ରାଜନୀତି

ବୁଝିଲେ ଲିଟୁ, ଅଶୋକଙ୍କୁ ସମର୍ଥନ କରିବେ – Kalinga News

[ad_1]

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀରେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବାକୁ ସମାନ୍ତରାଳ ପ୍ରଚାର ଆରମ୍ଭ କରି ଦେଇଥିବା ବିରଞ୍ଚି ନାରାୟଣ ମହାସୂପକାର(ଲିଟୁ) ବିଜେଡି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ସମର୍ଥନ କରିବେ। ଆଜି ନବୀନ ନିବାସରୁ ଫେରିବା ପରେ ପ୍ରତିକ୍ରିୟାରେ ଏଭଳି କହିଛନ୍ତି ଲିଟୁ। କେବଳ ସମର୍ଥନ କରିବେ ନାହିଁ, ନିଜର ସବୁ ସମର୍ଥକଙ୍କୁ ମଧ୍ୟ ବୁଝାଇବେ ‌ବୋଲି କହିଛନ୍ତି।

ପୂର୍ବରୁ ଅମରେଶ ଜେନା(ବାଇଁଆ) ମଧ୍ୟ ନିର୍ବାଚନମଣ୍ଡଳୀରେ ଟିକେଟ୍‌ ଲବିରେ ରହିବା ସହ ସମାନ୍ତରାଳ ପ୍ରଚାର ଚଳାଇଥିଲେ। ଅନେକ ଶୋଭାଯାତ୍ରା ଓ ସଭାରେ ଲିଟୁଙ୍କ ସହ ବାଇଁଆଙ୍କୁ ଦେଖିବାକୁ ମିଳୁଥିଲା। ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ବାଇଁଆ ବିରୋଧ କରୁଥିଲେ। କିନ୍ତୁ ବିଜେଡି ସମର୍ଥନରେ ପ୍ରଚାର କରୁଥିଲେ। ତାଙ୍କୁ ମଧ୍ୟ ଏକାଧିକବାର ନବୀନ ନିବାସ ଡକାଯାଇ ବୁଝାସୁଝା କରାଯାଇଥିଲା। ଶେଷରେ ସେ ମଧ୍ୟ ଥମି ଯାଇଥିଲେ। ସୁପ୍ରିମୋ ଚୟନ କରିଥିବା ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ‘ମଧ୍ୟ’ ନିର୍ବାଚନମଣ୍ଡଳୀ ପାଇଁ ଯୋଗ୍ୟ ବୋଲି କହିବା ସହ ତାଙ୍କୁ ସମର୍ଥନ କରିବାକୁ କହିଥିଲେ।

ପୂର୍ବରୁ ଲିଟୁଙ୍କୁ ମଧ୍ୟ ନବୀନ ନିବାସରେ ବୁଝାସୁଝା କରାଯାଇଥିଲା। କିନ୍ତୁ ସେ ଅଶୋକ ପଣ୍ଡାଙ୍କୁ ବିରୋଧ କରିବା ସହ ଟିକଟେ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଥିଲେ। ଏପରିକି ଶତାଧିକ ସମର୍ଥକଙ୍କୁ ନେଇ ସେ ନିର୍ବାଚନୀ ସଭା ଆୟୋଜନ କରି ଚାଲିଥିଲେ। ଆଜି ତାଙ୍କୁ ନବୀନ ନିବାସରୁ ଡକରା ଆସିଥିଲା। ସେଠାରେ ବେଶ କିଛି ସମୟ ଧରି ବୁଝାସୁଝା ଯିବା ପରେ ସେ ଫେରିଥିଲେ। ଫେରିବା ପରେ କହିଥିଲେ, ବିଜେଡି ସଭାପତିଙ୍କ ସହ ନବୀନ ନିବାସରେ ଦେଖା ହୋଇଥିଲା। ଭିକେ ପାଣ୍ଡିଆନଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା। ମୁଁ ଯେହେତୁ ଜଣେ ଶୃଙ୍ଖଳିତ କର୍ମୀ, ଦଳ ଭିତରେ ଥିବାରୁ ଶୃଙ୍ଖଳିତ ଆଚରଣ କରିବାକୁ ନିଷ୍ପତ୍ତି ନେଲି। ସେଥିପାଇଁ ଦଳକୁ ସମର୍ଥନ କରିବି। ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ସମର୍ଥନ କରିବା ସହ ଯେଉଁ କର୍ମୀମାନେ ମନ ଊଣା କରିଥିଲେ ସେମାନଙ୍କୁ ବୁଝାଇବି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button