙ୍ଗ ଝିଅ ତଥା ପୂର୍ବତନ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ତଥା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ମଧ୍ୟ ଟିକେଟ୍‌ ଦୌଡ଼ରେ ଥିବା ତାଙ୍କ ସମର୍ଥକ କହୁଛନ୍ତି। ତାଙ୍କ ସମର୍ଥକଙ୍କ ଯୁକ୍ତି ହେଉଛି, ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଥିବାବେଳେ ସେ ମହିଳା ଓ ଶିଶୁମାନଙ୍କର ଅଧିକାରକୁ ସୁନିଶ୍ଚିତ କରି ବେଶ୍‌ ଚର୍ଚ୍ଚାକୁ ଆସିଥିଲେ। ସେ ମଧ୍ୟ ଅଂଚଳର ବିଭିନ୍ନ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିବା ଓ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏହିଦୃଷ୍ଟିରୁ ତାଙ୍କ ପ୍ରାର୍ଥିତ୍ବକୁ ନେଇ ଏହିପରି ଭାବେ ଅ‌ାଲୋଚନା ହେଉଛି। ଶେଷମୂହୂର୍ତ୍ତରେ ବିଜେଡି ସଭାପତି ମହିଳା କାର୍ଡ ଖେଳିଲେ ତାଙ୍କ ପାଇଁ ମଧ୍ୟ ଏହା ଅନୁକୂଳ ହେବ ବୋଲି କୁହାଯାଉଛି।

ଅପରପକ୍ଷେ, ବିଜେଡିର ଅଭେଦ୍ୟ ଦୁର୍ଗରେ ପଶିବାକୁ ବିଜେପି ନିଜର ବିଭିନ୍ନ ରଣନୀତି ପ୍ରସ୍ତୁତି କରିଛି ବୋଲି ଦଳୀୟ ନେତା କହିଛନ୍ତି। ତେବେ ଦଳୀୟ ସଙ୍ଗଠନକୁ ସୁଦୃଢ଼ ଓ ସଂଗଠିତ କରିବା ପାଇଁ ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଅହରହ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷରେ ବିଜେପିର ଅର୍ନ୍ତର୍ଦ୍ବନ୍ଦ୍ବ ଦଳକୁ କ୍ଷତି ପହଞ୍ଚାଇବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ବିଜେପି ସମର୍ଥକ ସମାଜସେବୀ ରାଧାମୋହନ ଓ ପୂର୍ବତନ ସମିତିସଭ୍ୟ ବିଜେପି ଯୁବନେତା ସରୋଜ ପ୍ରଧାନ ଉଭୟେ ଅଂଚଳରେ ଅଲଗା ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟ ଜାରି ରଖିଛନ୍ତି। ଦୁହେଁ ମଧ୍ୟ ବିଜେପି ଟିକେଟ ଆଶାୟୀ ଅଛନ୍ତି। ତେବେ, ପୁରୀ ଜିଲ୍ଲା ବିଜେପି ସଭାପତି ତଥା ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରୁଥିବା ଦଳୀୟ ସୁତ୍ରରୁ ଜଣାଯାଇଛି।
ଏହି ନିର୍ବାଚନ ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button